ପିଡିଏସ୍‌ ଚାଉଳ ଓଜନରେ ଠକେଇ

ରାଉରକେଲା,୫ା୭(ସଙ୍ଗୀତା ଜେନା): ପିଡିଏସ୍‌ ଚାଉଳ ଓଜନରେ ହେରଫେର କରାଯାଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି। କେନ୍ଦ୍ର ସରକାର ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଉଥିବା ବେଳେ ଏହାକୁ ରାଜ୍ୟ ସରକାର, ଯୋଗାଣ ଅଧିକାରୀ, ଚାଉଳ ଯୋଗାଣ ଠିକାଦାର, ପରିବହନ ଠିକାଦାର ଆଦି ମିଳିମିଶି ତୋଷରପାତ କରୁଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହୁଥିବା ବୁଧବାର ଭାଜପା ରାଜ୍ୟ ପ୍ରବକ୍ତା ଧୀରେନ ସେନାପତି ସେକ୍ଟର-୩ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବତଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଧୀରେନଙ୍କ ସୂଚନା ଅନୁଯାୟୀ, ମିଲର୍ସମାନଙ୍କଠାରୁ ପିଡ଼ିଏସ୍‌ ଚାଉଳ ବୋଝେଇ କରି ୨-୩ ଟ୍ରକ ରାଉରକେଲାକୁ ଆସିଥିଲା ମଙ୍ଗଳବାର। ଉକ୍ତ ଟ୍ରକଗୁଡ଼ିକ ଇଣ୍ଡଷ୍ଟ୍ରିଆଲ ୱେ ବ୍ରିଜ ନାମକ ଏକ ଘରୋଇ ଓଜନ ସଂସ୍ଥାକୁ ଓଜନ ପାଇଁ ଆସିଥିଲା। ଏଥିରେ କେହି ସରକାରୀ କର୍ମଚାରୀ ଉପସ୍ଥିତ ନ ଥିଲେ। ଏ ଘଟଣାକୁ ଖୋଦ୍‌ ସେନାପତି ଦେଖିଥିଲେ। ଟ୍ରକଗୁଡ଼ିକ ମିଲର୍ସରୁ ପ୍ରତ୍ୟକ୍ଷ ଭାବେ ଏଫସିଆଇ ଯିବାର ଅଛି ବୋଲି ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଯୋଗାଣ ବିଭାଗ ଇନସ୍ପେକ୍ଟରଙ୍କୁ ସେନାପତି ପଚାରିଥିଲେ ହେଲେ ସେ ନୀରବ ରହିଥିଲେ। ପରେ ସପ୍ଲାଇ ଇନସ୍ପେକ୍ଟର ଭାବରେ ପରିଚୟ ଦେଇଥିବା ବ୍ୟକ୍ତିଙ୍କୁ ପଚରାଯିବାରୁ ସେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ଏପରି ଘଟଣାରୁ ମିଲର୍ସ, ଗାଡ଼ିଚାଳକ, ସ୍ଥାନୀୟ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ହୋଇ ହରିଲୁଟ ହେଉଥିବା ସେ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫-ଟି ସଚିବ ଏବଂ ଜିଲାପାଳ ଏହି ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି। ଖବରଦାତା ସମ୍ମିଳନୀରେ ଭାଜପା ସଭାନେତ୍ରୀ ଲତିକା ପଟ୍ଟନାୟକ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରମିଳା ଦାସ, ନିହାର ରାୟ, ପୂର୍ଣ୍ଣିମା କେର୍କେଟା, ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri