ପୁରା ବିଶ୍ୱରେ ଚାଲିବ ଭାରତର ଦବଦବା, ଏହି କମ୍ପାନୀ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ, ୨୧।୧୦: ମାନୁଫାଚରିଂ ଜଗତରେ ଭାରତ ଏକ ବଡ଼ ଖେଳାଳି ରୂପରେ ଆଗକୁ ବଢି ଚାଲିଛି। ଆପଲ୍ ଏବଂ ଗୁଗୁଲ ଭଳି ଅନେକ ବଡ଼ କମ୍ପାନୀ ସେମାନଙ୍କର ଉତ୍ପାଦ ଭାରତରେ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଆପଲ ଏହାର ଆଇଫୋନ ଭାରତରେ ନିର୍ମାଣ କରୁଥିବା ବେଳେ ଏବେ ଗୁଗୁଲ ଏହାର ପିକ୍ସିଲ ମୋବାଇଲ ନିର୍ମାଣ କରିବାକୁ ଘୋଷଣା କରିଛି।

ତେବେ ଏହି କଥା ବର୍ତ୍ତମାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ କଣ୍ଟ୍ରାକ୍ଟ ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ ଫାର୍ମ ଏହାକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛି। ଫକ୍ସକନ୍ ଅନୁଯାୟୀ ବିଶ୍ୱରେ ଭାରତର ଯୁଗ ଆରମ୍ଭ ହୋଇଯାଇଛି ଏବଂ ଆଗାମୀ ସମୟରେ ପୂରା ବିଶ୍ୱରେ ମାନୁଫାଚରିଂ ଜଗତରେ ଭାରତର ରାଜୁତି ଚାଲିବ। ଏହି ମନ୍ତବ୍ୟ ଏହି ଦୃଷ୍ଟିରୁ ମହତ୍ଵପୁର୍ଣ ହୋଇଯାଉଛି, କାରଣ ମୋବାଇଲ ଡିଭାଇସ ପରେ ଭାରତରେ ଆଗାମୀ ସମୟରେ ବଡ଼ ମାତ୍ରାରେ ସେମିକଣ୍ଡକ୍ଟର ଏବଂ ଇଲେକଟ୍ରିକ ଗାଡ଼ି ଉତ୍ପାଦନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଗଲାଣି।

ଫକ୍ସକନ୍ ର ଭାରତ ପ୍ରତିନିଧୀ ୱେଇ ଲି ଏହି ବିଷୟରେ ସୋସିଆଲ୍ ନେଟୱାର୍କ ଲିଙ୍କଡଇନରେ ଏହି ପୋଷ୍ଟ କରିଛନ୍ତି। ସେ ଅକ୍ଟୋବର ୧୮ ରେ ଅନୁଷ୍ଠିତ ହନ୍ ହାଇ ଟେକ୍ ଡେ ୨୦୨୩ ଇଭେଣ୍ଟର ଫଟୋ ସେୟାର କରିଥିଲେ। ଫଟୋ ସହିତ ସେ ଲେଖିଛନ୍ତି, ଭାରତ ପାଇଁ ଅପାର ଆକାଂକ୍ଷା ସହିତ ମହାନ କାର୍ଯ୍ୟକ୍ରମ, ଏହା ହେଉଛି ଭାରତର ଯୁଗର ଆରମ୍ଭ, ଯାହା ଇଭି ଏବଂ ସେମିକଣ୍ଡକ୍ଟର ପାଇଁ ଉତ୍ସର୍ଗୀକୃତ।

ହୋନ ହାଇ ପ୍ରଦେଶରେ ପ୍ରିସିସନ୍ ଇଣ୍ଡଷ୍ଟ୍ରି କୋ ଲିମିଟେଡ୍ ତାଇୱାନରେ ଅବସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀ। ଏହା ଫକ୍ସକନ୍ ର ପ୍ୟାରେଣ୍ଟ୍ କମ୍ପାନୀ। ଆପଲ୍ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ଫକ୍ସକନ୍ ଆଇଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ କରେ। କମ୍ପାନୀର ଉତ୍ପାଦନ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାକୁ କେନ୍ଦ୍ର କରିଆସୁଛି, କିନ୍ତୁ ବର୍ତ୍ତମାନ ଚିତ୍ର ବଦଳୁଛି। ଫକ୍ସକନ୍ ଏହାର ଉତ୍ପାଦନର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରୁଛି।

ଆପଲର ଅନେକ ଚୁକ୍ତିଭିତ୍ତିକ ନିର୍ମାତା ଭାରତରେ ଆଇଫୋନ୍ ତିଆରି କରୁଛନ୍ତି। ନିକଟରେ ଲଞ୍ଚ ହୋଇଥିବା ଆଇଫୋନ୍ ୧୫ ଭାରତରେ ଉତ୍ପାଦିତ ହୋଇଛି, ଯାହାକି ଏଠାରୁ ଅନ୍ୟାନ୍ୟ ବଜାରକୁ ମଧ୍ୟ ରପ୍ତାନି ହେଉଛି। ଆପଲ ବ୍ୟତୀତ ଗୁଗୁଲ ଏହି ସପ୍ତାହରେ ଏକ ଇଭେଣ୍ଟରେ ଘୋଷଣା କରିଛି ଯେ ଏହାର ଫ୍ଲାଗସିପ୍ ପିକ୍ସେଲ ଫୋନର ଉତ୍ପାଦନ ଭାରତରେ ଆରମ୍ଭ ହେବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri