ପୋଲିସ ପାଇଁ ଫ୍ରାନ୍ସ ଜଳୁଛି

ପ୍ୟାରିସ୍‌,୩୦ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ରାଜଧାନୀ ପ୍ୟାରିସ୍‌ର ପଶ୍ଚିମ ଉପକଣ୍ଠ ନଣ୍ଟେରେଠାରେ ମଙ୍ଗଳବାର ରାତିରେ ପୋଲିସ ଟ୍ରାଫିକ୍‌ ଯାଞ୍ଚ କରୁଥିଲା। ସେହି ରାସ୍ତା ଦେଇ ଉତ୍ତର ଆଫ୍ରିକୀୟ ସ୍ବଳ୍ପବୟସ୍କ ଡ୍ରାଇଭର ନହେଲ ଏମ୍‌. ଏକ ଷ୍ଟେଶନାରି କାର୍‌ରେ ଯାଉଥିବାବେଳେ ଦୁଇଜଣ ଫରାସୀ ପୋଲିସ ଅଧିକାରୀ ତାଙ୍କୁ ଅଟକାଇଥିଲେ। ଦୁହିଙ୍କ ମଧ୍ୟରୁ ଜଣେ ଅଫିସର ‘ତୁମ ମୁଣ୍ଡରେ ଗୁଳି ବାଜିବାକୁ ଯାଉଛି’ କହି ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଗୁଳିମାଡ଼ରେ ନାବାଳକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଏହାର ଭିଡିଓ ସାରା ଦେଶକୁ ସ୍ତବ୍ଧ କରିଦେଇଛି।
ନହେଲଙ୍କ ହତ୍ୟାର ପ୍ରତିବାଦରେ ମୁଣ୍ଡ ଟେକିଥିବା ଆନ୍ଦୋଳନର ନିଅଁା ଦୁଇଦିନ ମଧ୍ୟରେ ସମଗ୍ର ଫାନ୍ସକୁ ବ୍ୟାପିଛି। ବିକ୍ଷୋଭକାରୀମାନେ ପ୍ୟାରିସ୍‌ ସମେତ ବିଭିନ୍ନ ସହରରେ ଜଳାପୋଡ଼ା ଓ ଭଙ୍ଗାରୁଜା କରିଛନ୍ତି। ସେମାନେ ପୋଲିସ ଗାଡ଼ି ଓ ସରକାରୀ ଅଫିସଗୁଡ଼ିକରେ ନିଅଁା ଲଗାଇ ଦେଇଛନ୍ତି। ଲିଲେ, ଟୋଉଲୋଜ୍‌, ଆମିଏନ୍ସ, ଜିଜୋନ୍‌ ସମେତ ଅନେକ ସହରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଆଇନ ଅମାନ୍ୟ ଅଭିଯୋଗରେ ୨୦୦ରୁ ଊର୍ଦ୍ଧ୍ୱ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ମୋନ୍ସ-ଏନ୍‌-ବାରୋଏଉଲ୍‌ ମେୟର କହିଛନ୍ତି, ଦଙ୍ଗାରେ ସହରର କିଛି ଭାଗ ଜଳିପୋଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗୁରୁବାର ରାତିରେ ୪୦,୦୦୦ ପୋଲିସଙ୍କୁ ମୁତୟନ କରାଯାଇଛି। ହତ୍ୟାସ୍ଥଳ ନିକଟରେ କଳା ପୋଷାକ ଓ ମାସ୍କ ପିନ୍ଧିଥିବା ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଉଛନ୍ତି, ‘ଜଷ୍ଟିସ୍‌ ଫର୍‌ ନହେଲ’। କାନ୍ଥବାଡ଼ରେ ‘ନହେଲଙ୍କ ପାଇଁ ନ୍ୟାୟ’ ଏବଂ ‘ପୋଲିସ ହତ୍ୟା କରେ’ ସ୍ଲୋଗାନ ଲେଖାଥିବା ପୋଷ୍ଟର ଛାଇଯାଇଛି। ଜନାକ୍ରୋଶ ଉଗ୍ରରୂପ ଧାରଣ କରିବାରୁ ନହେଲଙ୍କ ହତ୍ୟାକାରୀ ଅଫିସରଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆମେରିକା ଓ ବ୍ରିଟିଶ୍‌ ସିଷ୍ଟମ୍‌ଠାରୁ ଫ୍ରାନ୍ସର ଆଇନ ବ୍ୟବସ୍ଥା ଭିନ୍ନ। ତେଣୁ ଫ୍ରାନ୍ସର ଆଇନ ବ୍ୟବସ୍ଥା ଅନୁସାରେ ଦୁଇଜଣ ମାଜିଷ୍ଟ୍ରେଟ୍‌ଙ୍କୁ ତଦନ୍ତ ଭାର ଦିଆଯାଇଛି।
ସରକାରୀ ଓକିଲ ପାସ୍କାଲ ପ୍ରାଚେଙ୍କ ମତରେ ଏହି ଘଟଣାରେ ସମ୍ପୃକ୍ତ ଅଫିସର ନିଜ ବନ୍ଧୁକ ବ୍ୟବହାର ନେଇ ଆଇନଗତ ସର୍ତ୍ତ ପୂରଣ କରି ନ ଥିବା ସଂଗୃହୀତ ପ୍ରମାଣରୁ ଜଣାପଡ଼ିଛି। ତାଙ୍କୁ ଗିରଫ କରି ହାଜତରେ ରଖାଯାଇଛି। ଅନ୍ୟପକ୍ଷେ ଦେଶରେ ଲାଇସେନ୍ସ ହାସଲ ପାଇଁ ସେ ପ୍ରାପ୍ତ ବୟସ୍କ ନ ହୋଇ କାର୍‌ ଡ୍ରାଇଭିଂ କରୁଥିଲେ। ଅଫିସରଙ୍କ ନିର୍ଦ୍ଦେଶ ନ ମାନିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୋଲିସ କହିଛି। ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଏହି ହତ୍ୟାକୁ ଅକ୍ଷମଣୀୟ ଅପରାଧ କହି ନିନ୍ଦା କରିଛନ୍ତି। ସେ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମାକ୍‌ରଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri