ଜନବସତିକୁ ମାଡ଼ିଗଲା ମାଲବାହୀ ଟ୍ରେନ୍‌

ରାଉରକେଲା, ୬ା୧(ସଙ୍ଗୀତା ଜେନା): ଦକ୍ଷିଣ-ପୂର୍ବ ରେଳପଥର ରାଉରକେଲା ଷ୍ଟେଶନ ନିକଟରେ ବୁଧବାର ସକାଳ ପ୍ରାୟ ୬ଟାରେ ଟ୍ରେନ ଦୁର୍ଘଟଣା ଘଟିଛି। ମାଲଗୋଦାମ ଏଫ୍‌ସିଆଇ ବସ୍ତି ନିକଟରେ ଏକ ମାଲବାହୀ ଟ୍ରେନ୍‌ ୟାର୍ଡ ଭିତରେ ପଛଉ ଥିବାବେଳେ ୟାର୍ଡ଼ ପାଚେରି ଭାଙ୍ଗି ୫ଟି ବଗି ଜନବସତି ମଧ୍ୟକୁ ପଶିଆସିଥିଲା। ମାଲବାହୀ ଟ୍ରେନ ନମ୍ବର ୬୧୪୦୮୧୦ର ବଗି ନମ୍ବର ୩୧୫, ୭୩୨, ୭୪୯, ୭୫୬, ୩୨୨ ଲାଇନଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଇଥିବା ବେଳେ ବସ୍ତିରେ ରଖାଯାଇଥିବା ୧୦ରୁ ଊର୍ଦ୍ଧ୍ୱ ଠେଲା, ରିକ୍ସା, ଅଟୋ ଉପରେ ଉକ୍ତ ବଗିଗୁଡ଼ିକ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ରେଳ କର୍ତ୍ତୃପକ୍ଷ ଓ ଟେକ୍‌ନିକାଲ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅପରାହ୍ନ ୩ଟାରେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅନିଲ ମିଶ୍ର, ଚକ୍ରଧରପୁର ଡିଭିଜନର ରେଳ ମ୍ୟାନେଜର (ଡିଆର୍‌ଏମ୍‌) ତରୁଣ ହୁରିଆ, ବନ୍ଧମୁଣ୍ଡା ଏଆର୍‌ଏମ୍‌ ସମୀର ସୌରଭ, ସିନିୟର ଡିସିଏମ୍‌ ଆଦିତ୍ୟ ଚୌଧୁରୀ, ଡିଭିଜନାଲ ଅପରେଶନ୍‌ ମ୍ୟାନେଜର ଅବିନାଶ କୁମାର, ମୁଖ୍ୟ ବାଣିଜି୍ୟକ ନିରୀକ୍ଷକ ଅତୁଲ ଘୋଷଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚତ୍ ପରିସ୍ଥିତିର ସମୀକ୍ଷା କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି। ଉକ୍ତ ଘଟଣା ମୁଖ୍ୟ ଲାଇନରେ ଘଟି ନ ଥିଲେ ବି କିଛି ସମୟ ମୁଖ୍ୟ ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ଲୋକମାନେ ଶୋଇଥିବାବେଳେ ପ୍ରଚଣ୍ଡ ଶବ୍ଦ କରି ଟ୍ରେନ୍‌ ବଗିଗୁଡ଼ିକ ବସ୍ତି ମଧ୍ୟକୁ ଧସେଇ ପଶିଥିଲା। ବସ୍ତିବାସୀ ସମରପ୍ରିୟ ତନ୍ତୀଙ୍କ କହିବା ଅନୁସାରେ, ବସ୍ତି ସୁରକ୍ଷାକୁ ଆଦୌ ଦୃଷ୍ଟିକୁ ନିଆଯାଉନାହିଁ। କ୍ଷତିଭରଣା ପ୍ରଦାନ ସହ ଆଗାମୀ ଦିନରେ ଏପରି ତ୍ରୁଟି ନ ହେବା ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି କହିଥିଲେ। ବସ୍ତିର ଅନ୍ୟମାନେ କ୍ଷତି ଭରଣା ଲାଗି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri