Categories: ଜାତୀୟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨୪ ପ୍ରତିଦ୍ୱନ୍ଦ୍ୱୀ-୫୯ ଆସନ-୧୦ ହଟ୍‌ ସିଟ୍‌…

ଲକ୍ଷ୍ନୌ,୨୩।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୨୪ ଜଣ ପ୍ରାର୍ଥୀ ୫୯ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିମଧ୍ୟରୁ ୨୭ ପ୍ରତିଶତ ଅର୍ଥାତ୍‌ ୧୬୭ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୨୩୧ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ଗତ ୨୦୧୭ ନିର୍ବାଚନରେ ଏହି ୫୯ଟି ସିଟ ମଧ୍ୟରୁ ୫୦ଟି ଭାଜପା ଖାତାକୁ ଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ୧୦ଟି ହଟ୍‌ ସିଟ୍‌ ରହିଛି। ଏହି ସିଟ୍‌ ଗୁଡ଼ିକର ଫଳାଫଳକୁ ସଭିଏଁ ଅପେକ୍ଷା କରିଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ର୍ନିବାଚନ ହେବାକୁ ଥିବା ନଅଟି ଜିଲା ମଧ୍ୟରୁ ଅନେକ ଜିଲା ଏକଦା କଂଗ୍ରେସର ଗଡ଼ ଥିଲା। ଏଭଳି ପରିସ୍ଥିତିରେ କଂଗ୍ରେସ ଆଗରେ ପୁଣିଥରେ ନିଜର ଗଡ଼କୁ ଫେରାଇ ଆଣିବା ପାଇଁ ଆହ୍ବାନ ଦେଖାଦେଇଛି। ସେହିପରି ଭାଜପା ନିଜ ଶାସନ ବଜାୟ ରଖିବାକୁ ଉଦ୍ୟମ କରୁଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ବାଦୀ ପାର୍ଟି ସେମାନଙ୍କର ବିଶ୍ୱସନୀୟତା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

୧୦ଟି ହଟ୍‌ ସିଟ୍‌ ମଧ୍ୟରେ ହରଦାଇ ରହିଛି। ସେହିପରି ସରୋଜିନୀ ନଗର,ପୂର୍ବ ଲକ୍ଷ୍ନୌ, ପୁରଓ୍ବା, ଲକ୍ଷ୍ନୌ କ୍ୟାଣ୍ଟ, ତିନ୍ଦୱାରୀ, ବିନ୍ଦକି, ହୁସେନ୍‌ଗଞ୍ଜ, ରାୟ ବରେଲୀ ଏବଂ ଉଞ୍ଜାହର ଆଦି ଆସନ ରହିଛି। ଏହି ଆସନ ଗୁଡ଼ିକର ଫଳାଫଳ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Share