ଜାଲ୍‌ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ

ରୂପ୍‌ସା,୨୩|୧( ଡିଏନଏ )  ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଅର୍ନ୍ତଗତ ସଦର ବ୍ଲକ ଅଞ୍ଚଳରେ। ସୂଚନା ଅନୁଯାୟୀ, ବସ୍ତା ଥାନା ଅନ୍ତର୍ଗତ କ୍ଷୀରଙ୍ଗ ଗ୍ରାମର ଉକ୍ତ ଯୁବକ ନିଜକୁ ତହସିଲ କାର୍ଯ୍ୟାଳୟ କର୍ମଚାରୀ ଭାବେ ପରିଚୟ ଦେଇ ସଦର ବ୍ଲକ ଅନ୍ତର୍ଗତ ଏଣ୍ତରାଇ, ବେଲଦା, ରାଘବପୁର ଏବଂ ସାର୍ଥା ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଭୂଦାନ ଯୋଜନାରେ ଜମି ପଟ୍ଟା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ପ୍ରତି ଜମିପଟ୍ଟା ପିଛା ୨୦ ହଜାର ଟଙ୍କା ଲେଖାଏ ୩ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଠକି କରିନେଇଥିବା ଅଭିଯୋଗ ହୋଇଛି। ପରେ ଲୋକେ ପଟ୍ଟା ପାଇବା ପାଇଁ ବାରମ୍ବାର ଉକ୍ତ ଯୁବକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଆଉ ଧରାଛୁଆଁ ଦେଉନାହାନ୍ତି। ତେବେ ଗତ କିଛି ମାସ ପୂର୍ବରୁ ଉକ୍ତ ଯୁବକ ଜଣକ ସମସ୍ତଙ୍କୁ ଖଣ୍ତିଏ ଖଣ୍ତିଏ ପଟ୍ଟା ଦେଇଥିଲେ। ପଟ୍ଟା ପାଇବା ପରେ ଲୋକେ ଖୁସି ହୋଇ ଯାଇଥିଲେ। ଏହାପରେ ସେମାନଙ୍କର ପିଲାମାନଙ୍କ ପାଠପଢା ପାଇଁ ଜାତିଗତ ପ୍ରମାଣପତ୍ର ବାହାର କରିବା ଲାଗି ଉକ୍ତ ପଟ୍ଟା ନେଇ ତହସିଲ ଅଫିସରେ ଦାଖଲ କରିବା ପରେ ସେଗୁଡ଼ିକ ନକଲି ବୋଲି ଜଣା ପଡ଼ିଥିଲା। ଧାର କରଜ କରି ଟଙ୍କା ଦେଇଥିବା ଗରିବ ଲୋକେ ଜମିପଟ୍ଟା ନକଲି ବୋଲି ଜାଣିବା ପରେ ଏବେ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଏନେଇ ସେମାନେ ଟଙ୍କା ଫେରସ୍ତ ପାଇଁ ଉକ୍ତ ଯୁବକଙ୍କ ଘରକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ସେ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗୁଣ୍ତା ଲଗେଇ ମାରି ଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ କାଳିଚରଣ ଦାସ, ସନ୍ତୋଷ କୁମାର ସିଂ, ରାଜକିଶୋର ଦାସ ପ୍ରମୁଖ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ସାମୁଦ୍ରିକ କଉ

ଭୋଗରାଇ, ୧୬ା୨(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ଜାଲରେ ପଡିଛି। ଟ୍ରଲର...

ବୁଲ୍‌ବୁଲ୍‌ ପ୍ରଭାବ: ପାଣିରେ ବୁଡିଲା ଧାନଗଛ

ବାହାନଗା, ୯ା୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଦିନତମାମ ଲାଗିରହିଛି। ପବନ ବହିବାରୁ ଧାନଗଛର ଥୋଡ ସବୁ...

ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର

ଭୋଗରାଇ, ୧୭ା୧୦: ୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଥାନାଛକଠାରେ ଏକ ସଭାରେ ସମ୍ବୋଧିତ କରି ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣ ଭୋଗରାଇର...

ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି

ରୂପ୍‌ସା/ସଜନାଗଡ଼/ବାହାନଗା, ୨୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ମଙ୍ଗଳବାର ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି ଘଟିଛି। ମୃତକମାନେ ହେଲେ ରୂପ୍‌ସା ଥାନା ପୋଡ଼ାଡ଼ିହା ଗ୍ରାମର ଗୋପାଳ...

ଡ୍ରେନରୁ ମୃତ ନବଜାତ ଶିଶୁ ଉଦ୍ଧାର

ଖଇରା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛପଟ ଡ୍ରେନରେ ଗୁରୁବାର ସକାଳେ ଏକ ନବଜାତ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖଇରା...

ଗୋଟିଏ ରାତିରେ ବିଦ୍ୟାଳୟ ସମେତ ୫ ଦୋକାନରୁ ଚୋରି

ସିମୁଳିଆ,୧୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ମଇତାପୁର ପଞ୍ଚାୟତର ଝାଟିଆ ନୋଡାଲ ବିଦ୍ୟାଳୟର ଅଫିସ ତାଲା ଭାଙ୍ଗି ବିଭିନ୍ନ ରେକର୍ଡପତ୍ର ସମେତ ୧୫ଶହ ଟଙ୍କା...

ସ୍ନାତକ ବିଭାଗ ଟପ୍ପରଙ୍କୁ ବ୍ୟାସକବି ଶିକ୍ଷା ସମ୍ମାନ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ସ୍ନାତକ ବିଭାଗରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ବିଜୁ ଛାତ୍ର ଜନତା ଦଳ...

ଖଟିଆରେ ୧କି.ମି. ବୁହା ହେଲେ ଗର୍ଭବତୀ

ରୂପସା,୭।୧୦(ଡି.ଏନ.ଏ.):ଗାଁକୁ ରାସ୍ତା ନ ଥିବାରୁ ପଶିପାରିଲାନି ଆମ୍ବୁଲାନ୍ସ। ପରିବାର ଲୋକେ ଗର୍ଭବତୀଙ୍କୁ ୧ କି.ମି. ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ...

Advertisement
Archives

Model This Week