Categories: ଜାତୀୟ

ଦେଶକୁ ଦେବାଳିଆ କରିଦେବ କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୮: କରଦାତାମାନଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଥିବା ମାଗଣା ସୁବିଧା ପରମ୍ପରା ବିରୋଧରେ ଏକାଧିକ ପିଟିଶନକୁ ତିନିଜଣିଆ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗର ବ୍ୟାପକ ଶୁଣାଣି ଆବଶ୍ୟକ ବୋଲି ସିଜେଆଇ ଜଷ୍ଟିସ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି।

Share