ବିଦେଶରେ ଚାକିରି ନାମରେ ଲକ୍ଷାଧିକ ଟଙ୍କାର ଠକେଇ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ,୨୫ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପାଟଣା ସାହିରେ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ନାମକ ଏକ ସଂସ୍ଥା ବିଭିନ୍ନ ଜିଲାର ବହୁ ଯୁବତୀ, ଯୁବକଙ୍କୁ ବିଦେଶରେ ଚାକିରି ଦେବା ଆଳରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲା। ଠକ ସଂସ୍ଥାର ମୁଖ୍ୟ ଓ ଅନ୍ୟ ସହଯୋଗୀ କର୍ମଚାରୀ ନକଲି ନାମ ବ୍ୟବହାର କରି ଟଙ୍କା ହଡ଼ପ କରିଥିବା ହିଞ୍ଜିଳି ପୋଲିସ ଶନିବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛି। ଠକସଂସ୍ଥାର ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ସଂସ୍ଥାର ମୁଖ୍ୟ ହିଞ୍ଜିଳି ଥାନା ଗୋପୀନାଥପୁରର ବଳରାମ ମହାରଣା, ତାଙ୍କର ସହଯୋଗୀ ଉକ୍ତ ଗ୍ରାମର ଇପିଲି ପ୍ରସାଦ ରାଓ ଏବଂ ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା କୁହୁଡ଼ିର ରାଜୀବ ଜେନା। ଏହି ସଂସ୍ଥା ସହ ଜଡ଼ିତ ଅନ୍ୟ ୪ ଜଣ ଫେରାର ଥିବା ପୋଲିସ କହିଛି। ଗିରଫମାନଙ୍କ ଠାରୁ ଲାପଟପ୍‌, ପେନ୍‌ ଡ୍ରାଇଭ୍‌, ନକଲି ଅଫର ଲେଟର, ଭିଜା, ୪୧ଟି ପାସପୋର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅନ୍ୟପକ୍ଷରେ ପ୍ରାୟ ୧୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାକୁ ସଂସ୍ଥାର ମୁଖ୍ୟ ଓ ଅନ୍ୟମାନେ ବିଭିନ୍ନ ରାଜ୍ୟରେ ମଉଜ ମଜଲିସ କରି ଉଡ଼ାଇ ଦେଇଥିବା ପୋଲିସ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ହଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହିର ଏକ ଭଡ଼ା ଘରେ ଅଭିଯୁକ୍ତ ବଳରାମ ମହାରଣା ନକଲି ନାମ ରାକେଶ କୁମାର ପଣ୍ଡା ନାମରେ ପରିଚୟ ଦେଇ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ସଂସ୍ଥା ଖୋଲିଥିଲେ। ସେଥିରେ ବିଭିନ୍ନ ଅଞ୍ଚଳର କର୍ମଚାରୀ ନିୟୋଜିତ କରିଥିଲେ। ଏହି ସଂସ୍ଥା ଗଞ୍ଜାମ ଜିଲା ସମେତ ଖୋର୍ଦ୍ଧା, ନୟାଗଡ, ଭଦ୍ରକ ଆଦି ଜିଲାର ବେରୋଜଗାରଙ୍କୁ ଚାକିରି ଦେବା ପାଇଁ ପୋଷ୍ଟର, ବ୍ୟାନର ଓ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଲୋଭିତ କରିଥିଲେ। ଯୁବତୀ, ଯୁବକଙ୍କୁ ଓମାନ, ବାହାରିନ୍‌ , ଦୁବାଇରେ ଚାକିରି ଲୋଭ ଦେଖାଇ ମିଥ୍ୟା ଅଫର ଲେଟର, ପାସପୋର୍ଟ, ଭିଜା ବାବଦକୁ ଜଣଙ୍କ ପିଛା ୨୦ରୁ ୫୫ ହଜାର ଟଙ୍କା ଆଦାୟ କରିଥିଲେ। ଗତ ଅଗଷ୍ଟ ୨୬ରେ ବିଦେଶ ଯିବା ପାଇଁ ପ୍ରସ୍ତୁତ ହୋଇ ବହୁ ଆଶାୟୀ ହିଞ୍ଜିଳିକାଟୁ ଅଫିସ ସାମ୍ନାରେ ପହଞ୍ଚିଥିଲେ। ତେବେ ଅଫିସରେ ତାଲା ଝୁଲୁଥିଲା। ସଂସ୍ଥା ମୁଖ୍ୟ ବଳରାମ ଓ ଅନ୍ୟ କର୍ମଚାରୀଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଠକାମୀର ଶିକାର ହୋଇଥିବା ଜାଣି ଥାନାରେ ଭଦ୍ରକ ଜିଲାର ଦୈତାରୀ ସେନାପତି ନାମକ ଆଶାୟୀ ଏତଲା ଦେଇଥିଲେ। ଥାନାରେ କେସ୍‌ ନଂ ୪୫୦/୨୧ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ପ୍ରକାଶ। ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଥାନା ଆଇଆଇସି ଅଭିମନ୍ୟୁ ଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri