Categories: ଜାତୀୟ

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାଲିଆତି: ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀ

ପାଟନା,୨୨।୩: ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ୍‌)ରେ ହୋଇଥିବା ଏକ ବଡ଼ ଧରଣର ଜାଲିଆତିର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ବିହାରର ବୈଶାଳି ଜିଲାରେ ଗୋଟିଏ ରାଶନ କାର୍ଡରେ ୬୮ ହିତାଧିକାରୀଙ୍କ ନାମ ରହିଛି। କାର୍ଡଟି ଜୁବେଦା ଖାତୁନଙ୍କ ନାମରେ ରହିଛି। ପରିବାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସଦସ୍ୟ ରହିଥିବା କାର୍ଡରେ ଉଲ୍ଲେଖ କରାଯାଇଛି। କାର୍ଡରେ ଥିବା ହିନ୍ଦୁ ସଦସ୍ୟଙ୍କ ମଧ୍ୟରେ ଉମେଶ ପାସଓ୍ବାନ ଏବଂ ନୀବନ କୁମାରଙ୍କ ନାମ ରହିଛି। ପରିବାର ପ୍ରତି ସଦସ୍ୟଙ୍କୁ ମାସ ପିଛା ୫ କିଲୋଗ୍ରାମ୍‌ ଲେଖାଏଁ ଗହମ ଅବା ଚାଉଳ ଯୋଗାଇ ଦିଆଯାଉଛି। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମହୁଆ ଏସ୍‌ଡ଼ିଓ ସନ୍ଦୀପ କୁମାର ଚେହେରାକଲାଣ ବ୍ଲକ୍‌ ବିଡ଼ିଓ କୁମଦ ରଞ୍ଜନଙ୍କୁ ଏହି ଘଟଣା ସହିତ ସମ୍ପୃକ୍ତି ଥିବା ପିଡ଼ିଏସ ସପ୍ଲାଏର ସଞ୍ଜୟ କୁମାରଙ୍କପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଞ୍ଜୟଙ୍କ ବିରୋଧରେ ମାମଳା ଦାଏର କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share