ପୁରୀ ରଥଯାତ୍ରା ମହୋତ୍ସବରେ ବେଦାନ୍ତର ନିଃଶୁଳ୍କ ସେବା

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ର ମହୋତ୍ସବରେ ସାମିଲ ହୋଇଥିଲା। ଏହି ଅବସରରେ କମ୍ପାନୀ ଅଗଣିତ ଭକ୍ତଙ୍କୁ ସେବା ଯୋଗାଇବା ସହ ମାଗଣା ପ୍ରସାଦ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରିଥିଲା। ଏପରିକି ଏହି ୯ଦିନିଆ ମହୋତ୍ସବରେ ଯୋଗଦେଇଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ନିଃଶୁଳ୍କ ସେବା କମ୍ପାନୀର ସ୍ବେଚ୍ଛାସେବୀଙ୍କ ଜରିଆରେ ଯୋଗ ଦିଆଯାଉଛି। ସେହିଭଳି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପୁରୀ ବେଶ ପରିଚିତ ଥିଲାବେଳେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ହଜାର ହଜାର ଭକ୍ତ ପୁରୀ ବଡ଼ଦାଣ୍ଡରେ ଏକତ୍ରିତ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭଜନ ସନ୍ଧ୍ୟା ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ସହ ଓର୍‌ମାସ ଦ୍ୱାରା ଆୟୋଜିତ ପୁରୀ ପଲ୍ଲିଶ୍ରୀ ମେଳାରେ ଚୟନ ହୋଇଥିବା ପ୍ରକଳ୍ପଗୁଡିକୁ ମଧ୍ୟ କମ୍ପାନୀ ଉପସ୍ଥାପିତ କରିଥିଲା। ସେହିପରି ଏକା ସାଙ୍ଗରେ କମ୍ପାନୀ କର୍ମଚାରୀ,ବ୍ୟବସାୟିକ ଭାଗୀଦାରି ଓ ସେମାନଙ୍କ ପରିବାର ଉତ୍ସାହର ସହ ଯୋଗଦେଇ କମ୍ପାନୀର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ଠାରେ ଥିବା ଟାଉନଶିପ ଏବଂ ଛତିଶଗଡ଼ର କୋର୍ବାଠାରେ ମଧ୍ୟ ରଥଯାତ୍ରା ପାଳନ କରିଥିଲେ। ଅପରପକ୍ଷରେ ବେଦାନ୍ତର ଝାରସୁଗୁଡ଼ାସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ୧୯,୫୦୦ ବର୍ଗଫୁଟ ବିସ୍ତାର କରିଛି ଓ ଏଠାରେ ଅଗଣିତ ଭକ୍ତଙ୍କ ମହାସମାଗମ ହୋଇଥିଲା। ଏହା ବ୍ୟତୀତ କଳାହାଣ୍ଡିର ଳାଞ୍ଜିଗଡ଼ଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ ହୋଇଥିଲାବେଳେ ରଥଯାତ୍ରା ଉତ୍ସବରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି,ବେଦାନ୍ତ ଆଲୁମିନିୟମ ବହୁ ବର୍ଷ ଧରି ପୁରୀ ରଥଯାତ୍ରା ଉତ୍ସବରେ ଯୋଗଦେଇଆସିଛି। ଏପରିକି ପ୍ରତିବର୍ଷ କମ୍ପାନୀ ଲକ୍ଷ ଲକ୍ଷ ଭକ୍ତଙ୍କ ସେବା କରିବାର ସୌଭାଗ୍ୟ ଅର୍ଜନ କରିଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟର ମୂଳଦୁଆ ସହ ବେଦାନ୍ତ ଆଲୁମିନିୟମ ସମ୍ପୃକ୍ତ ଅଞ୍ଚଳର ଜୀବନ୍ତ ସାଂସ୍କୃତିକ ଉତ୍ତରାଧିକାରୀଙ୍କୁ ପ୍ରୋତ୍ସାହିତ ତଥା ସଂରକ୍ଷିତ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri