Categories: ଜାତୀୟ

୮୦ କୋଟି ଲୋକଙ୍କୁ ମାଗଣା ରାଶନ

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାଶନ ଦେବାକୁ ପ୍ରଧାନମନ୍ତ୍ରୀ କହିଥିବା ବେଳେ ପିଏମ୍‌ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏହି ରାଶନ ଯୋଗାଇ ଦିଆଯିବ। ସରକାର କୌଣସି ପରିବାରକୁ ଭୋକରେ ରହିବାକୁ ଦେବେ ନାହିଁ। ଏନେଇ ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାଶନ ଦେବାର ସୀମାକୁ ବଢାଇ ଦିଆଯାଇଛି। ସରକାର ଗରିବଙ୍କ ପ୍ରତ୍ୟେକ ଆବଶ୍ୟକତା ସହ ଛିଡା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share