Categories: ଜାତୀୟ

ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର, ଏହା ପ୍ରଭାବିତ ହେବା ଅନୁଚିତ…

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାଗରିକଙ୍କ ଗମନାଗମନ ସ୍ବାଧୀନତା ସାମ୍ବିଧାନିକ ଅଧିକାର। ଏହା ପ୍ରଭାବିତ ହେବେ ଅନୁଚିତ। ବିଚାରପତି ନଜମି ୱାଜିରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ଅତ୍ୟାବଶ୍ୟକ ନାଗରିକ ସୁବିଧା କଟକଣା କ୍ଷେତ୍ରରେ ଏହାର ବାଧାପ୍ରାପ୍ତ ହେବା ଠିକ୍‌ ନୁହେଁ। ନାଗରିକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଉପଭୋଗ କରିବାରେ ବାଧା ପ୍ରଦାନ କରାଯିବା ଉଚିତ ନୁହେଁ। ଏହା ଏକ ମୌଳିକ ନାଗରିକ ସୁବିଧା। ସହରର ବସନ୍ତ ବିହାର ଅଞ୍ଚଳରେ ବୃକ୍ଷର ସୁରକ୍ଷା ପାଇଁ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ଦର୍ଶାଇ କୋର୍ଟ ଏକ ନିବେଦନ ଉପରେ ବିଚାର କରୁଛନ୍ତି। ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ ଏବଂ ଦିଲ୍ଲୀ ପୋଲିସରୁ ଶହ ଶହ ଗଛର କଙ୍କ୍ରିଟିକରଣ ଉପରେ ଉତ୍ତର ଲୋଡ଼ିଛନ୍ତି।

ମ୍ୟୁନିସିପାଲିଟି କର୍ପୋରେସନ ଜାଣତରେ ଏଭଳି ହେଉଥିବା କୋର୍ଟ କହିଛନ୍ତି। ଏସଡିଏମସି ଦ୍ୱାରା ରେକର୍ଡରେ ରଖାଯାଇଥିବା ଫଟୋଗ୍ରାଫକୁ ଦୃଷ୍ଟିରେ ରଖି କୋର୍ଟ ଏହା ଦର୍ଶାଇଛନ୍ତି ଯେ ଏହି ଅଞ୍ଚଳରେ ବୃକ୍ଷର ଯତ୍ନ ନ ଥିବାରୁ ମ୍ୟୁନିସିପାଲିଟି କର୍ପୋରେଣନ ଅସଙ୍ଗତିକୁ ସୁଧାରିବା ପାଇଁ ଉଦ୍ୟମ କରାଯାଇଛି।

ଅଦାଲତ କହିଛନ୍ତି ଯେ ସଠିକ ଉପାୟରେ ଉଦ୍ୟମ ଜାରି ରହିବା ଆବଶ୍ୟକ ଯାହା ଦ୍ୱାରା ଜନସାଧାରଣଙ୍କ ଗମନାଗମନ କରିବାରେ ଫୁଟପାଥ ଭଳି ସର୍ବସାଧାରଣ ସୁବିଧା ଉପଲବ୍ଧ ହେବା ଆବଶ୍ୟକ। ଦିଲ୍ଲୀ ପୋଲିସର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଏହି ପ୍ରସଙ୍ଗରେ କହିଥିଲେ ଯେ, କୋର୍ଟର ନିର୍ଦ୍ଦେଶନାମା ତଥା ଫୁଟପାଥ ତଥା ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଅତିକ୍ରମଣ କିମ୍ବା ପ୍ରତିବନ୍ଧକ ହଟାଇବା ପାଇଁ ଏସଡିଏମସିକୁ ସମସ୍ତ ସହାୟତା ପ୍ରଦାନ କରାଯିବ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ,

ଏ ସମ୍ପର୍କରେ ଅନ୍ୟ ଏକ ସତ୍ୟପାଠ ପରବର୍ତ୍ତୀ ତାରିଖ ପୂର୍ବରୁ ଏସଡିଏମସି ଦ୍ୱାରା ଦାଖଲ କରାଯିବା ଆବଶ୍ୟକ। ଅଦାଲତ କହିଛନ୍ତି ଯେ ପ୍ରତିକାର ବ୍ୟବସ୍ଥା ସଠିକ ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ ଏବଂ ରାସ୍ତା ଏବଂ ପଥଚାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ରାସ୍ତାରୁ ବିଭିନ୍ନ ବାଧାକୁ ହଟାଯିବା ଉଚିତ। ଫୁଟପାଥର ଉପଯୋଗିତାକୁ ସୁନିଶ୍ଚିତ କରିବା ପାଇଁ, ଏସଡିଏମସିର ଏକ୍ଜିକ୍ୟୁଟିଭ୍‌ ଇଞ୍ଜିନିୟର / ଆସିଷ୍ଟାଣ୍ଟ ଇଞ୍ଜିନିୟର / ଜୁନିଅର ଇଞ୍ଜିନିୟର ସମଗ୍ର କଲୋନୀର ଫୁଟପାଥକୁ ଯାଞ୍ଚ୍‌ କରିବେ। ନାଗରିକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଏବଂ ମୌଳିକ ନାଗରିକ ସୁବିଧା ଉପଭୋଗ କରିବାରୁ ବଞ୍ଚିତ କରାଯିବା ଠିକ୍‌ ନୁହେଁ।

ନଭେମ୍ବର ୨୬ ରେ ଏହିି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share