Categories: ଜାତୀୟ

ଫାଟିଲା ଫ୍ରିଜ୍‌: ପୋଲିସ ଅଧିକାରୀଙ୍କ ସମେତ ୨ ମୃତ

କୋଏମ୍ବାଟୁର,୧୦।୩: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଫ୍ରିଜ୍‌ ହଠାତ୍‌ ଫାଟିଯିବାରୁ ବ ଏକ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାର ପୋଲାଚି ନିକଟ ନାଲୁର ଗାଁର ଅଟେ। ଏଥି ସହ ବରିଷ୍ଠ ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘରେ ନିଆଁ ଲାଗିଥିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକାରୀ କହିଛନ୍ତି ଯେ, ମୃତ ବ୍ୟକ୍ତି ଚେନ୍ନାଇରେ କାର୍ଯ୍ୟ କରୁଥିବା ପୋଲିସ ଇନ୍ସପେକ୍ଟର ଶାବରିନାଥ ଏବଂ ଶାନ୍ତି ବୋଲି ଜଣାପଡିଛି। ସେ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଘରେ ଥିବା ଫ୍ରିଜ୍‌ରେ ବିସ୍ଫୋରଣ ହେତୁ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ଅଧିକ ଅନୁସନ୍ଧାନ ଚାଲିଛି।

Share