ବୁଧାଦିତ୍ୟ ରାଜଯୋଗରେ ମାଲାମାଲ ହେବେ ୪ ରାଶି: ଚାକିରିରେ ପଦୋନ୍ନତି ସହ ବ୍ୟବସାୟରେ ଅଚାନକ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ଦେବ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ସେହି ସମୟରେ କନ୍ୟା ରାଶିରେ ବୁଧଙ୍କ ଉପସ୍ଥିତି ରହିବ। ଫଳରେ ସୂର୍ଯ୍ୟ ଓ ବୁଧଙ୍କ ଯୁତିରୁ ବୁଧାଦିତ୍ୟ ଯୋଗ ଗଠିତ ହେବ ବୋଲି ଜ୍ୟୋତିଷୀୟ ମତ ରହିଛି। ସୂର୍ଯ୍ୟଙ୍କୁ ମାନ-ସମ୍ମାନ, ନେତୃତ୍ୱ ଓ ଅଧିକାରର କାରକ ଏବଂ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟବସାୟ ଓ ତର୍କର କାରକ ବୋଲି ମନାଯାଏ।

ଜ୍ୟୋତିଷ ମତାନୁସାରେ ଏହି ଯୋଗର ପ୍ରଭାବରେ କିଛି ରାଶିର ଲୋକଙ୍କୁ ଆର୍ଥିକ ଲାଭ, ବ୍ୟବସାୟରେ ଉନ୍ନତି ଏବଂ କ୍ୟାରିୟରରେ ସଫଳତା ମିଳିପାରେ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ୪ ରାଶି ବିଷୟରେ।

କନ୍ୟା ରାଶିର ଲୋକଙ୍କ ପାଇଁ ବୁଧାଦିତ୍ୟ ଯୋଗ ଅତ୍ୟନ୍ତ ଶୁଭ ରହିପାରେ। ଆର୍ଥିକ ଲାଭ ସହ ଚାକିରିରେ ପଦୋନ୍ନତିର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିପାରେ ଏବଂ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟୀଙ୍କ ନୂଆ ଡିଲ ଫାଇନାଲ ହୋଇ ଭବିଷ୍ୟତରେ ଭଲ ଲାଭ ଦେଇପାରେ। ପରିବାରରେ ମଧ୍ୟ ଖୁସିର ପରିବେଶ ରହିପାରେ।

ସିଂହ ରାଶିର ଲୋକଙ୍କ ପାଇଁ ଏହି ଯୋଗ ନୂଆ ସୁଯୋଗ ନେଇ ଆସିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ମିଳିବା ସହ ନୂଆ ଦାୟିତ୍ୱ ମିଳିପାରେ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ଅଚାନକ ଧନଲାଭ ହୋଇପାରେ ଏବଂ ବ୍ୟବସାୟରେ ମଧ୍ୟ ଲାଭ ମିଳିବାର ଯୋଗ ରହିଛି।

ବୁଧ-ସୂର୍ଯ୍ୟଙ୍କ ଯୁତି ବିଛା ରାଶିର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରି ମିଳିବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିପାରେ। ବ୍ୟବସାୟିକ ଯୋଜନା ସଫଳ ହେବା ସହ ଆୟର ନୂଆ ଉତ୍ସ ଖୋଲିପାରେ। ନୂଆ ଡିଲ ହାତକୁ ଆସିବା ସହ ମାନ-ସମ୍ମାନ ବଢ଼ିପାରେ।

କୁମ୍ଭ ରାଶି ପାଇଁ ମଧ୍ୟ ବୁଧାଦିତ୍ୟ ଯୋଗ ଶୁଭ ଫଳ ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଆର୍ଥିକ ଲାଭ ମିଳିପାରେ। ଆର୍ଥିକ ସମସ୍ୟା ଦୂର ହେବା ସହ ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି। ବ୍ୟବସାୟୀମାନେ ଭଲ ଲାଭ ପାଇପାରନ୍ତି ଏବଂ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହୋଇପାରେ।

Dharitri – Odisha’s No.1 Odia Daily

Share
Tags: rashiphala