Posted inଜାତୀୟ

ବିବାହରେ ପସନ୍ଦର ସ୍ବାଧୀନତା ଜରୁରୀ

ନୂଆଦିଲ୍ଲୀ,୨୬ା୧୦: ବିବାହରେ ପସନ୍ଦ କରିବା ସ୍ବାଧୀନତା ସମ୍ବିଧାନର ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଜୀବନ ସାଥୀ ବାଛିବା ସ୍ବାଧୀନତା ଉପରେ ଧର୍ମବିଶ୍ୱାସର ପ୍ରଶ୍ନର କୌଣସି ପ୍ରାସଙ୍ଗିକତା ନ ଥିବା ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ପରିବାର ସଦସ୍ୟଙ୍କ ସମେତ ଅନ୍ୟମାନଙ୍କଠାରୁ ବିପଦ ଥିବା ଉକ୍ତ ଦମ୍ପତିଙ୍କ ସୁରକ୍ଷା ଦିଗରେ ପୋଲିସ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶା କରାଯାଏ ବୋଲି ହାଇକୋର୍ଟ କହିଛନ୍ତି। ଯୁବତୀଙ୍କ ପରିବାରର ଇଚ୍ଛା ବିରୋଧରେ ତାଙ୍କୁ ବିବାହ କରିଥିବା ଅଭିଯୋଗକାରୀଙ୍କୁ ସ୍ତ୍ରୀ ଘର ଲୋକେ ତାଙ୍କୁ ଅପହରଣ କରିନେଇ ମାଡ଼ ମାରିବା ସହ ହତ୍ୟା ଉଦ୍ୟମ କରିଥିଲେ। ଉକ୍ତ ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ବେଳେ ହାଇକୋର୍ଟ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଦମ୍ପତିଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ନ ଯିବା ଦୁର୍ଭାଗ୍ୟଜନକ ବୋଲି ଅଦାଲତ ମତ ଦେଇଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତର ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ବିବାହରେ ପସନ୍ଦ କରିବାର ସ୍ବାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଷ୍ଟିସ୍‌ ଅନୁପ କୁମାର ମେନ୍ଦିରତ୍ତା ରାୟରେ କହିଛନ୍ତି। ଯେତେବେଳେ କୌଣସି ବ୍ୟକ୍ତିଙ୍କ ଜୀବନ ଓ ସ୍ବାଧୀନତା କଥା ଉଠୁଛି, ବିଶେଷ କରି ଯେଉଁ ଦମ୍ପତି ସେମାନଙ୍କ ନିଜସ୍ବ ସ୍ବାଧୀନ ଇଚ୍ଛାରେ ଆଇନ ଅନୁଯାୟୀ ବିବାହ କରିଛନ୍ତି, ସେମାନଙ୍କ କ୍ଷେତ୍ରରେ ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହ ସୁରକ୍ଷା ସୁନିଶ୍ଚିତ କରିବା ଆଶା କରାଯାଏ ବୋଲି ଅଦାଲତ କହିଛନ୍ତି। ଅପରାଧର ଗୁରୁତ୍ୱକୁ ବିଚାରକୁ ନେଇ ସ୍ତ୍ରୀଙ୍କ ମାଆ ଏବଂ ଜେଜେମା’ଙ୍କୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?