ଘର ନିର୍ମାଣ ଅନୁମତିରେ ଜାଲିଆତି

ସମ୍ବଲପୁର,୨୩।୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ) ଅଫିସରେ ଚାଲିଥିବା ଜାଲିଆତିର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ ପ୍ଲାନିଂ ଅଫିସରଙ୍କ ଅଜାଣତରେ ତାଙ୍କ ଦସ୍ତଖତ, ଷ୍ଟାମ୍ପ, ଚିଠି ବ୍ୟବହାରକରି ବ୍ୟାଙ୍କ ଋ଼ଣ ଓ ଘର ନିର୍ମାଣ ପାଇଁ ଅନୁମତିପତ୍ର କରୁଥିଲେ। ଖୋଦ ପ୍ଲାନିଂ ଅଫିସରଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତକରି ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସ୍‌ଡିଏର ସହକାରୀ କିରାଣି ବୁର୍ଲାର ଲକ୍ଷ୍ମୀନାରାୟଣ ସାମଲ (ବୁଲୁ)ଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତ ହେଲେ ଝାଡୁଆପଡ଼ାର ସୁଧାଂଶୁ କିଶୋର ପତି, ଅଇଁଠାପାଲି ଥାନା କାଇଁସିର ଅଜୟ କୁମାର ବେହେରା, ଚାରମାଳ ଥାନା ବଡ଼ମାଲ ଗ୍ରାମର ବିକାଶ ଜଗତ ଓ ଧନୁପାଲି ଥାନା କୁଲୁତକାନୀର ବାସିନ୍ଦା ତଥା ଏସ୍‌ଡିଏର ମନ୍ଦିର ପୂଜକ ଦାମୋଦର ତ୍ରିପାଠୀ। ଅଭିଯୁକ୍ତମାନଙ୍କ ଆକାଉଣ୍ଟରୁ ୩କୋଟି ୩୧ଲକ୍ଷ ୯୬ହଜାର ୨୨୭ ଟଙ୍କା ଜବତ କରାଯାଇଛି। ଏହାସହ ୨ଟି କାର୍‌, ଗୋଟିଏ ମୋଟରସାଇକେଲ, କମ୍ପ୍ୟୁଟର, ଖତିଆନ, ଷ୍ଟାମ୍ପ ଏବଂ ଘର ଓ ପ୍ଲଟ୍‌ର କାଗଜପତ୍ର ଜବତ ହୋଇଛି। ଏସ୍‌ଡିଏର ପୂଜକଙ୍କ ଆକାଉଣ୍ଟରେ ଅର୍ଥ ନେଣଦେଣ ହେଉଥିବାବେଳେ ବୁଲୁ ମାଷ୍ଟରମାଇଣ୍ଡ ସାଜିଥିଲେ। ଘଟଣାରେ ୫୪ଜଣଙ୍କଠାରୁ ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ମଙ୍ଗଳବାର ଏସ୍‌ପି ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।
ଏସ୍‌ପି ଆହୁରି କହିଥିଲେ, ଏସ୍‌ଡିଏ ପ୍ଲାନିଂ ଅଫିସର ବନ୍ଦିତା ମହାପାତ୍ରଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ଯେ, କର୍ମଚାରୀମାନେ ନକଲି ଅନୁମତିପତ୍ର ଦେଇ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିଲେ। ପ୍ରତି ଅନୁମତି ପିଛା ୧ଲକ୍ଷରୁ ୪ଲକ୍ଷ ଟଙ୍କା ନେଉଥିଲେ। ଏପରି କି ଜଣେ ବ୍ୟକ୍ତିଙ୍କଠାରୁ ୨୧ ଲକ୍ଷ ଟଙ୍କା ଜମାଖାତାରେ ନେଇଛନ୍ତି। ଆର୍ଥତ୍କବର୍ଷ ୨୦୨୨-୨୩ ମଧ୍ୟରେ ହୋଇଥିବା ଜାଲିଆତିର ତଦନ୍ତ ହୋଇଛି। ଗୃହ ନିର୍ମାଣ ପ୍ଲାନିଂ କରାଇବା ପାଇଁ ଏଭଳି ୫୪ଜଣ ଠକେଇର ଶିକାର ହୋଇଛନ୍ତି। ଅଭିଯୋଗ ସଂଖ୍ୟା ବଢୁଥିବାରୁ ଆଗକୁ ତଦନ୍ତ ଜାରି ରହିବ। ଅଭିଯୁକ୍ତମାନେ ଟଙ୍କା ନେବା ପରେ ବିଭିନ୍ନ ସ୍ଥାନରେ ପ୍ଲଟ କିଣୁଥିଲେ। ଏପରି କି ବିଳାସପୂର୍ଣ୍ଣ ଘର ନିର୍ମାଣାଧୀନ ରହିଛି, ଯାହାକୁ ପୋଲିସ ଠାବ କରିଛି। ୩ଟି ଜମାଖାତା ମଧ୍ୟ ଜବତ ହୋଇଛି। ସେଥିରେ ଯଥାକ୍ରମେ ୪ ଲକ୍ଷ, ୫୩ ଲକ୍ଷ ଓ ୧ କୋଟି ୨୧ ଲକ୍ଷ ଜମା ରହିଛି। ଏସବୁ ଜମାଟଙ୍କା ଜବତ କରାଯାଇଛି। ପୂଜକଙ୍କ ଜମାଖାତାକୁ ଲାଞ୍ଚ ଟଙ୍କା ଯାଉଥିଲା ବୋଲି ଏସ୍‌ପି କହିଥିଲେ।
ସୂଚନାଯୋଗ୍ୟ, ପ୍ଲାନିଂ ଅଫିସର ବନ୍ଦିତା ମହାପାତ୍ର ଅଗଷ୍ଟ ୧୮ରେ ତାଙ୍କ ଅଜାଣତରେ ଗୃହ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିବା ଜାଣିବା ପରେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଗୋପାଳପାଲିର ସବିତା ବଘାରଙ୍କ ନାମରେ ଏହି ଅନୁମତି ଦିଆଯାଇଥିଲା। ଗୃହଋ଼ଣ ଦେଉଥିବା ବରେଇପାଲିର ଏକ ବ୍ୟାଙ୍କରୁ ପ୍ଲାନିଂ ଅଫିସରଙ୍କ ପାଖକୁ ଚିଠି ଆସିବା ପରେ ଏହା ଜଣାପଡ଼ିଥିଲା। ଏହି ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଏସ୍‌ଡିଏର ଜଣେ ଅଧିକାରୀ ଅଭିଯୋଗ କରିବା ପରେ ପୋଲିସ ଓ ପ୍ରଶାସନ ତତ୍ପରତା ଦେଖାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri