ମାଗଣା ଫସଲ ବୀମା ପଞ୍ଜୀକରଣ ଫାର୍ସ

ନୟାଗଡ଼,୪।୮(ଲୋକନାଥ ମିଶ୍ର): ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୫ ରହିଥିବାବେଳେ ଅଗଷ୍ଟ ୪ ସୁଦ୍ଧା ଚାଷୀ ପଞ୍ଜୀକରଣ ନେଇ ଅବଗତ ନ ଥିବା ଅଭିଯୋଗ ହୋଇ ଆସୁଛି। ବିଶେଷ କରି ଅଣଋଣୀ ଚାଷୀ ପାଇଁ ବୀମା ଅପହଞ୍ଚ ହୋଇ ରହିଛି। ବୀମା କମ୍ପାନୀ ଓ ସରକାର ୨ ହେକ୍ଟର ପର୍ଯ୍ୟନ୍ତ ପଞ୍ଜୀକରଣକୁ ମାଗଣା ବୋଲି ଡିଣ୍ଡିମ ପିଟୁଛନ୍ତି। ତେବେ ଚାଷୀ ପଞ୍ଜୀକରଣ କଲେ ୧୦୦ରୁ ୨୫୦ ଟଙ୍କା ଖର୍ଚ୍ଚ ଦେବାକୁ ପଡୁଛି। ବୀମା ମାଗଣା ଓ ସୁବିଧା ଯୁକ୍ତ ଶୁଣିବାକୁ କେହିି ନାହାନ୍ତି। ବରଂ ଉତ୍ତର ମିଳୁଛି ସରକାରଙ୍କ ପାଖକୁ ଗଲେ ମାଗଣା ହୋଇ ଯିବ। ଗ୍ରାଉଣ୍ଡ ଜିରୋ ସ୍ଥିତିକୁ କେହି ପରଖୁ ନ ଥିବାରୁ ଚାଷୀ ଭାଗ୍ୟକୁ ଆଦରି ପଡି ରହିଛି। ଅନ୍ୟପକ୍ଷେ ଚାଷୀ ପଞ୍ଜୀକରଣ ପାଇଁ ଜିଲାରେ ୬୮୬ କମନ ସର୍ଭିସ ସେଣ୍ଟର ଅଛି । ତେବେ ଏଥିରୁ ୩୭୨ ସେଣ୍ଟର କାମ କରୁନି। ଅନ୍ୟ ପକ୍ଷେ ଋଣୀ ଚାଷୀଙ୍କ ପଞ୍ଜୀକରଣ ବଢ଼ୁ ନ ଥିଲେହେଁ କେତେକ ବ୍ୟାଙ୍କର ଆଗ୍ରହ ଯୋଗୁ ଏକ ପ୍ରକାରର ଭଲ ସ୍ଥିତି ରହିଛି। ସେହିଭଳି ଜିଲାର କିଛି ସ୍ଥାନରେ ସଚେତନତା ରଥ ବୁଲାଇ ବୀମା କମ୍ପାନୀ ଯେଉଁ ମାଇଲେଜ ନେବାକୁ ଚେଷ୍ଟା କରୁଛି ରଥର ପରିକ୍ରମାକୁ ଅନୁଧ୍ୟାନ କଲେ ଏହାର ସୁଫଳ କିପରି ଚାଷୀ ପାଉଛନ୍ତି ଜଣାପଡିବ। ଏଣୁ ସରକାରଙ୍କ ମାଗଣା ବୀମାକୁ ମଧ୍ୟ ଚାଷୀ ଫାଇଦା ଉଠାଇ ପାରନି ବୋଲି ଅଭିଯୋଗ ହୋଇଛି।
ଜିଲାରେ ବ୍ୟାଙ୍କରୁ ଋଣ କରିଥିବା ଚାଷୀ ୪୪ହଜାର ୨୯୭ ପଞ୍ଜୀକରଣ କରିଛନ୍ତି। ସେହିପରି ଅଣଋଣୀ ଚାଷୀ ୨୩ ହଜାର ୯୯୨ ଜଣ ପଞ୍ଜୀକରଣ କରିଛନ୍ତି। ଋଣି ଚାଷୀ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରୁଥିବାବେଳେ କାହିଁକି ଅଣଋଣୀ ଚାଷୀଙ୍କ ପଞ୍ଜୀକରଣ ହ୍ରାସ ପାଉଛି ସେନେଇ କାରଣ ଖୋଜା ଯାଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବାଲୁଗଁାର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ଫସଲ ବୀମା ପଞ୍ଜୀକରଣ ବ୍ୟବସ୍ଥା ମାଗଣା କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ସରକାର ଚାଷୀଙ୍କ ଜାଣିବା ପାଇଁ କିଛି ବ୍ୟବସ୍ଥା କଲେ ନାହିଁ। ଜୁଲାଇ ୩୧ ଯାଇ ଅଗଷ୍ଟ ୫ ଚାଲିଯିବ ଅଥଚ ଚାଷୀ ନିଜର ବୀମା ପଞ୍ଜୀକରଣ କରି ପାରିବ ନାହିଁ। ସରକାର ଚାଷୀକୁ ସଚେତନତା ନ କରି ଯେତେ ବ୍ୟବସ୍ଥା କଲେ କିଛି ସୁଫଳ ମିଳିବ ନାହିଁ। ଏଣୁ ପଞ୍ଜୀକରଣ ବ୍ୟବସ୍ଥାର ଅବଧି ବଢ଼ୁ। ଏନେଇ ସଚେନତା କରାଯାଉ ବୋଲି ସେ କହିଛନ୍ତି। ଖଣ୍ଡପଡ଼ାର ଚାଷୀ ଭାସ୍କର ଚନ୍ଦ୍ର ଜେନା କୁହନ୍ତି, ମାଗଣାରେ ପଞ୍ଜୀକରଣ କୁହା ଯାଉଥିଲେହେଁ ଚାଷୀକୁ ୧୦୦ରୁ ୨୫୦ ଟଙ୍କା ପଞ୍ଜୀକରଣ ପାଇଁ ଖର୍ଚ୍ଚ କରିବାକୁ ପଡୁଛି। ଚାଷୀ ଟଙ୍କା ଦେଇ ପଞ୍ଜୀକରଣ କରୁଛି। ଅଥଚ ସରକାର ମାଗଣାରେ ପଞ୍ଜୀକରଣ କରୁଛନ୍ତି ବୋଲି ଡିଣ୍ଡିମ ପଟୁଛନ୍ତି। ଭାପୁରର ଅଭିମନ୍ୟୁ ଗୁମାନସିଂ କୁହନ୍ତି, ଗଁାରେ ମାଗଣା ପଞ୍ଜୀକରଣ ନେଇ ଚାଷୀ ଅବଗତ ନାହିଁ। ଏପରି କି ଲୋକ ପ୍ରତିନିଧି ମଧ୍ୟ ମାଗଣା ପଞ୍ଜୀକରଣ ନେଇ ଜାଣି ନାହାନ୍ତି। କୃଷି ବିଭାଗର କର୍ମଚାରୀଙ୍କ ପାଦ ମଧ୍ୟ ଗଁାରେ ପଡୁନି। ଏଣୁ ଚାଷୀଙ୍କ ପଞ୍ଜୀକରଣ ବଢ଼ିବା ଆଶା ସଫଳ ହେବ ନାହିଁ। ଓଡ଼ଗଁାର ଚାଷୀ ଭାଗବତ ପରିଡ଼ା କୁହନ୍ତି, ଏକ ପଞ୍ଜୀକରଣ ରଥ ରୋଡରେ ବୁଲି ପଳାଉଛି। ଚାଷୀ ଜାଣିବା ପୂର୍ବରୁ ରଥ ଗାଏବ ହୋଇ ଯାଉଛି। ସରକାର ମଧ୍ୟ ଚାଷୀ ସଚେତନତା ନେଇ ପଦକ୍ଷେପ ନେଉ ନାହାନ୍ତି। ଏଣୁ ମାଗଣା ବୀମା ପଞ୍ଜୀକରଣର ଫାଇଦା ଚାଷୀ ନେଇ ପାରୁ ନାହିଁ।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ କୁହନ୍ତି, ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ୬୮ ହଜାର ହେକ୍ଟର ଜମିରେ ଧାନ ଫସଲ କରାଯିବାକୁ ଲକ୍ଷ୍ୟ ରହିଛି। ୬ ହଜାର ୨୩୦ ହେକ୍ଟର ଜମିର ବୀମା ହୋଇଛି। ୪ଟି ଗାଡି ବୁଲି ଫସଲ ବୀମା ଉପରେ ସଚେତନତା କରୁଛି। ତେବେ ଜିଲାରେ ୬୮୬ କମନ ସର୍ଭିସ ସେଣ୍ଟର ମଧ୍ୟରୁ ୩୭୨ ସେଣ୍ଟର କାମ କରୁ ନାହିଁ। ୨ ହେକ୍ଟର (୫ ଏକର) ଜମିର ବୀମା ମାଗଣା ରହିଛି। ହେଲେ ପଞ୍ଜୀକରଣ ବଢ଼ୁ ନାହିଁ। ଆମେ ପଞ୍ଜୀକରଣ ବଢ଼ିବାକୁ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ଜିଲାରେ ମକା ଓ ଧାନ ପାଇଁ ଫସଲ ବୀମା ମାଗଣା ରହିଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?