୪ବର୍ଷ ପରେ କମିଲେ ପର୍ଯ୍ୟଟକ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଗତ କିଛିବର୍ଷ ଧରି ରାଜ୍ୟକୁ କ୍ରମାଗତ ଭାବେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। କେବଳ ଘରୋଇ ପର୍ଯ୍ୟଟକ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ମଧ୍ୟ ଏହି ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଲଗାତାର ୩ବର୍ଷ ଧରି ଓଡ଼ିଶାରେ ପର୍ଯ୍ୟଟକଙ୍କ ଆଗମନ ଗ୍ରାଫ୍‌ ଉପରମୁହାଁ ରହିଥିଲା। ଫଳରେ ରାଜ୍ୟକୁ ଏହି କ୍ଷେତ୍ରରୁ ଭଲ ରାଜସ୍ବ ଆସୁଥିଲା। ଏପରି କି ଆସନ୍ତା କିଛିବର୍ଷ ମଧ୍ୟରେ ଓଡ଼ିଶା ଗ୍ଲୋବାଲ୍‌ ଟୁରିଜମ୍‌ ମ୍ୟାପ୍‌ରେ ଏକ ପ୍ରମୁଖ ସ୍ଥାନ ହାସଲ କରିବ ବୋଲି ଆଶା ରହିଥିଲା। ମାତ୍ର ଚଳତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ହେଲେ ବିପର୍ଯ୍ୟୟ ପର୍ଯ୍ୟଟକଙ୍କ ଆଗମନରେ ବଡ଼ ବାଧା ସୃଷ୍ଟି କଲା। ପ୍ରଥମେ ମହାବାତ୍ୟା ଫନୀ, ଆଉ ଏବେ କରୋନା ମହାମାରୀ ବାଟ ଓଗାଳିଲା। ଏମିତି କେତେକ ଘଟଣା ଯୋଗୁ ୪ବର୍ଷ ପରେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ କମିଛି। ପର୍ଯ୍ୟଟନ ବିଭାଗର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ପୂର୍ବବର୍ଷଠାରୁ ୩.୧୨% କମ୍‌ ପର୍ଯ୍ୟଟକ ଆସିଛନ୍ତି। ତେବେ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଯେତିକି ପର୍ଯ୍ୟଟକ ଆସିଛନ୍ତି, କରୋନା ବ୍ୟାପିବା ପରଠାରୁ ଢେର୍‌ କମିଯାଇଛି। ୨୦୨୦-୨୧ ବର୍ଷ ରାଜ୍ୟ ପର୍ଯ୍ୟଟନ ପାଇଁ ଆହୁରି କ୍ଷତିକାରକ ହେବ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି।

୨୦୧୪-୧୫ ତୁଳନାରେ ୨୦୧୫-୧୬ରେ ୯.୦୯% ଅଧିକ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସେହିଭଳି ୨୦୧୬-୧୭ରେ ୮.୬୯%, ୨୦୧୭-୧୮ରେ ୮.୯୦% ଏବଂ ୨୦୧୮-୧୯ରେ ୮.୬୭% ଅଧିକ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୧୫-୧୬ରେ ମୋଟ ୧,୨୧,୩୫,୦୫୮ଜଣ ପର୍ଯ୍ୟଟକ ଓଡ଼ିଶା ଆସିଥିବାବେଳେ ୨୦୧୬-୧୭ରେ ୧,୩୧,୯୦,୨୨୪ଜଣ, ୨୦୧୭-୧୮ରେ ୧,୪୩,୬୪,୫୪୧ଜଣ, ୨୦୧୮-୧୯ରେ ୧,୫୬,୨୩,୨୫୦ ପର୍ଯ୍ୟଟକ ଆସିଥିଲେ।

୨୦୧୭ରେ ବିଶ୍ୱ ହକି ଲିଗ୍‌ ଏବଂ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିଥିଲା। ସେହିଭଳି ୨୦୧୮ରେ ଏକାଧିକ ରୋଡ୍‌ ଶୋ’ ଏବଂ ୧୬୩ଟି ଦେଶକୁ ଇ-ଭିଜା ସୁବିଧା ଉପଲବ୍ଧ ହେବାଦ୍ୱାରା ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ବୃଦ୍ଧି ପାଇଥିଲେ। ତେବେ ୨୦୧୮-୧୯ରେ ମୋଟ ୧,୫୫,୦୯,୫୨୯ ଘରୋଇ ପର୍ଯ୍ୟଟକ ଆସିଥିବାବେଳେ ସର୍ବାଧିକ ୧,୧୩, ୭୨୧ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୧୯-୨୦ ଆର୍ଥିକ ବର୍ଷରେ (ମାର୍ଚ୍ଚ ସୁଦ୍ଧା) ମାତ୍ର ୧,୫୧,୩୬,୧୬୦ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ୧,୫୦,୩୫,୫୯୩ ଘରୋଇ ପର୍ଯ୍ୟଟକ ରହିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୧,୦୦,୫୬୭ରେ ସୀମିତ ରହିଛି। ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ୩.୦୬% ହ୍ରାସ ଘଟିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ୧୧.୫୭% କମିଛି। ବାତ୍ୟା ଫନୀ ରାଜ୍ୟ ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୂଜ ପୁରୀ-ଭୁବନେଶ୍ୱର-କୋଣାର୍କକୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ କରିଦେବା ପରେ ହୋଟେଲ ଶିଳ୍ପ ସହ ପର୍ଯ୍ୟଟନ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଗତ ଡିସେମ୍ବରରେ ରାମଚଣ୍ଡୀ ବିଚ୍‌ରେ ହୋଇଥିବା ମେରାଇନ୍‌ ଡ୍ରାଇଭ୍‌ ଇକୋ-ରିଟ୍ରିଟ୍‌ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗରୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥିବା ବେଳେ ଏହାତଳକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, କର୍ନାଟକ, ଗୁଜରାଟ ଓ ତେଲଙ୍ଗାନା ଆଦି ରାଜ୍ୟର ପର୍ଯ୍ୟଟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri