Categories: ବାଣିଜ୍ୟ

ବାଲ୍‌କୋ ପକ୍ଷରୁ ମାଗଣା କର୍କଟ ସ୍କ୍ରିନିଂ କ୍ୟାମ୍ପ

ନୂଆଦିଲ୍ଲୀ,୧।୬: ଦେଶର ପ୍ରମୁଖ ଘରୋଇ କ୍ୟାନ୍‌ସର ହସ୍ପିଟାଲ ଭାବେ ପରିଚିତ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସି ପରିସରରେ ଏକ ମାଗଣା କର୍କଟ ସ୍କ୍ରିନିଂ କ୍ୟାମ୍ପର ଆୟୋଜନ କରାଯାଇଛି। ଏହି ଶିବିର ଜୁନ୍‌ ୫ ପର୍ଯ୍ୟନ୍ତ ଚାଲିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ତମାଖୁ ସେବନରୁ ମୁକ୍ତି ପାଇବା ପାଇଁ ଏକ ସ୍ବତନ୍ତ୍ର ଅଧିବେଶନର ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଥିରେ ନିଶା ସେବନରୁ ମୁକ୍ତି ପାଇବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ବିସ୍ତୃତ ଅବଗତ ସହ କର୍କଟ ରୋଗ ଓ ପଦକ୍ଷେପ ବିଷୟରେ ଆଲୋକପାତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହି ଶିବିର ୨୦୨୩ ଜୁନ୍‌ ୫ ପର୍ଯ୍ୟନ୍ତ ଚାଲିବ ଏବଂ ଅଗ୍ରିମ ପଞ୍ଜୀକରଣ ବାଧ୍ୟତାମୂଳକ ।
ଏ ସମ୍ପର୍କରେ ବିଏମ୍‌ସିର ମେଡିକାଲ ନିର୍ଦ୍ଦେଶକ ଡା. ଭବନା ସିରୋହି କହିଛନ୍ତି, ତମାଖୁ ସେବନ ଯୋଗୁ ସାରା ବିଶ୍ୱରେ ପ୍ରତିଦିନ ରୋଗୀ ଜୀବନ ହରାଉଛନ୍ତି, କେବଳ ଗୋଟିଏ ସମାଧାନ ରହିଛି, ଏହାକୁ ଖାଆନ୍ତୁ ନାହିଁ। ସେହିଭଳି ବିଏମ୍‌ସିର ମୂଳ ଲକ୍ଷ୍ୟ ହେଉଛି ଏକ କର୍କଟ ମୁକ୍ତ ସମାଜ ଗଠନ ଏବଂ ଏ ଦିଗରେ ଆମର ଦଳ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ଆମେ ବିଦ୍ୟାଳୟଗୁଡିକରେ ଦେଖିଛୁ ପିଲାମାନେ ତମାଖୁ, ଗୁଟ୍‌ଖା, ସିଗାରେଟ୍‌ ମଧ୍ୟ ଖାଉଛନ୍ତି। ସେଥିପାଇଁ ବିଏମ୍‌ସି ‘ନୋ ଟୁ ତମାଖୁ’ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲା। ଅପରପକ୍ଷରେ ତମାଖୁ ସେବନ ଉପରେ ଏକ ପେଣ୍ଟିଂ ପ୍ରତିଯୋଗିତାର ଆୟୋଜନ ସହ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Share