ଏସ୍‌ସିଏସ୍‌ରେ ମାତିଛନ୍ତି ନକଲି ପ୍ରମାଣପତ୍ର ଦଲାଲ

ପୁରୀ ଅଫିସ,୧୪।୭: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଜାଲ୍‌ ପ୍ରମାଣପତ୍ର ସହାୟତାରେ ଆଡମିଶନ୍‌ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ରାଜେଶ କୁମାର ସାହୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟରର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ୧୧ଜଣ ଛାତ୍ରୀଛାତ୍ରଙ୍କର ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ମାଧ୍ୟମରେ ଆଡମିଶନ୍‌ କରାଯାଇଛି। ଉଚ୍ଚସ୍ତରୀୟ ଯାଞ୍ଚ ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ପକ୍ଷପାତିତା ଓ ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଧରାପଡ଼ିଛି। ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ୍‌କୁ ନାକଚ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି। ଏଣୁ ମହାବିଦ୍ୟାଳୟରେ ଆଡ୍‌ମିଶନ୍‌ ନେଇଥିବା ଛାତ୍ରୀଛାତ୍ରଙ୍କ ତାଲିକାକୁ ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍‌ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓସିଏସିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୧ ଜଣ ଛାତ୍ରୀଛାତ୍ରଙ୍କ ତାଲିକା ଜାରି ହୋଇଛି। ଏଥିରେ ନାମ ସହ ରୋଲ ନମ୍ବର ଓ ବାର୍‌କୋଡ୍‌ ଉଲ୍ଲେଖ ରହିଛି। ସମ୍ପୃକ୍ତ ତାଲିକାରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ନିବେଦିତା ପାଣିଗ୍ରାହୀ, ସତ୍ୟଜିତ ବରାଳ, ବିଶ୍ୱଜିତ ଦାଶ, ପପୁ ମହାନ୍ତି, ପ୍ରସାଦ ସାହୁ, ମନୁ ପଲେଇ, ରିତନ ଦାସ, ମୋନାଲିସା ସାହୁ, ସନ୍ଧ୍ୟାରାଣୀ ମହାନ୍ତି ଏବଂ ଅନୀଲ କୁମାର ମହାରଣାଙ୍କ ନାମ ରହିଛି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଜାଲ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଆଡ୍‌ମିଶନ୍‌ ଘଟଣା ନୂଆ ନୁହେଁ। ଉଭୟ କଲେଜ କର୍ମଚାରୀ ଓ ପତିଆରା ରଖିଥିବା ଛାତ୍ରନେତାମାନେ ପିଲାଙ୍କଠାରୁ ହଜାର ହଜାର ଟଙ୍କା ନେଇ ଏଭଳି ଆଡମିଶନ୍‌ କରାଇଥାଆନ୍ତି। ଏନେଇ ପୂର୍ବରୁ ଅନେକ ଥର ଅଭିଯୋଗ ମଧ୍ୟ ହୋଇଛି। ତେବେ ଜାଲ୍‌ ପ୍ରମାଣପତ୍ର ଦେଇ ଆଡମିଶନ୍‌ ସମ୍ପର୍କରେ କଲେଜର ଅଧ୍ୟକ୍ଷ ସୁଜାତା ମିଶ୍ର କହିଛନ୍ତି, ଆଡ୍‌ମିଶନ୍‌ ବେଳେ ସାର୍ଟିଫିକେଟ୍‌ ଅସଲି କିମ୍ବା ନକଲି ତାହା ଜାଣିବା ସବୁବେଳେ ସମ୍ଭବପର ନୁହେଁ। ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଆଧାରରେ ଆଡ୍‌ମିଶନ୍‌ କରିଥିବା ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ୍‌ର ସତ୍ୟତା ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗ ସାନି ଚିଠି କରିଥିଲେ। ଚିଠି ପରେ ସବୁ ସାର୍ଟିଫିକେଟ୍‌ ସିଡିଏମ୍‌ଓଙ୍କୁ ହସ୍ତାନ୍ତର କରାଯାଇଥିଲା। ଯେଉଁମାନେ ନକଲି ସାର୍ଟିଫିକେଟ୍‌ ଦାଖଲ କରିଥିଲେ ସେମାନଙ୍କୁ ସିଡିଏମ୍‌ଓ ଅଫିସ ପକ୍ଷରୁ ଚିହ୍ନଟ କରାଯାଇଥିଲା। ପରେ ଆଡ୍‌ମିଶନ୍‌ ଖାରଜ ଲାଗି ଉଚ୍ଚଶିକ୍ଷା ବିଭାଗ ଚିଠି କରିଛନ୍ତି। ତେବେ ସାର୍ଟିଫିକେଟ୍‌ ଯାଞ୍ଚ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ଯଦି ସିଡିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ାଗଲା ତେବେ ଆଡ୍‌ମିଶନ୍‌ ସମୟରେ ଏଭଳି କରାଗଲା ନାହିଁ କାହିଁକି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ନକଲି ସାର୍ଟିଫିକେଟ୍‌ ଦେଇ ଛାତ୍ରୀଛାତ୍ର କିପରି ଆଡମିଶନ୍‌ କରିପାରିଲେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ପୂର୍ବତନ ଛାତ୍ରନେତା ଭଗବାନ ପଢ଼ିହାରୀ କହିଛନ୍ତି, ଅନେକ ଦଲାଲ ୨୫ରୁ ୩୦ ହଜାର ଟଙ୍କା ନେଇ କର୍ମଚାରୀମାନଙ୍କୁ ହାତବାରିସି କରି ମିଛ ପ୍ରମାଣପତ୍ର ଦେଇ ଆଡମିଶନ୍‌ କରାଉଛନ୍ତି। ଯାହାଫଳରେ ଯୋଗ୍ୟ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି। ପୂର୍ବତନ ଛାତ୍ର ସଂଘ ଦ୍ୱାରା ବିଗତ ଦିନରେ ସୂଚନା ଅଧିକାର ଆଇନ ବଳରେ ଯାଞ୍ଚ କରାଯାଇ ୬୨ଜଣ ନକଲି ପ୍ରମାଣପତ୍ରଧାରୀଙ୍କୁ ଧରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri