ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ‘ଆଣ୍ଡ ଗଡ୍‌ କ୍ରିଏଟେଡ୍‌ ଓ୍ବମ୍ୟାନ୍‌’ ସମେତ ୫୦ଟି ଚଳଚ୍ଚିତ୍ରରେ ଅଭିନୟ କରି ୧୯୭୩ରେ ଅବସର ନେବା ପରେ ବାକି ଜୀବନକୁ ପ୍ରାଣୀ କଲ୍ୟାଣରେ ନିୟୋଜିତ କରିଥିଲେ। ଶତାବ୍ଦୀର କିମ୍ବଦନ୍ତୀଙ୍କ ପରଲୋକରେ ରାଷ୍ଟ୍ର ଶୋକାଭିଭୂତ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଥିବାବେଳ ବ୍ରିଗିଟ୍ଟେ ବାଡୋଟ୍‌ ଫାଉଣ୍ଡେଶନ ତାଙ୍କୁ ବିଶ୍ୱପ୍ରସିଦ୍ଧ ଅଭିନେତ୍ରୀ ଭାବେ ସ୍ମରଣ କରିଛି।

 

Dharitri – Odisha’s No.1 Odia Daily

 

Share