Posted inଖେଳ

ଭିକ୍ଟରଙ୍କ ଡବଲ ଗୋଲରେ ଫ୍ରାନ୍ସ ବିଜୟୀ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଅଧିନାୟକ ଭିକ୍ଟର ଚାର୍ଲେଟଙ୍କ ଡବଲ ଗୋଲ ବଳରେ ଫ୍ରାନ୍ସ ଚଳିତ ହକି ବିଶ୍ୱକପ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସୋମବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁଲ୍‌ ଏ’ର ଏକ ମ୍ୟାଚ୍‌ରେ ଏହି ଦଳ ୨-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨ ମ୍ୟାଚରୁ ଏହା ଥିଲା ଫ୍ରାନ୍ସର ପ୍ରଥମ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ୦-୮ ଗୋଲରେ ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା। ଏଠାରେ ବିଜୟ ଫଳରେ ଫ୍ରାନ୍ସର କ୍ରସ୍‌ ଓଭର ଖେଳିବା ଆଶା ଉଜ୍ଜୀବିତ ରହିଛି। ଅନ୍ୟପକ୍ଷରେ ୨ ମ୍ୟାଚ୍‌ରୁ ଡବଲ ପରାଜୟ ଫଳରେ ଦକ୍ଷିିଣ ଆଫ୍ରିକା ଗ୍ରୁପ୍‌ ପର୍ଯ୍ୟାୟରୁ ଏଲିମିନେଟ ହେବାର ଦ୍ୱାରରେ ପହଞ୍ଚତ୍ୟାଇଛି। ଫ୍ରାନ୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭିକ୍ଟର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଫ୍ରାନ୍ସ ଏହାର ଅନ୍ତିମ ମ୍ୟାଚ୍‌ ୨୦ ତାରିଖରେ ଆର୍ଜେଣ୍ଟିନା ସହିତ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସେହିଦିନ ଅନ୍ୟ ଏକ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ।
ଆରମ୍ଭରୁ ଫ୍ରାନ୍ସ ଆକ୍ରମଣାତ୍ମକ ଏବଂ ଦକ୍ଷିଣ ଆଫ୍ରିକା ରକ୍ଷଣାତ୍ମକ ରଣନୀତିରେ ଖେଳିଥିଲେ। ଫଳରେ ୬ଷ୍ଠ ମିନିଟ୍‌ରେ ଫ୍ରାନ୍ସକୁ ଲଗାତର ୨ଟି ପେନାଲ୍ଟି କର୍ନର ମିିଳିଥିଲା। ପ୍ରଥମଟି ବିଫଳ ହୋଇଥିଲେ ହେଁ ଦ୍ୱିତୀୟଟିକୁ ଗୋଲରେ ପରିଣତ କରି ଭିକ୍ସର ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷହେବାର ଅନ୍ତିମ କ୍ଷଣରେ ଦକ୍ଷିଣ ଆଫ୍ରିକା ଏକ ପେନାଲ୍ଟି କର୍ନର ପାଇଥିଲା। ଦଳର ୩୫ ନମ୍ବର ଖେଳାଳି କନ୍ନର ବିଉଚାମ୍ପ ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ୍‌ ୧-୧ ସ୍ଥିତିକୁ ଚାଲିଆସିଥିଲା। ଫଳରେ ଦ୍ୱିତୀୟ କ୍ୱାର୍ଟର ରୋମାଞ୍ଚକ ହୋଇଥିଲା। ମାତ୍ର ଏହି ପର୍ଯ୍ୟାୟରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ତୃତୀୟ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ରହିଥିଲା। ମାତ୍ର ୪ର୍ଥ କ୍ୱାର୍ଟର ଅର୍ଥାତ୍‌ ମ୍ୟାଚ୍‌ର ୫୭ତମ ମିନିଟ୍‌ରେ ଫ୍ରାନ୍ସ ପାଇଥିବା ପେନାଲ୍ଟି କର୍ନରର ସଦୁପଯୋଗ କରିଥିଲେ ଭିକ୍ଟର। ତାଙ୍କ ଗୋଲ ବଳରେ ଫ୍ରାନ୍ସ ଅଗ୍ରଣୀ ହୋଇଯିବାରୁ ଦକ୍ଷିଣ ଆଫ୍ରିକାର ଆଶା ମଉଳି ଯାଇଥିଲା। ମ୍ୟାଚ୍‌ରେ ଫ୍ରାନ୍ସ ମୋଟ ୭ଟି ପେନାଲ୍ଟି କର୍ନର ପାଇଥିବାବେଳେ ଏଥିରୁ ୨ଟି ଗୋଲ ସ୍କୋର କରିଥିଲା। ଅନ୍ୟପକ୍ଷରେ ବିଳମ୍ବରେ ବିଶେଷକରି ଶେଷ କ୍ୱାର୍ଟରରେ ଆକ୍ରମଣକୁ ଜୋର୍‌ଦାର କରିଥିବା ଦକ୍ଷିଣ ଆଫ୍ରିକା ୬ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ ହେଁ ମାତ୍ର ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମ୍ୟାଚ୍‌ର ଶେଷ ମିନିଟ୍‌ ଅର୍ଥାତ୍‌ ୫୯ତମ ମିନିଟରେ ଦଳ ୩ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ତାହାର ସଦୁପଯୋଗ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri