Categories: ଜାତୀୟ

ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଆରମ୍ଭରେ ଘୋଷଣା କରିଥିଲେ। ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ମାଗଣାରେ ଟିକା ଦିଆଯାଉଥିବା ବେଳେ ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କଠାରୁ ଅର୍ଥ ଦାବି କରାଯିବା ଯୁକ୍ତିସଙ୍ଗତ ନୁହେଁ ବୋଲି ସୁପ୍ରିମକୋର୍ଟ କହିବା ପରେ କେନ୍ଦ୍ର ସରକାର ଟିକା ନୀତିରେ ପରିବର୍ତ୍ତନ କରିଥିଲେ।

Share