ଆଜିଠୁ ୧୮-୫୯ ବର୍ଷୀୟଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ):ରାଜ୍ୟରେ ଆଜିଠୁ ମାଗଣାରେ ୧୮ ରୁ ୫୯ ବର୍ଷର ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୭୫ ଦିନ ପର୍ଯ୍ୟନ୍ତ ଟିକାକରଣ ମାଗଣାରେ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଅନ୍‌ଲାଇନ କିମ୍ବା ସିଧାସଳଖ ଟକା କେନ୍ଦ୍ରରେ ଯାଇ ବୁଷ୍ଟର ଡୋଜ୍‌ ନେଇପାରିବେ। କରୋନା ଯୋଦ୍ଧା,ଏବଂ ୬୦ ବର୍ଷର ଅଧିକ ଲୋକମାନଙ୍କୁ ୨୮ ପ୍ରତିଶତ ବୁଷ୍ଟର ଡୋଜ୍‌ ଦିଆଯାଇଛି।