ନୂଆ ୩ ସୋସାଇଟି ପଞ୍ଜୀକରଣରେ ଜାଲିଆତି

ନୟାଗଡ଼ ଅଫିସ,୧୪।୫:ପ୍ରତି ପଞ୍ଚାୟତରେ ସୋସାଇଟି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ନୟାଗଡ଼ ଜିଲାରେ ନୂଆ ସୋସାଇଟି ପଞ୍ଜୀକରଣ କରାଯାଇଛି। ଜିଲାରେ ୧୮ଟି ନୂଆ ସୋସାଇଟି ପଞ୍ଜୀକରଣ ହୋଇଛି । ତେବେ ଏଥିରୁ ରଣପୁର ବ୍ଲକର ଚମ୍ପାପେଡି, ଚମ୍ପାଗଡ଼ ଓ ଜଙ୍କିଆ ସୋସାଇଟି ପଞ୍ଜୀକରଣରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏନେଇ ରାଜ୍ୟ ସମବାୟ ନିବନ୍ଧକ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ନୟାଗଡ଼ ଉପସମବାୟ ନିବନ୍ଧକ ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ଅନ୍ୟପକ୍ଷେ ପ୍ରତି ପଞ୍ଚାୟତରେ ସୋସାଇଟି କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ନୂଆ ସୋସାଇଟି ବିଜ୍ଞପ୍ତି ପରେ ବି ଜିଲାର ୧୯ ପଞ୍ଚାୟତରେ ଆଦୌ ସୋସାଇଟି ନ ଥିବା ଜଣାପଡିଛି । ଜିଲାର ୮ଟି ବ୍ଲକରେ ୧୯୪ ପଞ୍ଚାୟତ ରହିଛି । ତେବେ ୧୯୪ ପଞ୍ଚାୟତରେ ପୂର୍ବରୁ ୧୫୭ ସୋସାଇଟି ରହିଥିଲା । ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସୋସାଇଟି କରିବା ପାଇଁ ଘୋଷଣା କରିବା ପରେ ନୟାଗଡ଼ ଜିଲାର ରଣପୁର ବ୍ଲକରେ ୧୧, ଖଣ୍ଡପଡ଼ା ବ୍ଲକରେ ୧, ଦଶପଲ୍ଲା ବ୍ଲକରେ ୧, ନୂଆଗଁା ବ୍ଲକରେ ୧, ଓଡ଼ଗଁା ବ୍ଲକରେ ୨, ନୟାଗଡ଼ ବ୍ଲକରେ ୨ ଏପରି ୧୮ ସୋସାଇଟି ପଞ୍ଜୀକରଣ ହୋଇଛି । ଜିଲାରେ ୧୮ ନୂଆ ସୋସାଇଟି ହେବା ପରେ ଜିଲାରେ ସୋସାଇଟି ସଂଖ୍ୟା ୧୭୫ରେ ପହଞ୍ଚିଛି ।
ଜିଲା ନୟାଗଡ଼, ସୋସାଇଟି ଖୋର୍ଦ୍ଧାରେ: ନୟାଗଡ଼ ଜିଲାର ରଣପୁର ବ୍ଲକରେ ୨୧ ସୋସାଇଟି ରହିଥିବାବେଳେ ଏଥିରୁ ୧୮ ସୋସାଇଟି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରହିଛି । ଏବେ ୧୧ଟି ନୂଆ ସୋସାଇଟି ପରେ ୨୯ ସୋସାଇଟି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରହିବ । ତେବେ ପ୍ରଶ୍ନ ଉଠୁଛି ନୟାଗଡ଼ ଜିଲା ପୁରୀଠାରୁ ଅଲଗା ହେବା ପରେ ଧିରେ ଧିରେ ସବୁ ଅଫିସ ନୟାଗଡ଼କୁ ଫେରୁଛି । ତେବେ ନୟାଗଡ଼ ଜିଲା ରଣପୁର ବ୍ଲକର ସୋସାଇଟି କାହିଁକି ଖୋର୍ଦ୍ଧା ଜିଲାରେ ରହିବ । କେତେଦିନ ଧରି ଗୋଟିଏ ଜିଲାରେ ଦୁଇ ଜିଲା ପ୍ରଶାସନର ଦୈତ୍ୟ ଶାସନ ଚାଲିବ। ଚାଷୀମାନେ କାହିଁକି ଅଯଥାରେ ହଇରାଣ ହେବେ। ସରକାର ରଣପୁରର ସୋସାଇଟିକୁ କାହିଁକି ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରଖୁ ନାହାନ୍ତି । ଏନେଇ ପ୍ରୟାସ ହେବାରେ ଅସୁବିଧା କେଉଁଠି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା
ରଣପୁରର ୩ ସୋସାଇଟି ନୟାଗଡ଼ରେ: ରଣପୁରର ଦର୍ପନାରାୟଣପୁର, ଡମସାହି, ରଙ୍କଦେଉଳି ପରି ୩ ସୋସାଇଟି ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରହିଛି। ରଣପୁର ବ୍ଲକର ସ୍ଥିତିକୁ ଅନୁଧ୍ୟାନ କଲେ ଏଠାରେ କି ପ୍ରକାରର ଶାସନ ଚାଲିଛି ବୁଝା ପଡୁନାହିଁ । ନୂଆ ସୋସାଇଟି ପରେ ରଣପୁର ବ୍ଲକରେ ସୋସାଇଟି ସଂଖ୍ୟା ୩୨ରେ ପହଞ୍ଚିଛି । ଏନେଇ ସହକାରୀ ସମବାୟ ନିବନ୍ଧକ(ଏଆରସିଏସ୍‌) ହାଡୁବନ୍ଧୁ ମହାକୁଡ଼ କୁହନ୍ତି, ରଣପୁରର ୩ ସୋସାଇଟି ଉପରେ ରଣପୁର ବିଧାୟକ ଅଭିଯୋଗ କରିବା ପରେ ରାଜ୍ୟ ସମବାୟ ନିବନ୍ଧକଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଛି । ନୟାଗଡ଼ର ଉପସମବାୟ ନିବନ୍ଧକ ଭାସ୍କର ପାଣିଗ୍ରାହୀ ଏହାର ତଦନ୍ତ କରୁଛନ୍ତି । ନୂଆ ସୋସାଇଟି ପରେ ଜିଲାରେ ସୋସାଇଟି ସଂଖ୍ୟା ୧୫୭ ବଦଳରେ ୧୭୫ରେ ପହଞ୍ଚିଛି। ତେବେ ଏଥିରୁ ରଣପୁର ବ୍ଲକର ୨୯ ସୋସାଇଟି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ କାମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri