ଆଇନ ପେସାର ସ୍ୱାଧୀନତା

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନ ପେସାର ସ୍ବାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି। ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍‌ କିର୍‌ବୀଙ୍କ ଉକ୍ତି ଆତ୍ମଚିନ୍ତନ ଓ ଆତ୍ମନିରୀକ୍ଷଣ ପାଇଁ ଖୋରାକ ଯୋଗାଉଛି। ସେ କହିଥିଲେ ଯେ ଯଦି ଆଇନ ପେସାରେ ସ୍ବାଧୀନତା ନ ଥାଏ ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ବାଧୀନ ନିରପେକ୍ଷ ନ୍ୟାୟପାଳିକା କିମ୍ବା ଆଇନର ଶାସନ ଅଥବା ଗଣତନ୍ତ୍ର ଓ ସ୍ବାଧୀନତା ସମ୍ପର୍କରେ କୌଣସି କଥା ଚିନ୍ତା କରାଯାଇପାରିବ ନାହିଁ। ଆମ ଦେଶରେ ଆଇନ ପେସାରେ ସ୍ବାଧୀନତା ପ୍ରସଙ୍ଗଟି ବିଶ୍ୱ ବାଣିଜ୍ୟ କେନ୍ଦ୍ର ସଙ୍ଗଠନ ଉରୁଗୁଏ ବୁଝାମଣା ଓ ବିଦେଶୀ ଆଇନଜୀବୀ ଭାରତରେ ପ୍ରବେଶ ପରଠାରୁ ବିତର୍କ ମଧ୍ୟକୁ ଆସିଛି। ନିକଟରେ ମନି ଲଣ୍ଡରିଙ୍ଗ୍‌ ଆଇନର ପରିସର ମଧ୍ୟରେ ଆଇନଜୀବୀମାନଙ୍କୁ ଆଣି ସେମାନଙ୍କୁ ସେମାନଙ୍କ ମହକିଲମାନଙ୍କ ସମସ୍ତ ସନ୍ଦେହାତ୍ମକ କାର୍ଯ୍ୟକୁ ରେକର୍ଡ କରି ରଖି ଏହାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବାକୁ ମଧ୍ୟ ଆଇନ ପ୍ରଣୟନ କରିବାର ଯୋଜନା କରାଯାଉଥିଲା। ଠିକ୍‌ ସେହିଭଳି ସୁପ୍ରିମ୍‌କୋର୍ଟ ଗୋଟିଏ ଘଟଣାର ତ୍ରୁଟି ବିଚ୍ୟୁତି ପାଇଁ ଆଇଜୀବୀମାନେ କେତେ ଦାୟୀ ସେଥିପାଇଁ ସେମାନଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନ ପ୍ରସଙ୍ଗଟି ଉପରେ ଆଇନଗତଭାବେ ତର୍ଜମା ନ କରି ଆଇନଜୀବୀମାନଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନର ଅଧିକାର ପ୍ରସଙ୍ଗଟି ଉପରେ ଯେଉଁ ରାୟ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ଆଇନପେସାରେ ସମ୍ପୃକ୍ତଥିବା ବରିଷ୍ଠ ଆଇନଜୀବୀମାନଙ୍କ ଅହେତୁକ ନୀରବତା ଆଇନପେସାରେ ସ୍ବାଧୀନତା ପ୍ରସଙ୍ଗଟିକୁ ଭିନ୍ନ ଧରଣର ଆଲୋଚନା ପାଇଁ ଶକ୍ତି ଯୋଗାଇଛି। ଆଇନଜୀବୀମାନେ ଆମ ରାଜ୍ୟରେ ଅନେକ ଦିନ ଜେଲରେ ରହିବା ଓ ସେଥିପାଇଁ ସେମାନଙ୍କ ମଧ୍ୟରେ କୌଣସି ପ୍ରତିବାଦର ସ୍ବର ନ ଉଠିବା ନିଶ୍ଚିତ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଷ୍ଠାପର ଭାବେ ଏଭଳି ପ୍ରସଙ୍ଗଗୁଡ଼ିକ ବାର୍‌ ଆସୋସିଏଶନ୍‌ ଏପରିକି ବାର୍‌ କାଉନସିଲ୍‌ଗୁଡ଼ିକର ଆଲୋଚନା କକ୍ଷରେ କାହିଁକି ଆଲୋଚନା କରାଯାଉ ନାହିଁ ସେଭଳି ପ୍ରଶ୍ନର କୌଣସି ଯଥାର୍ଥ ଉତ୍ତର ଆମେ ପାଇପାରୁନାହଁୁ।
ଆଜି ଆମ ରାଜ୍ୟର ବାସ୍ତବ ସ୍ଥିତି ହେଉଛି ବାର୍‌ ଆସୋସିଏଶନ୍‌ ଓ ବାର୍‌ କାଉନ୍‌ସିଲ ଭଳି ପବିତ୍ର ଅନୁଷ୍ଠାନଗୁଡ଼ିକରେ ଆଇନପେସାର ଦକ୍ଷତା ସମ୍ମାନ ଓ ମର୍ଯ୍ୟାଦାକୁ ବୃଦ୍ଧି କରିବାଲାଗି ସମସ୍ତ ଉଦ୍ୟମକୁ ଆମେ ଅଲୋଡ଼ା ଅଦରକାରୀ ବୋଲି ମନେକରି ନେଉଛେ। ଆଇନପେସାରେ ବିକଳ୍ପ ବିଚାର ଏବେ ବିଷୟବସ୍ତୁ ଶୂନ୍ୟ ହୋଇପଡ଼ିଛି। ପ୍ରତ୍ୟେକ ସମାଜରେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳପିଣ୍ଡଟି ହେଉଛି ଆଇନର ଶାସନ ବ୍ୟବସ୍ଥାକୁ ଠିକ୍‌ ଭାବେ ପ୍ରତିପାଳନ କରିବା। କିନ୍ତୁ ଆଇନର ଶାସନ ବ୍ୟବସ୍ଥାଟି କେବଳ ରାଜନୈତିକ ଅନୁଷ୍ଠାନଗୁଡ଼ିକ ଦ୍ୱାରା ସମ୍ଭବ ନୁହେଁ। ସମାଜରେ କ୍ଷମତାର ଅପବ୍ୟବହାର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରିଦେଉଥିବା ଶକ୍ତିଗୁଡ଼ିକୁ ଯଥାର୍ଥ ଭାବେ ଆଇନର ଚଉହଦୀ ମଧ୍ୟରେ ରଖିବା କେବଳ ନିରପେକ୍ଷ, ନିର୍ଭୀକ ଓ ସାଧୁତା ସମ୍ପନ୍ନ ନ୍ୟାୟପାଳିକା ଓ ଆଇନ ପେସା ଦ୍ୱାରା ସମ୍ଭବ।
ଆମ ସମ୍ବିଧାନ ପ୍ରଣେତାମାନେ ନ୍ୟାୟପାଳିକା ଓ ଆଇନ ପେସାରେ ଯେଉଁ ସ୍ବାଧୀନତାର ପରିକଳ୍ପନା କରିଥିଲେ ତାହା କେବଳ ବିଚାରପତି କିମ୍ବା ଆଇନଜୀବୀଙ୍କ ସ୍ବାର୍ଥ ପାଇଁ ଉର୍ଦ୍ଦିଷ୍ଟ ନ ଥିଲା କିମ୍ବା ସେମାନଙ୍କୁ ଉତ୍ତରଦାୟୀ କରିବା ଲାଗି କରାଯାଇ ନ ଥିଲା। ଏହାକୁ ସାଧାରଣ ଲୋକର ସୁରକ୍ଷା କବଚ ବୋଲି ପରିଗଣିତ କରାଯାଇଥିଲା। ପେସାଗତ ସ୍ବାଧୀନତା କେବଳ କର୍ତ୍ତବ୍ୟ କିମ୍ବା ବିଶେଷାଧିକାର ନୁହେଁ ପରନ୍ତୁ ଏହା ସାଧାରଣ ଜନତାଙ୍କ ଅଧିକାରର ସୁରକ୍ଷା ପାଇଁ ମୂଳ ଅସ୍ତ୍ରଟିଏ।
ଆମ ଦେଶର ଯେଉଁସବୁ ପ୍ରଗତିଶୀଳ ରାୟର ଉଦାହରଣ ବିଦେଶରେ ଆମେ ଦେଇ ଆସିଛେ ସେସବୁ ମୂଳରେ ଆଇନଜୀବୀମାନଙ୍କ ମୁଖ୍ୟ ଭୂମିକା ରହିଆସିଛି। ଗୋଟିଏ ଭଲ ବାର୍‌ ଯେ କୌଣସି ଦେଶ, ରାଜ୍ୟ କିମ୍ବା ଜିଲାସ୍ତରରେ ଗୋଟିଏ ଭଲ ବେଞ୍ଚ୍‌ର ସୃଷ୍ଟି କରିପାରେ। ଅନେକ ବର୍ଷ ତଳେ ଆମ ରାଜ୍ୟର ଅନେକ ବିଚାର ବିଭାଗୀୟ ଅଫିସର ଦେୱାନୀ କିମ୍ବା ଫୌଜଦାରି ଆଇନରେ ଦକ୍ଷତାର ବିକାଶ ଲାଗି ଯେଉଁସବୁ ବାର୍‌ରେ ଭଲ ଦେୱାନୀ କିମ୍ବା ଫୌଜଦାରି ଆଇଜନୀବୀ କିମ୍ବା ମକଦ୍ଦମା ଥିଲା ସେଠାରେ କିଛିଦିନ ବିଚାରପତି ଆସନ ଅଳଙ୍କୃତ କରିବା ଲାଗି ମନ ବଳାଉଥିଲେ। ଯେତେବେଳେ ଆମ ଦେଶ ସ୍ବାଧୀନ ହେଲା ତା’ର ପରବର୍ତ୍ତୀ ୨୦ବର୍ଷ ମଧ୍ୟ ବହୁ ପରିମାଣର ସାମ୍ବିଧାନିକ ସଂଶୋଧନକୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଏହା ମୌଳିକ ଅଧିକାରରେ ହସ୍ତକ୍ଷେପ କରୁଛି ବୋଲି ଦର୍ଶାଇ ଏହାକୁ ଅସିଦ୍ଧ ଘୋଷଣା ପାଇଁ ମକଦ୍ଦମା କରାଯାଇଥିଲା। ଏହି ମକଦ୍ଦମାଗୁଡ଼ିକୁ ବିଚାରପତିମାନେ ଶୁଣି ସେମାନଙ୍କ ରାୟ ପ୍ରଦାନ କରୁଥିଲେ। ଏବେ ସେଭଳି ମକଦ୍ଦମାଗୁଡ଼ିକର ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଆଇନଗତ ପ୍ରଶ୍ନ ପଚାରିବା ଓ ବିଚାରପତିଙ୍କୁ ସାମ୍ବିଧାନିକ ଆଦର୍ଶରେ ବାନ୍ଧିରଖିବାର ଦାୟିତ୍ୱ ଆଇନଜୀବୀମାନଙ୍କର।
ସ୍ବାଧୀନଚେତା ଆଇନଜୀବୀମାନଙ୍କ ସୃଷ୍ଟି ଓ ବିଲୟ ପାଇଁ ବାର୍‌ ଆସୋସିଏଶନ୍‌ଗୁଡ଼ିକର ସ୍ବାଧୀନତା ହିଁ ମୂଳ ପ୍ରସଙ୍ଗ। ବାର୍‌ ଆସୋସିଏଶନଗୁଡ଼ିକର ନେତୃତ୍ୱ ହିଁ ଆଇନ ପେସାର ସ୍ବାଧୀନତାକୁ ରକ୍ଷା କରିପାରିବ। ବାହ୍ୟଶକ୍ତି ବିଶେଷ କରି ରାଜନୈତିକ ଶକ୍ତିମାନଙ୍କ ପାଖରୁ ବାର୍‌ ଆସୋସିଏଶନଗୁଡ଼ିକୁ ମୁକ୍ତ କରିରଖିବା ବଡ଼ ଆହ୍ବାନ ଭାବେ ଉଭାହୋଇଛି। ଆମ ରାଜ୍ୟର ବାର୍‌ ଆସୋସିଏଶନ୍‌ ଓ ବାର୍‌ କାଉନସିଲ୍‌ର ନିର୍ବାଚନ ପ୍ରକ୍ରିୟା ବିଗତ କିଛିବର୍ଷ ହେବ ରାଜନୈତିକ ଦଳଗୁଡ଼ିକ ଆଧାରରେ କାର୍ଯ୍ୟକାରୀ ହେବା ଚିନ୍ତାଜନକ ବିଷୟ। ବାର୍‌ ଆସୋସିଏଶନଗୁଡ଼ିକର ନିର୍ବାଚନ ପ୍ରକ୍ରିୟାରେ ଯେତେ ପରିମାଣର ଅର୍ଥବ୍ୟୟ ହେଉଛି ତାହା ମଧ୍ୟ ଉଦ୍‌ବେଗଜନକ । ବାର୍‌ ଆସୋସଏଶନଗୁଡ଼ିକରେ ଆଇନଗତ ବୌଦ୍ଧିକ ବିତର୍କ ଏବେ ନକାରାତ୍ମକ ସ୍ଥିତିରେ ପହଞ୍ଚତ୍ଛି। ପେସାଗତ ଭାବେ ନିରନ୍ତର ଆଇନଶିକ୍ଷାର ଅଭାବରେ ଆଇନଜୀବୀମାନଙ୍କ ମଧ୍ୟରେ ବାର୍‌ ଆସୋସିଏଶନଗୁଡ଼ିକର ଗୁରୁତ୍ୱ ଉପଲବ୍ଧି ହେଉନାହିଁ। ବାର୍‌ ଆସୋସିଏଶନ୍‌ଗୁଡ଼ିକର ନେତୃତ୍ୱ ଆଇନ ପେସା ପ୍ରତି ଆଣୁଥିବା ବିପଦପୂର୍ଣ୍ଣ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା ପ୍ରତି ଅନାଗ୍ରହ ଏହାର ଏକ ଉଦାହରଣ। ସାଧାରଣ ଲୋକଟିର ନ୍ୟାୟିକ ପ୍ରକ୍ରିୟାରେ ଭାଗୀଦାରିତା ପ୍ରସଙ୍ଗରେ ଆମେ ଯେତେ ଚିନ୍ତିତ, ଆଇନଜୀବୀମାନେ ସେମାନଙ୍କ ପେସାଗତ ସ୍ବାଧୀନତା ପ୍ରସଙ୍ଗରେ ବିଚାର ବିମର୍ଶ ପାଇଁ ସେହି ପରିମାଣରେ ସକ୍ରିୟ ନୁହନ୍ତି। ସ୍ବାଧୀନତା ରହିଲେ ଜଣେ ଆଇନଜୀବୀ ନିର୍ଭୀକ ଭାବେ ମକଦ୍ଦମା ପରିଚାଳନା କରିପାରିବ।

  • ବିଭୁପ୍ରସାଦ ତ୍ରିପାଠୀ
    ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ
    ମୋ:୯୪୩୭୦୧୨୪୬୦

Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri