Posted inଖେଳ

ଫ୍ରାପାର୍ଟ ପ୍ରଥମ ମହିଳା ରେଫରି

ଦୋହା, ୧।୧୨ (ଏପି): ଫିଫା ବିଶ୍ୱକପ୍‌ (ପୁରୁଷ) ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ରେଫରି ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ସେ ହେଲେ ଫ୍ରାନ୍ସର ଷ୍ଟିଫେନି ଫ୍ରାପାର୍ଟ। ଗୁରୁବାର ଅଲ୍‌ବାୟଟ ଷ୍ଟାଡିୟମରେ ସେ ଜର୍ମାନୀ ଓ କୋଷ୍ଟାରିକା ମ୍ୟାଚ ପରିଚାଳନା କରିବେ। କେବଳ ସେତିକି ନୁହେଁ, ଫୁଟବଲ ପରିଚାଳନାର ସର୍ବୋଚ୍ଚ ସଂସ୍ଥା (ଫିଫା) ଏହି ମ୍ୟାଚରେ ଫ୍ରାପାର୍ଟଙ୍କୁ ସହଯୋଗ କରିବା ପାଇଁ ୨ ଜଣ ମହିଳା ରେଫରିଙ୍କୁ ମଧ୍ୟ ନିଯୁକ୍ତ କରିଛି।

ସେମାନେ ହେଲେ ବ୍ରାଜିଲର ନୁଏଜା ବେକ୍‌ ଓ ମେକ୍ସିକୋର କରେନ ଡିଆଜ ମେଡିନା। ଏହା ବ୍ୟତୀତ ୪ର୍ଥ ମହିଳା ମ୍ୟାଚ ଅଫିସିଆଲ ଭାବେ ଆମେରିକାର କାଥ୍ରିନ ନେସବିଟଙ୍କୁ ମଧ୍ୟ ଫିଫା ଦାୟିତ୍ୱ ଦେଇଛି। ତେଣୁ ପ୍ରଥମଥର ପାଇଁ ଏକ ବିଶ୍ୱକପ୍‌ରେ ୪ ଜଣ ଯାକ ମହିଳା ରେଫରି ମ୍ୟାଚ ପରିଚାଳନା ଦାୟିତ୍ୱରେ ରହିବେ। ନେସବିଟ ଭିଡିଓ ରିଭ୍ୟୁ ଟିମ୍‌ର ଅଫ୍‌ସାଇଡ୍‌ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ ନିର୍ବାହ କରିବେ। କାତାର ବିଶ୍ୱକପ୍‌ ପାଇଁ ଫିଫା ଆଉ ୨ ଜଣ ମହିଳା ରେଫରି ର୍ବାଣ୍ଡାର ସାଲିମା ମୁକାନସାଙ୍ଗା ଓ ଜାପାନର ୟୋଶିମି ୟାମାଶିତାଙ୍କୁ ଏହାର ପ୍ୟାନେଲରେ ସାମିଲ କରିଛି।

ଚଳିତ ବିଶ୍ୱକପ୍‌ରେ ମୋଟ ୬୪ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଜର୍ମାନୀ-କୋଷ୍ଟାରିକା ୪୪ତମ ମ୍ୟାଚ ପାଇଁ ସମସ୍ତ ମହିଳା ରେଫରିଙ୍କୁ ନିଯୁକ୍ତ କରି ଫିଫା ଐତିହାସିକ ନିଷ୍ପତ୍ତି ନେଇଛି। ଫ୍ରାପାର୍ଟ ପୂର୍ବରୁ ୪ର୍ଥ ଅଫିସିଆଲ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ୟୁରୋପିଆନ ଫୁଟବଲର ସର୍ବୋଚ୍ଚ ସଂସ୍ଥା ୟୁଫା ଏବଂ ଫ୍ରାନ୍ସ ପକ୍ଷରୁ ୩୮ ବର୍ଷୀୟା ଫ୍ରାପାର୍ଟଙ୍କୁ ପୁରୁଷ ଫୁଟବଲ ମ୍ୟାଚ ପାଇଁ ପ୍ରମୋଟ କରାଯାଇଥିଲା। ପୂର୍ବରୁ ସେ ବିଶ୍ୱକପ୍‌ କ୍ୱାଲିଫାଇଂ, ଚାମ୍ପିୟନ୍ସ ଲିଗ୍‌ ଏବଂ ଚଳିତ ବର୍ଷର ଫ୍ରେଞ୍ଚ୍‌କପ୍‌ ଫାଇନାଲ ପୁରୁଷ ଗେମ୍‌ରେ ରେଫରି ଥିଲେ। ସେ ୨୦୧୯ ମହିଳା ବିଶ୍ୱକପ୍‌ ଫାଇନାଲରେ ମଧ୍ୟ ରେଫରି ଦାୟିତ୍ୱରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri