ଫ୍ଲାଟ୍‌ ଦେବା ଆଳରେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: ଓଡ଼ିଶା ହୋମ୍ସର ନିର୍ଦ୍ଦେଶକ ମନୋଜ ଆନ୍ଧ୍ରପ୍ରଦେଶରୁ ଗିରଫ

ଭୁବନେଶ୍ୱର,୩।୧୦(ବ୍ୟୁରୋ):ଫ୍ଲାଟ୍‌ ଦେବା ଆଳରେ ଏକାଧିକ ଲୋକଙ୍କଠାରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ଫେରାର ଥିବା ଓଡ଼ିଶା ହୋମ୍ସ ଆଣ୍ଡ୍‌ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଶେଷରେ ଧରାପଡିଛନ୍ତି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆନ୍ଧ୍ରପ୍ରଦେଶ କାକିନାଡା ଜିଲା ଆନ୍ନାଭରମ ଥାନା ଅନ୍ତର୍ଗତ ଏକ ହୋଟେଲରୁ ତାଙ୍କୁ ଶନିବାର ଗିରଫ କରିଛି। ପରେ ଇଓଡବ୍ଲ୍ୟୁ ତାଙ୍କୁ ସ୍ଥାନୀୟ ପୂର୍ବ ଗୋଦାବରୀ ଜିଲାସ୍ଥିତ ପ୍ରାଥିପାଡ଼ୁ ଜେଏମ୍‌ଏଫ୍‌ସିରେ ହାଜର କରିଥିଲା। କୋର୍ଟଙ୍କ ଅନୁମତି ପରେ ସେଠାରୁ ମନୋଜଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ରବିବାର ଓଡ଼ିଶାରେ ପହଞ୍ଚତ୍ଛି ଇଓଡବ୍ଲ୍ୟୁ। ସୋମବାର କଟକ ଓପିଆଇଡି କୋର୍ଟରେ ତାଙ୍କୁ ହାଜର କରାଯିବ। ଏଥିସହ ମନୋଜଙ୍କୁ ରିମାଣ୍ଡରେ ଅଣାଯିବା ସଂକ୍ରାନ୍ତରେ ବିଚାର କରାଯିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି। ଏହି ମାମଲାରେ ପୂର୍ବରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଅରବିନ୍ଦ ସାମନ୍ତରା ଗତ ଅଗଷ୍ଟ ୨୪ରୁ ଗିରଫ ହୋଇ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ସଂସ୍ଥାର ଆଉଜଣେ ନିର୍ଦ୍ଦେଶକ ତଥା ମନୋଜଙ୍କ ଭାଇ ସରୋଜ ପଣ୍ଡା ମଧ୍ୟ ଫେରାର ଥିବାରୁ ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ରଞ୍ଜନ କୁମାର ମହାପାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ନିକଟ ସାମପୁର ମୌଜାରେ ୬୫ଲକ୍ଷ ଟଙ୍କା ମୂଲ୍ୟର ଏକ ଫ୍ଲାଟ୍‌ କିଣିବାକୁ ଏହି ସଂସ୍ଥାର ‘ଗଣପତି ହୋମ୍‌ସ’ ପ୍ରକଳ୍ପରେ ବୁକ୍‌ କରି ଠକେଇର ଶିକାର ହୋଇଥିଲେ। ଟଙ୍କା ନ ଫେରାଇ ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକମାନେ ଫେରାର ହୋଇଯାଇଥିଲେ। ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଗତ ଅଗଷ୍ଟ ୨୩ରେ ଏକ ମାମଲା (ନଂ.୧୪/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨୦୧୩ରୁ ୨୦୧୬ ମଧ୍ୟରେ ଅଭିଯୁକ୍ତମାନେ ବିଭିନ୍ନ ପ୍ରକଳ୍ପରେ ଫ୍ଲାଟ ଯୋଗାଇଦେବାକୁ ୪୨ରୁ ଅଧିକ ଜଣଙ୍କଠାରୁ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଠକିଥିବା ଜଣାପଡ଼ିଥିଲା। ତେବେ ମନୋଜଙ୍କୁ ଗିରଫ କରିବାକୁ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହୋଇଥିଲା। ଆନ୍ନାଭରମସ୍ଥିତ ଏକ ଘରୋଇ ହୋଟେଲରେ ମନୋଜ ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଇଓଡବ୍ଲ୍ୟୁ ସ୍ଥାନୀୟ ପୋଲିସ ସହାୟତାରେ ସେଠାରେ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri