ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ

ବାଲେଶ୍ୱର,୫।୧୦: ବାଲେଶ୍ୱର ଜିଲା ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ଗୁରୁବାର ରେଳ ଚଳାଚଳ ବାତିଲ କରାଯାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ବୁଧବାର ରେଳଟ୍ରାକ ଦବି ଯାଇଥିଲା। ରେଳ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଟ୍ରାକ ଦବି ଯାଇଥିବା ସ୍ଥାନରେ ପୁନଃ ମେଟାଲ ଫିଲିଙ୍ଗ ପାଇଁ ଆସିଥିବା ଏକ ମାଲବାହୀ ଟ୍ରେନ ସେହି ସମାନ ସ୍ଥାନରେ ଲାଇନଚ୍ୟୁତ ହୋଇଛି ।

ସୂଚନାଯୋଗ୍ୟ, ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥିତି ସାଭାବିକ ହୋଇନାହିଁ । ଅନେକ ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି। ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଟ୍ରାକଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରା ଲାଇନଚ୍ୟୁତ ବଗିଟିକୁ ହଟାଯାଇଛି । ଦକ୍ଷିଣ ପୂର୍ବ ରେଳବାଇ ଜିଏମ, ଡିଆରଏମଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।