ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ମହିଳାଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର

ଦେବଗଡ଼,୧୮ା୭(ଶଶାଙ୍କ ଶେଖର ଝାଙ୍କର): ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ଅଭିନବ ଉପାୟରେ ଠକିବା ସହ ମଝି ରାସ୍ତାରୁ ସୁନା ଚୁଡି, ମଙ୍ଗଳସୂତ୍ର ଓ କାନଫୁଲ ନେଇ ୨ ଜଣ ଠକ ଫେରାର ହୋଇଯାଇଥିବା ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅଧାରରେ ଦେବଗଡ଼ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ଘଟଣା ପ୍ରଚାରିତ ହେବା ପରେ ଏନେଇ ସମଗ୍ର ଦେବଗଡ଼ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳ ୧୧ ନମ୍ବର ଓ୍ବାର୍ଡ କଚେରି ସାହିରେ ଅଭୟ କୁମାର ନନ୍ଦଙ୍କ ଘରେ ଭଡ଼ାରେ ରହୁଥିବା ଧୋବଲିପଥର ଗ୍ରାମର ଟିକେଶ୍ୱର ପ୍ରଧାନଙ୍କ ସ୍ତ୍ରୀ କ୍ଷିରେଶ୍ୱରୀ ପ୍ରଧାନ କୌଣସି କାମରେ ଧୋବଲିପଥର ଗ୍ରାମସ୍ଥିତ ନିଜ ଘରକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ ସମୟରେ ଏକ ଅଟୋରିକ୍ସା ଯୋଗେ ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରୁ ସେ ପାଦରେ ଚାଲିଚାଲି କଚେରିସାହିସ୍ଥିତ ଭଡ଼ା ଘରକୁ ଯାଉଥିବା ବେଳେ ପଛରୁ ପିଛା କରୁଥିବା ଜଣେ ଅଚିହ୍ନା ବ୍ୟକ୍ତି ତାଙ୍କୁ ମ୍ୟୁନିସିପାଲିଟି ସାହିସ୍ଥିତ ନୃସିଂହ ମନ୍ଦିର ଛକରେ ଅଟକାଇବା ସହ ହିନ୍ଦୀ ଭାଷାରେ ‘ ଡକ୍ଟର ଶର୍ମା କା ଘର କାହାଁ ହେ ?’ ବୋଲି ପଚାରିିଥିଲେ । କ୍ଷିରେଶ୍ୱରୀ ‘ ମୁଁ ଜାଣିନାହିଁ ’ବୋଲି ଉତ୍ତର ଦେବା ପରେ ବିଭିନ୍ନ ବାହାନା ଦେଖାଇ କ୍ଷିରେଶ୍ୱରୀଙ୍କ ସହିତ କଥା ହେବା ସହ ସେ ନିଜକୁ ଜଣେ ତାନ୍ତ୍ରିକ ବୋଲି ପରିଚୟ ଦେଇଥିଲେ। କ୍ଷୀରେଶ୍ୱରୀଙ୍କ ସ୍ବାମୀ, ପୁଅଙ୍କ ସମ୍ପର୍କରେ ଓ ଏପରିକି ପରିବାରର ସମସ୍ତ ତଥ୍ୟ ସେ ଜାଣିଥିବା ପ୍ରକାଶ କରିଥିଲେ। ଏଥିସହ ‘ତାଙ୍କ ସ୍ବାମୀ ଓ ପୁଅଙ୍କ ଜୀବନ ବିପଦରେ ଅଛି ’ ବୋଲି ଚେତାବନୀ ଦେବାସହ ତତ୍‌କ୍ଷଣାତ୍‌ ପୂଜାପାଠ ଓ ପ୍ରାୟଶ୍ଚିତ ନ କଲେ ସ୍ବାମୀ ଓ ପୁତ୍ରଙ୍କର ଅନିଷ୍ଠ ଘଟିବ ବୋଲି ଡରାଇଥିଲେ। ଉକ୍ତ ବ୍ୟକ୍ତିଙ୍କ କଥା ଶୁଣି କ୍ଷିରେଶ୍ୱରୀ ଆତଙ୍କିତ ହୋଇପଡ଼ିବା ସହ ସ୍ବାମୀ ଓ ପୁତ୍ରଙ୍କୁ ବଞ୍ଚାଇବାକୁ କ’ଣ କରିବାକୁ ପଡ଼ିବ ବୋଲି ପଚାରିଥିଲେ। ଏହାର ଉତ୍ତରରେ ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ ‘ ତୁମ ଘରେ କେତେ ସୁନା ଗହଣା ରହିଛି ?’ ବୋଲି ପ୍ରଶ୍ନ କରିଥିଲେ। ଘରେ ଆଉ ସୁନାଗହଣା ନ ଥିବା କ୍ଷିରେଶ୍ୱରୀ ଉତ୍ତର ଦେବାସହ ସେ ପିନ୍ଧିଥିବା ସୁନାର ମଙ୍ଗଳ ସୂତ୍ର , କାନଫୁଲ ଓ ଚୁଡ଼ି ହିଁ ରହିଥିବା ଜଣାଇଥିଲେ। ଏହି ସମୟରେ ଆଉ ଜଣେ ଅଚିହ୍ନା ବ୍ୟକ୍ତି ସେଠାରେ ପହଞ୍ଚି ନିଜକୁ ତାନ୍ତ୍ରିକ ବୋଲାଉଥିବା ବ୍ୟକ୍ତି ସହିତ କଥାବାର୍ତ୍ତା ହୋଇ ନିଜର ଅତୀତ ଓ ଭବିଷ୍ୟତ ବିଷୟରେ ପଚାରିବା ସହ ତାନ୍ତ୍ରିକ ଜଣକ ସବୁ ସତ କହୁଥିବା ପ୍ରକାଶ କରିଥିଲେ। ଫଳରେ କ୍ଷିରେଶ୍ୱରୀ ତାଙ୍କ କଥାରେ ପ୍ରଭାବିତ ହୋଇ ସେ ପ୍ରକୃତରେ ଜଣେ ତାନ୍ତ୍ରିକ ବୋଲି ବିଶ୍ୱାସ କରିନେଇଥିଲେ। କ୍ଷିରେଶ୍ୱରୀଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଥିବା ତଥା କଥିତ ତାନ୍ତ୍ରିକ ଜଣକ ଅନୁଭବ କରିବା ପରେ ସ୍ବାମୀ ଓ ପୁତ୍ରଙ୍କୁ ବଞ୍ଚାଇବାକୁ ହେଲେ ସେ ପିନ୍ଧିଥିବା ସୁନାର ମଙ୍ଗଳସୂତ୍ର, କାନଫୁଲ ଓ ଚୁଡ଼ିକୁ ସେ ଧରିଥିବା ମନିପର୍ସ ଭିତରେ ଭର୍ତ୍ତି କରିବାକୁ କହିଥିଲେ। କ୍ଷିରେଶ୍ୱରୀ ତା’ର କଥା ମାନି ନିଜର ସୁନାର ମଙ୍ଗଳସୂତ୍ର, କାନଫୁଲ ଓ ଚୁଡିଖୋଲି ନିଜର ମନପର୍ସରେ ଭର୍ତ୍ତି କରିବା ପରେ ଏହାକୁ ନିକଟରେ ଥିବା ତଥାକଥିତ ଗ୍ରାହକ (ଅନ୍ୟତମ ଅଚିହ୍ନା ବ୍ୟକ୍ତି)ଙ୍କୁ ଧରାଇବା ସହ ‘ଆଖି ବନ୍ଦ କରି ୫୦ ପାଦ ପଛକୁ ଯିବା ପରେ ପୁଣି ଆଗକୁ ଫେରିବାକୁ ପଡ଼ିବ’ ବୋଲି ପରାମର୍ଶ ଦେଇଥିଲେ। ତା’ କଥା ମାନି କ୍ଷୀରେଶ୍ୱରୀ ଅନ୍ୟତମ ଅଚିହ୍ନା ବ୍ୟକ୍ତିକୁ ସୁନା ଗହଣା ଥିବା ମନିପର୍ସଟିକୁ ଧରାଇବା ସହ ଆଖି ବନ୍ଦ କରି ୫୦ ପାଦ ପଛକୁ ଯାଇ ପୁଣି ଆଗକୁ ଆସିଥିଲେ । ମାତ୍ର ଆଖି ଖୋଲିବା ପରେ ନିଜକୁ ତାନ୍ତ୍ରିକ ବୋଲାଉଥିବା ଉପରୋକ୍ତ ଠକ ଓ ଅନ୍ୟତମ ଅଚିହ୍ନା ବ୍ୟକ୍ତି ଏକ ବାଇକ୍‌ରେ ସେଠାରୁ ଚମ୍ପଟ ହୋଇଯାଇଥିବା ଜାଣିବାକୁ ପାଇ ଚିତ୍କାର କରିଥିଲେ। ଏହାପରେ ସେ ଘର ମାଲିକ ଶ୍ରୀ ନନ୍ଦଙ୍କୁ ଫୋନ୍‌ ଦ୍ୱାରା ସୂଚନା ଦେବା ସହ ସିଆରପିଏଫ୍‌ରେ ଚାକିରି କରୁଥିବା ତାଙ୍କ ସ୍ବାମୀ ଟିକେଶ୍ୱରଙ୍କୁ ସୂଚନା ଦେଇଥିଲେ। ଏନେଇ ସେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଘଟଣାର ତଦନ୍ତ ଚଳାଇଛି। ସେହିପରି ଅଧିକ ତଦନ୍ତ ନିମନ୍ତେ ସିସିଟିଭି ଫୁଟେଜ୍‌ର ସହାୟତା ନେଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କ୍ଷିରେଶ୍ୱରୀଙ୍କ ସ୍ବାମୀ ଟିକେଶ୍ୱର ସିଆର୍‌ପିଏଫ୍‌ରେ ଚାକିରି କରୁଥିବା ବେଳେ ସେ ନିଜର ଦୁଇ ସନ୍ତାନଙ୍କୁ ପାଠ ପଢ଼ାଇବା ପାଇଁ ଦେବଗଡ଼ ପୌରାଞ୍ଚଳ କଚେରିସାହିରେ ଏକ ଭଡ଼ାଘରେ ରହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri