ଆତଙ୍କବାଦ ବିରୋଧରେ ଫ୍ରାନ୍ସ୍‌ର କଡ଼ା ପଦକ୍ଷେପ: ମାଲି ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ପ୍ୟାରିସ୍‌,୩।୧୧: ଆତଙ୍କବାଦ ବିରୋଧରେ ଫ୍ରାନ୍ସ୍‌ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଯୋଜନାବଦ୍ଧ ଭାବେ ସରକାରଙ୍କ ପକ୍ଷରୁ ମାଲିରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୫୦ ଅଲ୍‌-କାଏଦା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ଫ୍ରାନ୍ସ୍‌ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲେ ସୂଚନା ଦେଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ବୁର୍କିନା ଫାସୋ ଏବଂ ନାଇଜର ସୀମାରେ ଏୟାର ଷ୍ଟ୍ରାଇକ କରାଯାଇଛି। ଏନେଇ ମାଲି ସରକାରଙ୍କ ସହିତ ବାମାକୋରେ ପୂର୍ବରୁ ଆଲୋଚନା ହୋଇଥିବା ପାର୍ଲେ ପ୍ରକାଶ କରିଛନ୍ତି। ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ମିଲିଟାରୀ ପ୍ରବକ୍ତା କଲୋନେଲ ଫ୍ରେଡ୍ରିକ୍‌ ବାର୍ରବ୍ରେ କହିଛନ୍ତି।

Share