ବିଦେଶରେ ଚାକିରି ନାମରେ ଲକ୍ଷାଧିକ ଟଙ୍କାର ଠକେଇ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ହିଞ୍ଜିଳିକାଟୁ,୨୫ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପାଟଣା ସାହିରେ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ନାମକ ଏକ ସଂସ୍ଥା ବିଭିନ୍ନ ଜିଲାର ବହୁ ଯୁବତୀ, ଯୁବକଙ୍କୁ ବିଦେଶରେ ଚାକିରି ଦେବା ଆଳରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲା। ଠକ ସଂସ୍ଥାର ମୁଖ୍ୟ ଓ ଅନ୍ୟ ସହଯୋଗୀ କର୍ମଚାରୀ ନକଲି ନାମ ବ୍ୟବହାର କରି ଟଙ୍କା ହଡ଼ପ କରିଥିବା ହିଞ୍ଜିଳି ପୋଲିସ ଶନିବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛି। ଠକସଂସ୍ଥାର ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ସଂସ୍ଥାର ମୁଖ୍ୟ ହିଞ୍ଜିଳି ଥାନା ଗୋପୀନାଥପୁରର ବଳରାମ ମହାରଣା, ତାଙ୍କର ସହଯୋଗୀ ଉକ୍ତ ଗ୍ରାମର ଇପିଲି ପ୍ରସାଦ ରାଓ ଏବଂ ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା କୁହୁଡ଼ିର ରାଜୀବ ଜେନା। ଏହି ସଂସ୍ଥା ସହ ଜଡ଼ିତ ଅନ୍ୟ ୪ ଜଣ ଫେରାର ଥିବା ପୋଲିସ କହିଛି। ଗିରଫମାନଙ୍କ ଠାରୁ ଲାପଟପ୍‌, ପେନ୍‌ ଡ୍ରାଇଭ୍‌, ନକଲି ଅଫର ଲେଟର, ଭିଜା, ୪୧ଟି ପାସପୋର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅନ୍ୟପକ୍ଷରେ ପ୍ରାୟ ୧୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାକୁ ସଂସ୍ଥାର ମୁଖ୍ୟ ଓ ଅନ୍ୟମାନେ ବିଭିନ୍ନ ରାଜ୍ୟରେ ମଉଜ ମଜଲିସ କରି ଉଡ଼ାଇ ଦେଇଥିବା ପୋଲିସ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ହଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହିର ଏକ ଭଡ଼ା ଘରେ ଅଭିଯୁକ୍ତ ବଳରାମ ମହାରଣା ନକଲି ନାମ ରାକେଶ କୁମାର ପଣ୍ଡା ନାମରେ ପରିଚୟ ଦେଇ ‘ଆରାଉଣ୍ଡ ଦ ଓ୍ବାଲର୍‌ଡ’ ଏଜେନ୍ସି ସଂସ୍ଥା ଖୋଲିଥିଲେ। ସେଥିରେ ବିଭିନ୍ନ ଅଞ୍ଚଳର କର୍ମଚାରୀ ନିୟୋଜିତ କରିଥିଲେ। ଏହି ସଂସ୍ଥା ଗଞ୍ଜାମ ଜିଲା ସମେତ ଖୋର୍ଦ୍ଧା, ନୟାଗଡ, ଭଦ୍ରକ ଆଦି ଜିଲାର ବେରୋଜଗାରଙ୍କୁ ଚାକିରି ଦେବା ପାଇଁ ପୋଷ୍ଟର, ବ୍ୟାନର ଓ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଲୋଭିତ କରିଥିଲେ। ଯୁବତୀ, ଯୁବକଙ୍କୁ ଓମାନ, ବାହାରିନ୍‌ , ଦୁବାଇରେ ଚାକିରି ଲୋଭ ଦେଖାଇ ମିଥ୍ୟା ଅଫର ଲେଟର, ପାସପୋର୍ଟ, ଭିଜା ବାବଦକୁ ଜଣଙ୍କ ପିଛା ୨୦ରୁ ୫୫ ହଜାର ଟଙ୍କା ଆଦାୟ କରିଥିଲେ। ଗତ ଅଗଷ୍ଟ ୨୬ରେ ବିଦେଶ ଯିବା ପାଇଁ ପ୍ରସ୍ତୁତ ହୋଇ ବହୁ ଆଶାୟୀ ହିଞ୍ଜିଳିକାଟୁ ଅଫିସ ସାମ୍ନାରେ ପହଞ୍ଚିଥିଲେ। ତେବେ ଅଫିସରେ ତାଲା ଝୁଲୁଥିଲା। ସଂସ୍ଥା ମୁଖ୍ୟ ବଳରାମ ଓ ଅନ୍ୟ କର୍ମଚାରୀଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଠକାମୀର ଶିକାର ହୋଇଥିବା ଜାଣି ଥାନାରେ ଭଦ୍ରକ ଜିଲାର ଦୈତାରୀ ସେନାପତି ନାମକ ଆଶାୟୀ ଏତଲା ଦେଇଥିଲେ। ଥାନାରେ କେସ୍‌ ନଂ ୪୫୦/୨୧ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ପ୍ରକାଶ। ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଥାନା ଆଇଆଇସି ଅଭିମନ୍ୟୁ ଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗୁମ୍ମା ଭଲିବଲ ଟିମ ବିଜୟୀ

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସୋମବାର କ୍ୱାର୍ଟର ଫାଇନାଲ...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ମା’ଙ୍କ ଆଶିଷ ପାଇଁ ୪୫ ବର୍ଷର ପ୍ରତୀକ୍ଷା ଅନ୍ତ: ଜମିଲା ଆଦିବାସୀଙ୍କ ‘ଟୋକିମରା’ ପର୍ବ, ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ

ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri