ଆକ୍ରମଣ କରି ଟଙ୍କା ଲୁଟି ନେଲେ ନକଲି ଆର୍‌ଟିଓ

ଜଳେଶ୍ୱର, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୬୦ନଂ. ଜାତୀୟ ରାଜପଥ ଜଳେଶ୍ୱର ନିକଟରେ ବାରମ୍ବାର ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅଭିଯୋଗ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରୁ ଚିଙ୍ଗୁଡି ଖାଦ୍ୟ ବୋଝେଇ କଣ୍ଟେନର (ନଂ.ଓଡି୦୧ଏକେ ୨୩୭୦) ଭୋଗରାଇକୁ ଆସୁଥିବା ବେଳେ ୬୦ନଂ. ଜାତୀୟ ରାଜପଥର ନନ୍ଦିକାଠାରେ ଜଣେ ଯୁବକ ନିଜକୁ ଆର୍‌ଟିଓ ପରିଚୟ ଦେଇ ଚେକିଂ କରିବା ଓ ଆବଶ୍ୟକଠାରୁ ଅଧିକ ବୋଝେଇ ହୋଇଥିବା କହି ବଟି ମାଗିଥିଲେ। ଡ୍ରାଇଭର ନରେନ୍ଦ୍ର ଧଳ ରାଜି ନ ହେବାରୁ ଯୁବକଜଣକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିକେଭଟ୍ଟର ହସ୍‌ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି। ଯୁବକଜଣକ ଫେରାର ହୋଇଯାଇଥିଲେ। ନରେନ୍ଦ୍ରଙ୍କ ଘର ଭୋଗରାଇର ନାରାୟଣମହାନ୍ତି ପଡିଆ ପଞ୍ଚାୟତ ଚନ୍ଦ୍ରାବାଲି ଗାଁରେ।