ଆରମ୍ଭ ହେବ ମାଗଣା ମ୍ୟୁଚୁଆଲ ଫଣ୍ଡ୍‌ ସାର୍ଟିଫିକେଟ ପାଠ୍ୟକ୍ରମ

ଭୁବନେଶ୍ୱର, ୩୦ା୭ (ସୁଚିସ୍ମିତା ସାହୁ): ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଆର୍ଥିକ ସାକ୍ଷରତା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବାଣିଜ୍ୟ, ମ୍ୟାନେଜମେଣ୍ଟ ଏବଂ ଅର୍ଥନୀତି ପ୍ରଭୃତି ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସମ୍ପର୍କିତ ଏକ ସାର୍ଟିଫିକେଟ ପ୍ରୋଗ୍ରାମ୍‌ ଆରମ୍ଭ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହି ସାର୍ଟିଫିକେଟ ପ୍ରୋଗ୍ରାମଟି ମୋଟ ୩୦ ଘଣ୍ଟାର ହେବ। ବିକମ୍‌, ବିବିଏ, ବ୍ୟାଚ୍‌ଲର ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ (ବିଏମ୍‌ଏସ୍‌), ବିଏ (ଅର୍ଥନୀତି ଓ ବାଣିଜ୍ୟ), ଏମ୍‌ବିଏ ଏବଂ ଏମ୍‌କମ୍‌ କୋର୍ସରେ ନାମଲେଖାଇଥିବା ଛାତ୍ରୀଛାତ୍ରମାନେ ଏଥିପାଇଁ ଯୋଗ୍ୟ ହେବେ। ଏହି ତାଲିମ ଦ୍ୱାରା ଛାତ୍ରୀଛାତ୍ରମାନେ ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସିକ୍ୟୁରିଟିଜ୍‌ ମାର୍କେଟ୍‌ସ’ (ଏନ୍‌ଆଇଏସ୍‌ଏମ୍‌) ସିରିଜ ଭି-ଏ ମ୍ୟୁଚୁଆଲ ଫଣ୍ଡ୍‌ ଡିଷ୍ଟ୍ରିବ୍ୟୁଟର୍ସ ସାର୍ଟିଫିକେଶନ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଏବଂ ସମ୍ବଲପୁର ଭଳି ପ୍ରମୁଖ ସହରାଞ୍ଚଳର ୧୦୦ କିଲୋମିଟର ପରିଧି ମଧ୍ୟରେ ଥିବା ୯୭ଟି ଚୟନକୃତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହା ଆରମ୍ଭ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ପ୍ରାୟ ୬୦ ଜଣ ଛାତ୍ରୀଛାତ୍ରଙ୍କୁ ଏହି କୋର୍ସ ପାଇଁ ମନୋନୀତ କରାଯିବ ଏବଂ ତାଲିମ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଚଳିତ ବର୍ଷ ମେ’ ମାସରେ ଉଚ୍ଚଶିକ୍ଷା ବିଭାଗ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିପତ୍ର (ଏମ୍‌ଓୟୁ) ଆଧାରରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି ସାର୍ଟିଫିକେଟ ପାଠ୍ୟକ୍ରମ ଦ୍ୱାରା ଛାତ୍ରୀଛାତ୍ରମାନେ ଆର୍ଥିକ ସେବା କ୍ଷେତ୍ରରେ ଆବଶ୍ୟକ ଜ୍ଞାନ ଆହରଣ କରିବା ସହ ମ୍ୟୁଚୁଆଲ ଫଣ୍ଡ୍‌ ଡିଷ୍ଟ୍ରିବ୍ୟୁଟର୍‌, ଫାଇନାନ୍ସିଆଲ ଆଡଭାଇଜର୍‌, ଇନ୍‌ସୁରାନ୍ସ ଆଡଭାଇଜର୍‌ ଏବଂ ଷ୍ଟକ ବ୍ରୋକର୍‌ ଭାବେ ନିଜର କ୍ୟାରିୟର ଗଢ଼ିବାରେ ସଫଳ ହୋଇପାରିବେ ବୋଲି ଆଶା କରାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ଆଜି ରାଜ୍ୟର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୩୦।୭: ଆଜି ରାଜ୍ୟର ୪ଟି ଜିଲାରେ ସ୍କୁଲ ଛୁଟି ଘୋଷଣା। ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍କୁଲ ଛୁଟି। ସବୁ ସରକାରୀ ଓ ଘରୋଇ ସ୍କୁଲ…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫…

ଅଗ୍ନିବୀରଙ୍କ ପାଇଁ ଏସ୍‌ଏସ୍‌ବିରେ ୫୦% କନ୍‌ଷ୍ଟେବଲ ପଦବୀ ସଂରକ୍ଷିତ

ନୂଆଦିଲ୍ଲୀ,୩୦ା୭: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) (ଯୁଦ୍ଧ ପାଇଁ ପ୍ରସ୍ତୁତ ସାଧାରଣ ଡ୍ୟୁଟି) ଗ୍ରୁପ୍‌ ‘ସି’ ପଦବୀ ନିଯୁକ୍ତି ନିୟମାବଳୀ, ୨୦୨୬ ଉପରେ…

ପରିବହନ ପ୍ରଦୂଷଣରୁ ପ୍ରତି ୬ ମିନିଟ୍‌ରେ ଜଣକ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ,୩୦ା୭: ସଡ଼କ ପରିବହନଜନିତ ପ୍ରଦୂଷଣ ଭାରତରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ସମସ୍ୟା ସୃଷ୍ଟି କରିଛି। ୨୦୨୪ରେ ଗାଡ଼ିମୋଟରଜନିତ ପ୍ରଦୂଷଣ କାରଣରୁ ପ୍ରତି ୬ ମିନିଟ୍‌ରେ ଜଣେ ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri