ପୁରା ବିଶ୍ୱରେ ଚାଲିବ ଭାରତର ଦବଦବା, ଏହି କମ୍ପାନୀ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ, ୨୧।୧୦: ମାନୁଫାଚରିଂ ଜଗତରେ ଭାରତ ଏକ ବଡ଼ ଖେଳାଳି ରୂପରେ ଆଗକୁ ବଢି ଚାଲିଛି। ଆପଲ୍ ଏବଂ ଗୁଗୁଲ ଭଳି ଅନେକ ବଡ଼ କମ୍ପାନୀ ସେମାନଙ୍କର ଉତ୍ପାଦ ଭାରତରେ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଆପଲ ଏହାର ଆଇଫୋନ ଭାରତରେ ନିର୍ମାଣ କରୁଥିବା ବେଳେ ଏବେ ଗୁଗୁଲ ଏହାର ପିକ୍ସିଲ ମୋବାଇଲ ନିର୍ମାଣ କରିବାକୁ ଘୋଷଣା କରିଛି।

ତେବେ ଏହି କଥା ବର୍ତ୍ତମାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ କଣ୍ଟ୍ରାକ୍ଟ ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ ଫାର୍ମ ଏହାକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛି। ଫକ୍ସକନ୍ ଅନୁଯାୟୀ ବିଶ୍ୱରେ ଭାରତର ଯୁଗ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ସମୟରେ ପୂରା ବିଶ୍ୱରେ ମାନୁଫାଚରିଂ ଜଗତରେ ଭାରତର ରାଜୁତି ଚାଲିବ। ଏହି ମନ୍ତବ୍ୟ ଏହି ଦୃଷ୍ଟିରୁ ମହତ୍ଵପୁର୍ଣ ହୋଇଯାଉଛି, କାରଣ ମୋବାଇଲ ଡିଭାଇସ ପରେ ଭାରତରେ ଆଗାମୀ ସମୟରେ ବଡ଼ ମାତ୍ରାରେ ସେମିକଣ୍ଡକ୍ଟର ଏବଂ ଇଲେକଟ୍ରିକ ଗାଡ଼ି ଉତ୍ପାଦନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଗଲାଣି।

ଫକ୍ସକନ୍ ର ଭାରତ ପ୍ରତିନିଧୀ ୱେଇ ଲି ଏହି ବିଷୟରେ ସୋସିଆଲ୍ ନେଟୱାର୍କ ଲିଙ୍କଡଇନରେ ଏହି ପୋଷ୍ଟ କରିଛନ୍ତି। ସେ ଅକ୍ଟୋବର ୧୮ ରେ ଅନୁଷ୍ଠିତ ହନ୍ ହାଇ ଟେକ୍ ଡେ ୨୦୨୩ ଇଭେଣ୍ଟର ଫଟୋ ସେୟାର କରିଥିଲେ। ଫଟୋ ସହିତ ସେ ଲେଖିଛନ୍ତି, ଭାରତ ପାଇଁ ଅପାର ଆକାଂକ୍ଷା ସହିତ ମହାନ କାର୍ଯ୍ୟକ୍ରମ, ଏହା ହେଉଛି ଭାରତର ଯୁଗର ଆରମ୍ଭ, ଯାହା ଇଭି ଏବଂ ସେମିକଣ୍ଡକ୍ଟର ପାଇଁ ଉତ୍ସର୍ଗୀକୃତ।

ହୋନ ହାଇ ପ୍ରଦେଶରେ ପ୍ରିସିସନ୍ ଇଣ୍ଡଷ୍ଟ୍ରି କୋ ଲିମିଟେଡ୍ ତାଇୱାନରେ ଅବସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀ। ଏହା ଫକ୍ସକନ୍ ର ପ୍ୟାରେଣ୍ଟ୍ କମ୍ପାନୀ। ଆପଲ୍ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ଫକ୍ସକନ୍ ଆଇଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ କରେ। କମ୍ପାନୀର ଉତ୍ପାଦନ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାକୁ କେନ୍ଦ୍ର କରିଆସୁଛି, କିନ୍ତୁ ବର୍ତ୍ତମାନ ଚିତ୍ର ବଦଳୁଛି। ଫକ୍ସକନ୍ ଏହାର ଉତ୍ପାଦନର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରୁଛି।

ଆପଲର ଅନେକ ଚୁକ୍ତିଭିତ୍ତିକ ନିର୍ମାତା ଭାରତରେ ଆଇଫୋନ୍ ତିଆରି କରୁଛନ୍ତି। ନିକଟରେ ଲଞ୍ଚ ହୋଇଥିବା ଆଇଫୋନ୍ ୧୫ ଭାରତରେ ଉତ୍ପାଦିତ ହୋଇଛି, ଯାହାକି ଏଠାରୁ ଅନ୍ୟାନ୍ୟ ବଜାରକୁ ମଧ୍ୟ ରପ୍ତାନି ହେଉଛି। ଆପଲ ବ୍ୟତୀତ ଗୁଗୁଲ ଏହି ସପ୍ତାହରେ ଏକ ଇଭେଣ୍ଟରେ ଘୋଷଣା କରିଛି ଯେ ଏହାର ଫ୍ଲାଗସିପ୍ ପିକ୍ସେଲ ଫୋନର ଉତ୍ପାଦନ ଭାରତରେ ଆରମ୍ଭ ହେବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri