Categories: ଜାତୀୟ

ମାଗଣା ବିଜୁଳି-୫ ଲକ୍ଷଙ୍କୁ ରୋଜଗାର-ମହିଳାଙ୍କୁ ୨ହଜାର: ରାହୁଲଙ୍କ ୫ ନିର୍ବାଚନୀ ପ୍ରତିଶ୍ରୁତି

ମୁମ୍ବାଇ,୨୦।୩: ଆସାମରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍‌ସୋର୍‌ରେ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଜୋରହାଟରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ୫ ପ୍ରତିଶ୍ରୁତି ଦେଇଛନ୍ତି। ସେଥିମଧ୍ୟରେ ଲୋକଙ୍କୁ ୨୦୦ ୟୁନିଟ୍‌ ମାଗଣାରେ ବିଜୁଳି ଯୋଗାଣ, ରାଜ୍ୟର ୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରତି ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଆଦି ନିର୍ବାଚନୀ ପ୍ରତିଶ୍ରୁତି ଥୋପ ରହିଛି। ଏହା ସହିତ ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ମଜୁରୀକୁ ବଢ଼ାଇ ଦିଆଯାଇ ୩୬୫ ଟଙ୍କା କରାଯିବ। ଏବେ ଏହା ୧୬୫ ଟଙ୍କା ରହିଛି ବୋଲି ରାହୁଲ କହିଛନ୍ତି।

Share