ଠକେଇ ଟଙ୍କାରେ ଗାଡ଼ି ସଉକ

ଭୁବନେଶ୍ୱର,୫।୫ (ବ୍ୟୁରୋ): ମୋତେ ଟଙ୍କା ଦିଅ ମୁଁ ତୁମକୁ ଚାକିରି ଦେବି । ସରକାରୀ ହେଉ ବା ବେସରକାରୀ, ଟଙ୍କା ଦେଲେ ସହଜରେ ମିଳିଯିବ। ଏମିତି କହି ଚାକିରି ଆଶାୟୀ ଯୁବତୀଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଧୃତ ଠକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସପ୍ତଶତୀ ବିହାରରେ ରହୁଥିବା ମୟୂରଭଞ୍ଜର ଦେବବ୍ରତ ପଲେଇ(୨୧)। ତେବେ ଉକ୍ତ ଠକେଇ ଟଙ୍କାରେ ସେ ଦାମୀ ଗାଡି କିଣିବା ସହ ଅୟସ ଜୀବନ ବିତାଉଥିଲେ। ପୋଲିସ ଏହା ଜାଣିବା ପରେ ତାଙ୍କ ମହିନ୍ଦ୍ରା ଥର୍‌ ଗାଡି, ଗୋଟିଏ ଦାମୀ ବାଇକ୍‌ ସମେତ ଚାକିରି ଆଶାୟୀଙ୍କ ସିଭି, କିଛି ରସିଦ ଆଦି ଜବତ କରିଛି। ଅନୁଗୋଳର ୩ଜଣ ଯୁବକଙ୍କୁ କନଷ୍ଟେବଲ ଚାକିରି ଦେବା ନାଁରେ ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଏକ ମାମଲା (ନଂ.୧୮୩/୨୩) ରୁଜୁ କରି ଅଭିଯୁକ୍ତ ଦେବବ୍ରତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ତାଙ୍କ ଅଫିସକୁ ମଧ୍ୟ ସିଲ କରାଯାଇଛି। ତେବେ ଏହି ଠକେଇ ଟଙ୍କା ବଢିପାରେ ବୋଲି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ନାମରେ ଜଣେ ଯୁବତୀ ମଧ୍ୟ ଠକେଇ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ଦେବବ୍ରତ ମେଡିକାଲରେ ଚାକିରି ଦେବାକୁ କହି ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ନେଇଥିଲେ। ଚାକିରି ନ ଦେଇପାରିବାରୁ ଯୁବତୀ ତାଙ୍କୁ ଟଙ୍କା ଫେରସ୍ତ ପାଇଁ କହିବାରୁ ସେ ତାଙ୍କୁ ଚାପୁଡା ମାରିବା ସହ ଧମକ ଦେଇଥିଲେ। ତେବେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତଙ୍କଠାରୁ ମିଳିଥିବା ସିଭିରୁ ସମସ୍ତ ପିଲାଙ୍କୁ ଡାକି ପଚରାଉଚରା କରାଯିବା ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି ବୋଲି ଥାନା ଅଧିକାରୀ ସୁଧୀର ସାହୁ କହିଛନ୍ତି।
ଅଭିଯୁକ୍ତ ଦେବବ୍ରତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀ, ସପ୍ତଶତୀ ବିହାରର ପ୍ଲଟ ନଂ.୨୯୪୩/୬୮୧୨ରେ ଡିଟୁ-ଏସ୍‌ ସଲ୍ୟୁଶନ ନାମକ ଏକ ପ୍ଲେସ୍‌ମେଣ୍ଟ୍‌ ଅଫିସ ଖୋଲି ଏହି ଠକେଇ ର଼୍ୟାକେଟ ଚଳାଇଥିଲେ। ସେ ବିଭିନ୍ନ ସୋସିଆଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ବିଜ୍ଞାପନ ଦେବା ସହ ଯୁବତୀଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବିପୁଳ ଟଙ୍କା ଲୁଟୁଥିଲେ। ଅନୁଗୋଳର ବଳରାମ ପ୍ରଧାନଙ୍କ ବନ୍ଧୁ ମୃତ୍ୟୁଞ୍ଜୟ ଅଭିଯୁକ୍ତ ଦେବବ୍ରତଙ୍କୁ ଯୋଗାଯୋଗ କରିବାରୁ ସେ ଓଡ଼ିଶା ପୋଲିସ ସେବାରେ ନିଶ୍ଚିତ ଚାକିରି ଯୋଗାଇ ଦେବାକୁ କହିଥିଲେ। ସେହି ଅନୁସାରେ, ଗତ ମାର୍ଚ୍ଚ ୧୭ରେ ବଳରାମ ତାଙ୍କ ବାପା ଓ ଭାଇଙ୍କ ସହିତ ଦେବବ୍ରତଙ୍କ ଅଫିସକୁ ଆସିଥିଲେ। ସେଠାରେ ଚାକିରି କରାଇ ଦେବାକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ ଦେବବ୍ରତ। କିଛିଦିନ ପରେ ଦେବବ୍ରତ ପୁନର୍ବାର ବଳରାମଙ୍କୁ ଯୋଗାଯୋଗ କରି ଆଉ ୨ଜଣ ଚାକିରି ଆଶାୟୀଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ବଳରାମ ମାର୍ଚ୍ଚ ୨୭ରେ ତାଙ୍କର ୨ଜଣ ବନ୍ଧୁଙ୍କୁ ନେଇ ଦେବବ୍ରତଙ୍କ ଅଫିସକୁ ଯାଇଥିଲେ ଓ ସେଠାରେ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହିପରି ଭାବରେ ଅଭିଯୁକ୍ତ ଦେବବ୍ରତ କନଷ୍ଟେବଲ ଚାକିରି କରାଇ ଦେବାକୁ କହି ବଳରାମ ଓ ତାଙ୍କର ଦୁଇ ବନ୍ଧୁ ବସନ୍ତ ଏବଂ ମାନସଙ୍କଠାରୁ ନଗଦ ଓ ଫୋନ ପେ’ ଜରିଆରେ ସେମାନଙ୍କଠାରୁ ୧୩ ଲକ୍ଷ ଟଙ୍କା ନେଇଥିଲେ। ଗତ ଏପ୍ରିଲ ୫ରେ କନଷ୍ଟେବଲ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେଥିରେ ବଳରାମ କିମ୍ବା ତାଙ୍କର ବନ୍ଧୁଙ୍କ ନାମ ନ ଥିବାରୁ ସେମାନେ ଦେବବ୍ରତଙ୍କୁ ଯୋଗଯୋଗ କରିଥିଲେ। ଏନେଇ ଦେବବ୍ରତ ନିଯୁକ୍ତି ଦେବା ପାଇଁ ନିଶ୍ଚିତ କରାଇବା ସହ ନାନା ବାହାନା ଦେଖାଇ ପୁନର୍ବାର ୫୦ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଏଥିରେ ବଳରାମ ଓ ତାଙ୍କର ବନ୍ଧୁଙ୍କର ସନ୍ଦେହ ହେବାରୁ ସେମାନେ ଠକାମିର ଶିକାର ହୋଇଥିବା ଜାଣିପାରି ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପଚରାଉଚରାବେଳେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ସେ ଏହିପରି ଠକେଇ କରିଆସୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri