Categories: ଫୁରସତ

ଏହି ସହରରେ ମାଗଣା ମିଳୁଛି ଇଣ୍ଟରନେଟ୍‌ ସେବା

ଆଜିର ସମୟରେ ଇଣ୍ଟର୍‌ନେଟ୍‌ ସତେ ଯେପରି ଜୀବନର ଏକ ବଡ଼ ଅଂଶ ପାଲଟିଯାଇଛି। ସେ ଘର ହେଉ କି ଅଫିସ କିମ୍ବା ସର୍ବସାଧାରଣ ସ୍ଥାନ। ସବୁଠି ଇଣ୍ଟରନେଟ୍‌ ସମସ୍ତ କାର୍ଯ୍ୟକୁ ସହଜ କରିଥାଏ। ଏଭଳି ପରିସ୍ଥିତିରେ ଯଦି ଲୋକମାନେ ମାଗଣା ଓ୍ବାଇ-ଫାଇ ପାଆନ୍ତି ତେବେ କ’ଣ ହେବ ଭାବିଲେ। ନିଶ୍ଚିତ ମନ ଆନନ୍ଦରେ ପୂରି ଉଠିବ।

ଠିକ୍‌ ଦୁନିଆରେ ଏପରି ଏକ ସହର ଅଛି, ଯେଉଁଠି ଲୋକଙ୍କୁ ମାଗଣା ଓ୍ବାଇ-ଫାଇ ସେବା ମିଳୁଛି। ମେକ୍ସିକୋ ସିଟି ହେଉଛି ଏହାର ଅନନ୍ୟ ଉଦାହରଣ। ଯେଉଁଠାରେ ମାଗଣା ଓ୍ବାଇଫାଇ ହଟସ୍ପଟ ସୁବିଧା ଉପଲବ୍ଧ। କେବଳ ଏତିକି ନୁହେଁ, ମାଗଣା ଓ୍ବାଇ-ଫାଇ ଦୃଷ୍ଟିରୁ ଏହି ସହର ବିଶ୍ୱରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ସର୍ବାଧିକ ମାଗଣା ଓ୍ବାଇ-ଫାଇ ହଟ୍‌ସ୍ପଟ ଥିବାରୁ ନିକଟରେ ଏହି ସହରର ନାମ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି।

କରୋନା ମହାମାରୀ ଏବଂ ଲକ୍‌ଡାଉନ ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା, ତେଣୁ ସହରରେ ହଟ୍‌ସ୍ପଟ ବୃଦ୍ଧି କରାଯାଇଥିଲା। ଯାହା ଦ୍ୱାରା ଛାତ୍ରୀଛାତ୍ର ସେମାନଙ୍କ ଅନ୍‌ଲାଇନ ଅଧ୍ୟୟନ ଆରାମରେ କରିପାରିଥିଲେ।

ମେକ୍ସିକୋରେ ବିନା ସର୍ତ୍ତରେ ମାଗଣା ଓ୍ବାଇ-ଫାଇ ଯୋଗାଇ ଦିଆ ଯାଉଥିବାବେଳେ ଦୁନିଆରେ ଅନେକ ସ୍ଥାନ ଅଛି, ଯେଉଁଠାରେ ଇଣ୍ଟରନେଟ୍‌ ଦେବା ପୂର୍ବରୁ କିଛି ମଜାଦାର ଅବସ୍ଥା ରଖାଯାଇଥାଏ।

ଆମେରିକାର ସାକ୍ସସରେ ଥିବା ଏକ ଥାଇ ରେଷ୍ଟୁରାଣ୍ଟର କାନ୍ଥରେ ଓ୍ବାଇ-ଫାଇ ପାସଓ୍ବାର୍ଡ ଲେଖାଯାଇଛି। ଏହାର କାରଣ ହେଉଛି, ଖାଇବା ସହ ସେହି ଥାଳିର ଏକ ଫଟୋ କ୍ଲିକ୍‌ କରି ଅପଲୋଡ୍‌ କରିପାରିବ। କେବଳ ଏତିକି ନୁହେଁ, ଅନ୍ୟ ଏକ ଥାଇ ରେଷ୍ଟୁରାଣ୍ଟରେ ଲୋକଙ୍କୁ ଓ୍ବାଇ-ଫାଇ ପାସଓ୍ବାର୍ଡ ପାଇବା ପାଇଁ ଏକ ଲମ୍ବା ଗାଣିତିକ ସମୀକରଣ ସମାଧାନ କରିବାକୁ ପଡ଼ିବ। ଏହି ସମୀକରଣର ଉତ୍ତର ରହିଛି ପାସଓ୍ବାର୍ଡ, ଯାହାକୁ ସେଠାରେ ପରିଦର୍ଶନ କରୁଥିବା ଗ୍ରାହକମାନେ ବ୍ୟବହାର କରିପାରିବେ।

Share