Categories: ଜାତୀୟ

ସେପ୍ଟେମ୍ବର ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ଲକ୍ଷ୍ନୌ,୮ ।୮: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ଏହି ଯୋଜନାର ଷଷ୍ଠ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ପ୍ରାୟ ୪୪.୬୧ ଲକ୍ଷ ମେଟ୍ରିକ ଟନ ଖାଦ୍ୟାନ୍ନ ବିତରଣ କରିବାର ଯୋଜନା ରହିଛି ।
ଏହି ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ମାଗଣାରେ ଖାଦ୍ୟାନ୍ନ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ପ୍ରବକ୍ତା କହିଛନ୍ତି ଏପ୍ରିଲ ୨୦୨୦ରୁ ମେ’ ୨୦୨୨ ପର୍ଯ୍ୟନ୍ତ ପାଖାପାଖି ୧୪୭.୭୭ ଲକ୍ଷ ମେଟ୍ରିକ ଟନ ଖାଦ୍ୟାନ୍ନ ମାଗଣାରେ ବିତରଣ କରାଯାଇଛି ।

Share