Posted inଖେଳ

ଫୋଲର ୪ ମ୍ୟାଚ୍‌ରୁ ବାସନ୍ଦ

କୋଲକାତା,୪।୨(ପି.ଟି.): ଇଷ୍ଟ ବେଙ୍ଗଲ ଫୁଟ୍‌ବଲ କ୍ଲବର ହାଇପ୍ରୋଫାଇଲ କୋଚ୍‌ ରୋବି ଫୋଲର ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭାରତୀୟ ରେଫରିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୪ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି। ତେବେ ମୋ ମନ୍ତବ୍ୟରେ କୌଣସି ବର୍ଣ୍ଣବୈଷମ୍ୟ ଆକ୍ଷେପ ନ ଥିଲା ବୋଲି ଫୋଲର ସ୍ପଷ୍ଟ କରିଛନ୍ତି। ରେଫରିଙ୍କ ନିଷ୍ପତ୍ତିରେ ସେ ଅସନ୍ତୋଷ ଜାହିର କରିଥିଲେ। ଜାନୁୟାରୀ ୨୯ରେ ଏଫ୍‌ସି ଗୋଆ ବିପକ୍ଷରେ ଇଷ୍ଟ ବେଙ୍ଗଲ ୧-୧ ଗୋଲରେ ମ୍ୟାଚ୍‌ ଡ୍ର ରଖିଥିଲା। ଏଥିରେ ଫୋଲର ନୈରାଶ୍ୟ ଜାହିର କରିଥିଲେ। ସେ ରେଫରିଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରେଫରି ଇଂଲଣ୍ଡ ବିରୋଧୀ କିମ୍ବା ଇଷ୍ଟବେଙ୍ଗଲ ବିରୋଧୀ ହୋଇପାରନ୍ତି ବୋଲି ସେ ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ମଧ୍ୟ ଏହି ଲିଭରପୁଲ ଲିଜେଣ୍ଡ ରେଫରିଙ୍କ ନିଷ୍ପତ୍ତିକୁ ନେଇ ଏକାଧିକ ବାର ଅସନ୍ତୋଷ ଜାହିର କରିଛନ୍ତି। ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଶୃଙ୍ଖଳାଗତ କମିଟି ତାଙ୍କୁ ଦଣ୍ଡିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri