Categories: ଜାତୀୟ

ଫରାସୀ ଅଭିନେତ୍ରୀ ନିଜ ଘରେ ପଣବନ୍ଦୀ

ପଣଜୀ,୪।୨: ଫ୍ରାନ୍ସର ଅଭିନେତ୍ରୀ ମାରିଏନ୍‌ ବୋର୍ଗୋଙ୍କୁ ଉତ୍ତର ଗୋଆସ୍ଥିତ ତାଙ୍କ ବାସଭବନରେ ପଣବନ୍ଦୀ କରାଯାଇଥିଲା। ସମ୍ପତ୍ତି ବିବାଦକୁ ନେଇ ଅତିଷ୍ଠ ହେବା ପରେ ସେ ଉକ୍ତ ବଙ୍ଗଳାକୁ ଛାଡ଼ିଦେଇଥିବା କହିଛନ୍ତି। ୭୧ ବର୍ଷୀୟା ବୋର୍ଗୋଙ୍କ ମତରେ ୨୦୧୮ରେ ସେ ଜଣେ ଓକିଲଙ୍କଠାରୁ କାଲାଙ୍ଗୁଟେ ବିଚ୍‌ ନିକଟରେ ଏକ ଘର କିଣିଥିଲେ। କିନ୍ତୁ ସେହି ଘରର ପୂର୍ବ ମାଲିକଙ୍କ ବିଧବା ସ୍ତ୍ରୀ ତାଙ୍କ ଗେଟ୍‌ରେ ୧୧ ଦିନ ଧରି ତାଲା ପକାଇ ଦେଇଥିଲେ। ଗତ ସପ୍ତାହରେ ସେ ପଣବନ୍ଦୀ ଥିବାବେଳେ ବିଦ୍ୟୁତ୍‌ ଓ ଜଳଯୋଗାଣ ବନ୍ଦ କରି ଦିଆଯାଇଥିଲା। ଏହି ବିବାଦ କୋର୍ଟରେ ବିଚାରାଧୀନ ଥିବାରୁ ସ୍ଥାନୀୟ ପୋଲିସ ତାଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଛି। ଏନେଇ ବୋର୍ଗୋ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପର୍ଯ୍ୟଟନ ଅନୁକୂଳ ଛବି ପ୍ରତିଷ୍ଠା କରିବାକୁ ଚାହୁଁଥିବାବେଳେ ଏହି ଘଟଣା ତାଙ୍କୁ ନିରାଶ କରିଛି। ଏହା ମୋଦିଙ୍କ କଳ୍ପିତ ଭାରତ ନୁହେଁ।

Share