ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ମହିଳାଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର

ଦେବଗଡ଼,୧୮ା୭(ଶଶାଙ୍କ ଶେଖର ଝାଙ୍କର): ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ଅଭିନବ ଉପାୟରେ ଠକିବା ସହ ମଝି ରାସ୍ତାରୁ ସୁନା ଚୁଡି, ମଙ୍ଗଳସୂତ୍ର ଓ କାନଫୁଲ ନେଇ ୨ ଜଣ ଠକ ଫେରାର ହୋଇଯାଇଥିବା ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅଧାରରେ ଦେବଗଡ଼ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ଘଟଣା ପ୍ରଚାରିତ ହେବା ପରେ ଏନେଇ ସମଗ୍ର ଦେବଗଡ଼ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳ ୧୧ ନମ୍ବର ଓ୍ବାର୍ଡ କଚେରି ସାହିରେ ଅଭୟ କୁମାର ନନ୍ଦଙ୍କ ଘରେ ଭଡ଼ାରେ ରହୁଥିବା ଧୋବଲିପଥର ଗ୍ରାମର ଟିକେଶ୍ୱର ପ୍ରଧାନଙ୍କ ସ୍ତ୍ରୀ କ୍ଷିରେଶ୍ୱରୀ ପ୍ରଧାନ କୌଣସି କାମରେ ଧୋବଲିପଥର ଗ୍ରାମସ୍ଥିତ ନିଜ ଘରକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ ସମୟରେ ଏକ ଅଟୋରିକ୍ସା ଯୋଗେ ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରୁ ସେ ପାଦରେ ଚାଲିଚାଲି କଚେରିସାହିସ୍ଥିତ ଭଡ଼ା ଘରକୁ ଯାଉଥିବା ବେଳେ ପଛରୁ ପିଛା କରୁଥିବା ଜଣେ ଅଚିହ୍ନା ବ୍ୟକ୍ତି ତାଙ୍କୁ ମ୍ୟୁନିସିପାଲିଟି ସାହିସ୍ଥିତ ନୃସିଂହ ମନ୍ଦିର ଛକରେ ଅଟକାଇବା ସହ ହିନ୍ଦୀ ଭାଷାରେ ‘ ଡକ୍ଟର ଶର୍ମା କା ଘର କାହାଁ ହେ ?’ ବୋଲି ପଚାରିିଥିଲେ । କ୍ଷିରେଶ୍ୱରୀ ‘ ମୁଁ ଜାଣିନାହିଁ ’ବୋଲି ଉତ୍ତର ଦେବା ପରେ ବିଭିନ୍ନ ବାହାନା ଦେଖାଇ କ୍ଷିରେଶ୍ୱରୀଙ୍କ ସହିତ କଥା ହେବା ସହ ସେ ନିଜକୁ ଜଣେ ତାନ୍ତ୍ରିକ ବୋଲି ପରିଚୟ ଦେଇଥିଲେ। କ୍ଷୀରେଶ୍ୱରୀଙ୍କ ସ୍ବାମୀ, ପୁଅଙ୍କ ସମ୍ପର୍କରେ ଓ ଏପରିକି ପରିବାରର ସମସ୍ତ ତଥ୍ୟ ସେ ଜାଣିଥିବା ପ୍ରକାଶ କରିଥିଲେ। ଏଥିସହ ‘ତାଙ୍କ ସ୍ବାମୀ ଓ ପୁଅଙ୍କ ଜୀବନ ବିପଦରେ ଅଛି ’ ବୋଲି ଚେତାବନୀ ଦେବାସହ ତତ୍‌କ୍ଷଣାତ୍‌ ପୂଜାପାଠ ଓ ପ୍ରାୟଶ୍ଚିତ ନ କଲେ ସ୍ବାମୀ ଓ ପୁତ୍ରଙ୍କର ଅନିଷ୍ଠ ଘଟିବ ବୋଲି ଡରାଇଥିଲେ। ଉକ୍ତ ବ୍ୟକ୍ତିଙ୍କ କଥା ଶୁଣି କ୍ଷିରେଶ୍ୱରୀ ଆତଙ୍କିତ ହୋଇପଡ଼ିବା ସହ ସ୍ବାମୀ ଓ ପୁତ୍ରଙ୍କୁ ବଞ୍ଚାଇବାକୁ କ’ଣ କରିବାକୁ ପଡ଼ିବ ବୋଲି ପଚାରିଥିଲେ। ଏହାର ଉତ୍ତରରେ ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ ‘ ତୁମ ଘରେ କେତେ ସୁନା ଗହଣା ରହିଛି ?’ ବୋଲି ପ୍ରଶ୍ନ କରିଥିଲେ। ଘରେ ଆଉ ସୁନାଗହଣା ନ ଥିବା କ୍ଷିରେଶ୍ୱରୀ ଉତ୍ତର ଦେବାସହ ସେ ପିନ୍ଧିଥିବା ସୁନାର ମଙ୍ଗଳ ସୂତ୍ର , କାନଫୁଲ ଓ ଚୁଡ଼ି ହିଁ ରହିଥିବା ଜଣାଇଥିଲେ। ଏହି ସମୟରେ ଆଉ ଜଣେ ଅଚିହ୍ନା ବ୍ୟକ୍ତି ସେଠାରେ ପହଞ୍ଚି ନିଜକୁ ତାନ୍ତ୍ରିକ ବୋଲାଉଥିବା ବ୍ୟକ୍ତି ସହିତ କଥାବାର୍ତ୍ତା ହୋଇ ନିଜର ଅତୀତ ଓ ଭବିଷ୍ୟତ ବିଷୟରେ ପଚାରିବା ସହ ତାନ୍ତ୍ରିକ ଜଣକ ସବୁ ସତ କହୁଥିବା ପ୍ରକାଶ କରିଥିଲେ। ଫଳରେ କ୍ଷିରେଶ୍ୱରୀ ତାଙ୍କ କଥାରେ ପ୍ରଭାବିତ ହୋଇ ସେ ପ୍ରକୃତରେ ଜଣେ ତାନ୍ତ୍ରିକ ବୋଲି ବିଶ୍ୱାସ କରିନେଇଥିଲେ। କ୍ଷିରେଶ୍ୱରୀଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଥିବା ତଥା କଥିତ ତାନ୍ତ୍ରିକ ଜଣକ ଅନୁଭବ କରିବା ପରେ ସ୍ବାମୀ ଓ ପୁତ୍ରଙ୍କୁ ବଞ୍ଚାଇବାକୁ ହେଲେ ସେ ପିନ୍ଧିଥିବା ସୁନାର ମଙ୍ଗଳସୂତ୍ର, କାନଫୁଲ ଓ ଚୁଡ଼ିକୁ ସେ ଧରିଥିବା ମନିପର୍ସ ଭିତରେ ଭର୍ତ୍ତି କରିବାକୁ କହିଥିଲେ। କ୍ଷିରେଶ୍ୱରୀ ତା’ର କଥା ମାନି ନିଜର ସୁନାର ମଙ୍ଗଳସୂତ୍ର, କାନଫୁଲ ଓ ଚୁଡିଖୋଲି ନିଜର ମନପର୍ସରେ ଭର୍ତ୍ତି କରିବା ପରେ ଏହାକୁ ନିକଟରେ ଥିବା ତଥାକଥିତ ଗ୍ରାହକ (ଅନ୍ୟତମ ଅଚିହ୍ନା ବ୍ୟକ୍ତି)ଙ୍କୁ ଧରାଇବା ସହ ‘ଆଖି ବନ୍ଦ କରି ୫୦ ପାଦ ପଛକୁ ଯିବା ପରେ ପୁଣି ଆଗକୁ ଫେରିବାକୁ ପଡ଼ିବ’ ବୋଲି ପରାମର୍ଶ ଦେଇଥିଲେ। ତା’ କଥା ମାନି କ୍ଷୀରେଶ୍ୱରୀ ଅନ୍ୟତମ ଅଚିହ୍ନା ବ୍ୟକ୍ତିକୁ ସୁନା ଗହଣା ଥିବା ମନିପର୍ସଟିକୁ ଧରାଇବା ସହ ଆଖି ବନ୍ଦ କରି ୫୦ ପାଦ ପଛକୁ ଯାଇ ପୁଣି ଆଗକୁ ଆସିଥିଲେ । ମାତ୍ର ଆଖି ଖୋଲିବା ପରେ ନିଜକୁ ତାନ୍ତ୍ରିକ ବୋଲାଉଥିବା ଉପରୋକ୍ତ ଠକ ଓ ଅନ୍ୟତମ ଅଚିହ୍ନା ବ୍ୟକ୍ତି ଏକ ବାଇକ୍‌ରେ ସେଠାରୁ ଚମ୍ପଟ ହୋଇଯାଇଥିବା ଜାଣିବାକୁ ପାଇ ଚିତ୍କାର କରିଥିଲେ। ଏହାପରେ ସେ ଘର ମାଲିକ ଶ୍ରୀ ନନ୍ଦଙ୍କୁ ଫୋନ୍‌ ଦ୍ୱାରା ସୂଚନା ଦେବା ସହ ସିଆରପିଏଫ୍‌ରେ ଚାକିରି କରୁଥିବା ତାଙ୍କ ସ୍ବାମୀ ଟିକେଶ୍ୱରଙ୍କୁ ସୂଚନା ଦେଇଥିଲେ। ଏନେଇ ସେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଘଟଣାର ତଦନ୍ତ ଚଳାଇଛି। ସେହିପରି ଅଧିକ ତଦନ୍ତ ନିମନ୍ତେ ସିସିଟିଭି ଫୁଟେଜ୍‌ର ସହାୟତା ନେଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କ୍ଷିରେଶ୍ୱରୀଙ୍କ ସ୍ବାମୀ ଟିକେଶ୍ୱର ସିଆର୍‌ପିଏଫ୍‌ରେ ଚାକିରି କରୁଥିବା ବେଳେ ସେ ନିଜର ଦୁଇ ସନ୍ତାନଙ୍କୁ ପାଠ ପଢ଼ାଇବା ପାଇଁ ଦେବଗଡ଼ ପୌରାଞ୍ଚଳ କଚେରିସାହିରେ ଏକ ଭଡ଼ାଘରେ ରହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri