ଏସ୍‌ସିଏସ୍‌ରେ ମାତିଛନ୍ତି ନକଲି ପ୍ରମାଣପତ୍ର ଦଲାଲ

ପୁରୀ ଅଫିସ,୧୪।୭: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଜାଲ୍‌ ପ୍ରମାଣପତ୍ର ସହାୟତାରେ ଆଡମିଶନ୍‌ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ରାଜେଶ କୁମାର ସାହୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟରର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ୧୧ଜଣ ଛାତ୍ରୀଛାତ୍ରଙ୍କର ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ମାଧ୍ୟମରେ ଆଡମିଶନ୍‌ କରାଯାଇଛି। ଉଚ୍ଚସ୍ତରୀୟ ଯାଞ୍ଚ ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ପକ୍ଷପାତିତା ଓ ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଧରାପଡ଼ିଛି। ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ୍‌କୁ ନାକଚ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି। ଏଣୁ ମହାବିଦ୍ୟାଳୟରେ ଆଡ୍‌ମିଶନ୍‌ ନେଇଥିବା ଛାତ୍ରୀଛାତ୍ରଙ୍କ ତାଲିକାକୁ ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍‌ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓସିଏସିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୧ ଜଣ ଛାତ୍ରୀଛାତ୍ରଙ୍କ ତାଲିକା ଜାରି ହୋଇଛି। ଏଥିରେ ନାମ ସହ ରୋଲ ନମ୍ବର ଓ ବାର୍‌କୋଡ୍‌ ଉଲ୍ଲେଖ ରହିଛି। ସମ୍ପୃକ୍ତ ତାଲିକାରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ନିବେଦିତା ପାଣିଗ୍ରାହୀ, ସତ୍ୟଜିତ ବରାଳ, ବିଶ୍ୱଜିତ ଦାଶ, ପପୁ ମହାନ୍ତି, ପ୍ରସାଦ ସାହୁ, ମନୁ ପଲେଇ, ରିତନ ଦାସ, ମୋନାଲିସା ସାହୁ, ସନ୍ଧ୍ୟାରାଣୀ ମହାନ୍ତି ଏବଂ ଅନୀଲ କୁମାର ମହାରଣାଙ୍କ ନାମ ରହିଛି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଜାଲ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଆଡ୍‌ମିଶନ୍‌ ଘଟଣା ନୂଆ ନୁହେଁ। ଉଭୟ କଲେଜ କର୍ମଚାରୀ ଓ ପତିଆରା ରଖିଥିବା ଛାତ୍ରନେତାମାନେ ପିଲାଙ୍କଠାରୁ ହଜାର ହଜାର ଟଙ୍କା ନେଇ ଏଭଳି ଆଡମିଶନ୍‌ କରାଇଥାଆନ୍ତି। ଏନେଇ ପୂର୍ବରୁ ଅନେକ ଥର ଅଭିଯୋଗ ମଧ୍ୟ ହୋଇଛି। ତେବେ ଜାଲ୍‌ ପ୍ରମାଣପତ୍ର ଦେଇ ଆଡମିଶନ୍‌ ସମ୍ପର୍କରେ କଲେଜର ଅଧ୍ୟକ୍ଷ ସୁଜାତା ମିଶ୍ର କହିଛନ୍ତି, ଆଡ୍‌ମିଶନ୍‌ ବେଳେ ସାର୍ଟିଫିକେଟ୍‌ ଅସଲି କିମ୍ବା ନକଲି ତାହା ଜାଣିବା ସବୁବେଳେ ସମ୍ଭବପର ନୁହେଁ। ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଆଧାରରେ ଆଡ୍‌ମିଶନ୍‌ କରିଥିବା ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ୍‌ର ସତ୍ୟତା ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗ ସାନି ଚିଠି କରିଥିଲେ। ଚିଠି ପରେ ସବୁ ସାର୍ଟିଫିକେଟ୍‌ ସିଡିଏମ୍‌ଓଙ୍କୁ ହସ୍ତାନ୍ତର କରାଯାଇଥିଲା। ଯେଉଁମାନେ ନକଲି ସାର୍ଟିଫିକେଟ୍‌ ଦାଖଲ କରିଥିଲେ ସେମାନଙ୍କୁ ସିଡିଏମ୍‌ଓ ଅଫିସ ପକ୍ଷରୁ ଚିହ୍ନଟ କରାଯାଇଥିଲା। ପରେ ଆଡ୍‌ମିଶନ୍‌ ଖାରଜ ଲାଗି ଉଚ୍ଚଶିକ୍ଷା ବିଭାଗ ଚିଠି କରିଛନ୍ତି। ତେବେ ସାର୍ଟିଫିକେଟ୍‌ ଯାଞ୍ଚ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ଯଦି ସିଡିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ାଗଲା ତେବେ ଆଡ୍‌ମିଶନ୍‌ ସମୟରେ ଏଭଳି କରାଗଲା ନାହିଁ କାହିଁକି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ନକଲି ସାର୍ଟିଫିକେଟ୍‌ ଦେଇ ଛାତ୍ରୀଛାତ୍ର କିପରି ଆଡମିଶନ୍‌ କରିପାରିଲେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ପୂର୍ବତନ ଛାତ୍ରନେତା ଭଗବାନ ପଢ଼ିହାରୀ କହିଛନ୍ତି, ଅନେକ ଦଲାଲ ୨୫ରୁ ୩୦ ହଜାର ଟଙ୍କା ନେଇ କର୍ମଚାରୀମାନଙ୍କୁ ହାତବାରିସି କରି ମିଛ ପ୍ରମାଣପତ୍ର ଦେଇ ଆଡମିଶନ୍‌ କରାଉଛନ୍ତି। ଯାହାଫଳରେ ଯୋଗ୍ୟ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି। ପୂର୍ବତନ ଛାତ୍ର ସଂଘ ଦ୍ୱାରା ବିଗତ ଦିନରେ ସୂଚନା ଅଧିକାର ଆଇନ ବଳରେ ଯାଞ୍ଚ କରାଯାଇ ୬୨ଜଣ ନକଲି ପ୍ରମାଣପତ୍ରଧାରୀଙ୍କୁ ଧରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri