Categories: ଜାତୀୟ

ଦିଲ୍ଲୀ ପରେ ପଞ୍ଜାବରେ ମାଗଣା ହେଲା ବିଜୁଳି

ଚଣ୍ଡିଗଡ଼,୧।୭: କଥା ରଖିଲା ଆମ ଆଦମୀ ଦଳ। ପଞ୍ଜାବରେ ନିର୍ବାଚନ ବେଳେ ଦିଆଯାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ଘୋଷଣା କରିଛନ୍ତି। ତଦନୁଯାୟୀ ଜୁଲାଇ ୧ରୁ ପ୍ରତ୍ୟେକ ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ ଦିଆଯିବ। ଏଥିସହ ୨୦୨୧ ଡିସେମ୍ବର ୩୧ ପୂର୍ବର ସମସ୍ତ ବିଜୁଳି ବିଲ୍‌କୁ ଛାଡ଼ କରାଯିବ।

ଭାଗଓ୍ବନ୍ତ କହିଛନ୍ତି, ପୂର୍ବ ସରକାର ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଥିଲେ। ହେଲେ ଏହା ପୂରଣ କରିବା ଲାଗି ୫ ବର୍ଷ ବିତିଯାଉଥିଲା। ହେଲେ ଏଏପି ସରକାର ପଞ୍ଜାବ ଇତିହାସରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ପଞ୍ଜାବବାସୀଙ୍କୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ସରକାର ପୂରଣ କରିବାକୁ ଯାଉଛୁ। ତେବେ ମାଗଣା ବିଦ୍ୟୁତ ଯୋଗାଇବାରେ ଦିଲ୍ଲୀ ପରେ ପଞ୍ଜାବ ଦ୍ୱିତୀୟ ରାଜ୍ୟ ହୋଇଛି।

Share