ଫ୍ଲାଟ୍‌ ଦେବା ଆଳରେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: ଓଡ଼ିଶା ହୋମ୍ସର ନିର୍ଦ୍ଦେଶକ ମନୋଜ ଆନ୍ଧ୍ରପ୍ରଦେଶରୁ ଗିରଫ

ଭୁବନେଶ୍ୱର,୩।୧୦(ବ୍ୟୁରୋ):ଫ୍ଲାଟ୍‌ ଦେବା ଆଳରେ ଏକାଧିକ ଲୋକଙ୍କଠାରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ଫେରାର ଥିବା ଓଡ଼ିଶା ହୋମ୍ସ ଆଣ୍ଡ୍‌ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଶେଷରେ ଧରାପଡିଛନ୍ତି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆନ୍ଧ୍ରପ୍ରଦେଶ କାକିନାଡା ଜିଲା ଆନ୍ନାଭରମ ଥାନା ଅନ୍ତର୍ଗତ ଏକ ହୋଟେଲରୁ ତାଙ୍କୁ ଶନିବାର ଗିରଫ କରିଛି। ପରେ ଇଓଡବ୍ଲ୍ୟୁ ତାଙ୍କୁ ସ୍ଥାନୀୟ ପୂର୍ବ ଗୋଦାବରୀ ଜିଲାସ୍ଥିତ ପ୍ରାଥିପାଡ଼ୁ ଜେଏମ୍‌ଏଫ୍‌ସିରେ ହାଜର କରିଥିଲା। କୋର୍ଟଙ୍କ ଅନୁମତି ପରେ ସେଠାରୁ ମନୋଜଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ରବିବାର ଓଡ଼ିଶାରେ ପହଞ୍ଚତ୍ଛି ଇଓଡବ୍ଲ୍ୟୁ। ସୋମବାର କଟକ ଓପିଆଇଡି କୋର୍ଟରେ ତାଙ୍କୁ ହାଜର କରାଯିବ। ଏଥିସହ ମନୋଜଙ୍କୁ ରିମାଣ୍ଡରେ ଅଣାଯିବା ସଂକ୍ରାନ୍ତରେ ବିଚାର କରାଯିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି। ଏହି ମାମଲାରେ ପୂର୍ବରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଅରବିନ୍ଦ ସାମନ୍ତରା ଗତ ଅଗଷ୍ଟ ୨୪ରୁ ଗିରଫ ହୋଇ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ସଂସ୍ଥାର ଆଉଜଣେ ନିର୍ଦ୍ଦେଶକ ତଥା ମନୋଜଙ୍କ ଭାଇ ସରୋଜ ପଣ୍ଡା ମଧ୍ୟ ଫେରାର ଥିବାରୁ ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ରଞ୍ଜନ କୁମାର ମହାପାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ନିକଟ ସାମପୁର ମୌଜାରେ ୬୫ଲକ୍ଷ ଟଙ୍କା ମୂଲ୍ୟର ଏକ ଫ୍ଲାଟ୍‌ କିଣିବାକୁ ଏହି ସଂସ୍ଥାର ‘ଗଣପତି ହୋମ୍‌ସ’ ପ୍ରକଳ୍ପରେ ବୁକ୍‌ କରି ଠକେଇର ଶିକାର ହୋଇଥିଲେ। ଟଙ୍କା ନ ଫେରାଇ ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକମାନେ ଫେରାର ହୋଇଯାଇଥିଲେ। ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଗତ ଅଗଷ୍ଟ ୨୩ରେ ଏକ ମାମଲା (ନଂ.୧୪/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨୦୧୩ରୁ ୨୦୧୬ ମଧ୍ୟରେ ଅଭିଯୁକ୍ତମାନେ ବିଭିନ୍ନ ପ୍ରକଳ୍ପରେ ଫ୍ଲାଟ ଯୋଗାଇଦେବାକୁ ୪୨ରୁ ଅଧିକ ଜଣଙ୍କଠାରୁ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଠକିଥିବା ଜଣାପଡ଼ିଥିଲା। ତେବେ ମନୋଜଙ୍କୁ ଗିରଫ କରିବାକୁ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହୋଇଥିଲା। ଆନ୍ନାଭରମସ୍ଥିତ ଏକ ଘରୋଇ ହୋଟେଲରେ ମନୋଜ ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଇଓଡବ୍ଲ୍ୟୁ ସ୍ଥାନୀୟ ପୋଲିସ ସହାୟତାରେ ସେଠାରେ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri