Posted inଖେଳ

ମରକ୍କୋ ଆଗରେ ଫ୍ରାନ୍ସ ଚ୍ୟାଲେଞ୍ଜ

ଦୋହା,୧୪।୧୨(ପି.ଟି.): ଇତିହାସ ସୃଷ୍ଟି କରିଥିବା ମରକ୍କୋ ଆଗରେ ରହିଛି ଫ୍ରାନ୍ସର ଚ୍ୟାଲେଞ୍ଜ। ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଭାବରେ ମରକ୍କୋ ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ୍‌ ଫ୍ରାନ୍ସ ବିପକ୍ଷରେ ମ୍ୟାଚ କଷ୍ଟସାଧ୍ୟ ହେବ। ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପସ୍ଥିତିରେ ମଧ୍ୟ ସମସ୍ତଙ୍କୁ ପ୍ରଭାବିତ କରିଥିବା ଷ୍ଟ୍ରାଇକର କିଲିଆନ୍‌ ଏମ୍‌ବାପେଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବୁଧବାରର ଦ୍ୱିତୀୟ ସେମିଫାଇନାଲ ଉଭୟ ରାଜନୈତିକ ଓ ସଂସ୍କୃତି ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ୧୯୧୨-୧୯୫୬ ଯାଏ ମରକ୍କୋ ଫରାସୀ ଉପନିବେଶବାଦ ଅଧୀନରେ ରହିଥିଲା। ଏହି କାରଣରୁ ମରକ୍କୋ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ପ୍ରୟାସ କରିବ। କାତାର ବିଶ୍ୱକପ୍‌ରେ ନିଜ ପ୍ରଦର୍ଶନ ଜରିଆରେ ମରକ୍କୋ ସମସ୍ତଙ୍କୁ ପ୍ରଭାବିତ କରିଛି। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଲଜିୟମକୁ ଗ୍ରୁପ୍‌ ପର୍ଯ୍ୟାୟରେ ପରାସ୍ତ କରିଥିବା ବେଳେ ୟୁରୋପୀୟ ପାଓ୍ବାର ହାଉସ୍‌ ତଥା ପୂର୍ବତନ ବିଶ୍ୱ ଚାମ୍ପିୟନ ସ୍ପେନ୍‌ ଓ ପର୍ତ୍ତୁଗାଲକୁ ହରାଇଥିଲା ଦଳ। ତେବେ ଫ୍ରାନ୍ସ ବିପକ୍ଷରେ ଏହି ଯାତ୍ରା ଏତେ ସହଜ ରହିବ ନାହିଁ। ମରକ୍କୋ ଦଳର କୋଚ୍‌ ଓ୍ବାଲିଦ୍‌ ରେଗ୍ରାଗୁଇ ଫ୍ରାନ୍ସରେ ଜନ୍ମିତ। ୯୨ ବର୍ଷର ଫୁଟବଲ ବିଶ୍ୱକପ୍‌ ଇତିହାସରେ ମରକ୍କୋ ଦଳ ଇତିହାସ ସୃଷ୍ଟି କରିବାକୁ ଯାଉଛି। ୟୁରୋପୀୟ ଦେଶମାନେ ବିଶ୍ୱକପ୍‌ରେ ନିଜର ଦବଦବା ଜାରି ରଖିଥିବା ବେଳେ ଚଳିତ ବର୍ଷ ମରକ୍କୋ ସମସ୍ତଙ୍କୁ ମାତ ଦେଇଛି। ଚଳିତ ବିଶ୍ୱକପ୍‌ରେ ଆମର ପ୍ରଦର୍ଶନ ପରେ କେବଳ ଫ୍ରାନ୍ସ ନୁହେଁ ବରଂ ସମସ୍ତ ଦଳ ଆମକୁ ଭୟ କରିବେ। ଏପରି କି ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ମଧ୍ୟ ଆମକୁ ଭୟ କରିବ। ଫ୍ରାନ୍ସ ଇଂଲଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲେ ହେଁ ଷ୍ଟ୍ରାଇକର କିଲିଆନ୍‌ ଏମ୍‌ବାପେ ବିଫଳ ହୋଇଥିଲେ। ଚଳିତ ବିଶ୍ୱକପ୍‌ରେ ଏମ୍‌ବାପେ ବର୍ତ୍ତମାନ ସୁଦ୍ଧା ୫ ଗୋଲ ସ୍କୋର କରିଥିଲେ ମଧ୍ୟ ଇଂଲଣ୍ଡ ଡିଫେଣ୍ଡରଙ୍କ ସମ୍ମୁଖରେ ନୀରବ ରହିବାକୁ ପଡିଥିଲା। ମରକ୍କୋ ରକ୍ଷଣଭାଗ ମଧ୍ୟ ଏମ୍‌ବାପେଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବ। ଟୁର୍ନାମେଣ୍ଟରେ ମରକ୍କୋ ମାତ୍ର ଗୋଟିଏ ଗୋଲ ବରଣ କରିଥିବା ବେଳେ ନକ୍‌ଆଉଟ ପର୍ଯ୍ୟାୟରେ ଏହି ଦଳ ବିପକ୍ଷରେ ଗୋଟିଏ ମଧ୍ୟ ଗୋଲ ସ୍କୋର ହୋଇନାହିଁ। ମରକ୍କୋ ବିପକ୍ଷରେ ସ୍କୋର ହୋଇଥିବା ଏକମାତ୍ର ଗୋଲଟି ମଧ୍ୟ ଆତ୍ମଘାତୀ ଗୋଲରୁ ଆସିଛି। ଏହାର ରକ୍ଷଣଭାଗ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ବିପକ୍ଷରେ ମଧ୍ୟ ଦଳ ସମାନ ରଣନୀତି ଆପଣେଇବ ବୋଲି କହିଛନ୍ତି କୋଚ ଓ୍ବାଲିଦ୍‌ ରେଗ୍ରାଗୁଇ। ମରକ୍କୋର ଦୁଇ ଜଣ ସେଣ୍ଟର ବ୍ୟାକ୍‌ ଅଗେର୍ଡ ଓ ରୋମେନ୍‌ ସେସ୍‌ ବୁଧବାର ମ୍ୟାଚରେ ଖେଳିବେ ନାହିଁ। ତେବେ ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ମରକ୍କୋ ଦଳଗତ ପ୍ରଦର୍ଶନ ଉପରେ ଅଧିକ ନିର୍ଭରଶୀଳ। ବୁଧବାର ମ୍ୟାଚରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏହି ମ୍ୟାଚ ଦେଖିବାକୁ ଉପସ୍ଥିତ ରହିବେ। ଅଲ ବାୟଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ ଆରବ ଦୁନିଆର ଦର୍ଶକ ମରକ୍କୋକୁ ସମର୍ଥନ କରୁଛନ୍ତି। ମରକ୍କୋ ଦଳ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ଭଳି ପ୍ରତୀୟମାନ ହେଉଥିବା ବେଳେ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ।
ଟାଇଟଲ ଫେଭରିଟ୍‌ ଫ୍ରାନ୍ସ ପକ୍ଷରୁ ଆରମ୍ଭରୁ ହିଁ ଏମ୍‌ବାପେ, ଅଲିଭର ଗିରୁଡ୍‌ ଓ ଓସୁମାନେ ଡେମ୍ବେଲେ ଚମତ୍କାର ଫର୍ମରେ ରହିଛନ୍ତି। ଗିରୁଡ୍‌ ୪ଟି ଗୋଲ ସ୍କୋର କରି ମେସିଙ୍କ ସହିତ ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ପକ୍ଷରେ ଡେମ୍ବେଲେ ୨ଟି ଆସିଷ୍ଟ କରିଛନ୍ତି। ସେହିପରି ଅନ୍ୟତମ ଷ୍ଟ୍ରାଇକର ଆଣ୍ଟୋନିଓ ଗ୍ରିଜ୍‌ମ୍ୟାନ୍‌ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିବା ଗିରୁଡ୍‌ ଓ ଗ୍ରିଜ୍‌ମ୍ୟାନଙ୍କ ମଧ୍ୟରେ ଚମତ୍କାର ତାଳମେଳ ଦେଖିବାକୁ ମିଳିଥିଲା। ମରକ୍କୋ ବିଶ୍ୱ ମାନ୍ୟତାର ୨୨ ନମ୍ବର ସ୍ଥାନରେ ରହିଥିଲେ ମଧ୍ୟ ଫ୍ରାନ୍ସ ଏହାକୁ ହାଲୁକା ଭାବରେ ନେବ ନାହିଁ ବୋଲି ସେଣ୍ଟର ବ୍ୟାକ ରାଫାଲେ ଭାରାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଟଳିଲା ହର୍ମୁଜ ସଙ୍କଟ, ଏପଟେ ଭାରତ ଉପରକୁ ମାଡିଆସିଲା ନୂଆ ବିପର୍ଯ୍ୟୟ, ବିପଦରେ ପଡିବେ ୪୦ କୋଟି ଲୋକ!

ନୂଆଦିଲ୍ଲୀ,୮।୪: ହର୍ମୁଜ ପ୍ରଣାଳୀ ସଙ୍କଟ ଏବେ ଟଳିଯାଇଛି। ଇରାନ-ଆମେରିକା ଯୁଦ୍ଧବିରତି ଘୋଷଣା ବିଶ୍ୱର ତୈଳ ଏବଂ ଗ୍ୟାସ ଯୋଗାଣରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ଏହି…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri