ଥମୁନି ଫ୍ରାନ୍ସ ହିଂସା: ୨୪ ଘଣ୍ଟାରେ ୨୪ କୋଠା, ୧୬୦ ଗାଡି ପୋଡିଦେଲେ ବିକ୍ଷୋପକାରୀ

ପ୍ୟାରିସ, ୫।୭: ଫ୍ରାନ୍ସରେ ଜଣେ ନାବାଳକୁ ଟ୍ରାଫିକ ପୋଲିସ ଗୁଳି କରି ହତ୍ୟା କରିବା ଘଟଣାରେ ୭ ଦିନ ହେଲା ହିଂସା ଜାରି ରହିଛି। ଗୃହ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବିକ୍ଷୋପକାରୀମାନେ ୨୪ ଟି କୋଠା, ୧୬୦ଟି ଗାଡି ଏବଂ ୨୦୦ରୁ ଅଧିକ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି। ଏହି ସମୟରେ ହିଂସା ଓ ଅଗ୍ନିକାଣ୍ଡ ଅଭିଯୋଗରେ ୭୨ଜଣଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ ୪୦୦୦ରୁ ଅଧିକ ଗିରଫ କରାଯାଇଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ସାତ ଦିନ ମଧ୍ୟରେ ଫ୍ରାନ୍ସରେ ୫,୯୦୦ ଗାଡି ଏବଂ ୧୧୦୦କୋଠାକୁ ବିକ୍ଷୋପକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ସାରା ଦେଶରେ ୨୭୦ରୁ ଅଧିକ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରାଯାଇଛି।

 

Share