ଫ୍ରାନ୍ସ୍‌ ପୁଣି କଲା ଏୟାର ଷ୍ଟ୍ରାଇକ୍‌: ଅଲ୍‌କାଇଦା କମାଣ୍ଡର ମୃତ

ବାମାକୋ,୧୪।୧୧: ମାଲିରେ ଫ୍ରାନ୍ସ୍‌ ପକ୍ଷରୁ ପୁଣି ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଫ୍ରାନ୍ସ୍‌ ସୈନ୍ୟ ବାହିନୀର ହେଲିକପ୍ଟରରୁ ଅଲ୍‌କାଇଦା ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ କମାଣ୍ଡରଙ୍କ ସମେତ ୧୨ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଫ୍ରାନ୍ସ୍‌ ସୈନ୍ୟ ବାହିନୀ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଫ୍ରାନ୍ସ୍‌ ସୈନ୍ୟ ବାହିନୀ ପକ୍ଷରୁ ମାଲିରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ୫୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

Share