ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଘନଶ୍ୟାମ ନାୟକ(୩୮)।
ପୋଲିସ ସୂଚନା ମୁତାବକ, ଦେବଗଡ଼ ଥାନା ବାସୁଦେବପୁର ଗ୍ରାମର ଘନଶ୍ୟାମ ନାୟକ(୩୮) ନାମକ ଜଣେ ବିବାହିତ ଯୁବକ ପ୍ରଲୋଭନ ଦେଖାଇ ଜଣେ ୪ ବର୍ଷର ନାବାଳିକାଙ୍କୁ ଘରକୁ ଡାକିନେଇ ଅସଦାଚରଣ କରିଥିଲେ। ପରେ ନାବାଳିକାଙ୍କୁ ଏକ କୁର୍କୁରେ ପ୍ୟାକେଟ ଦେଇ ଘରକୁ ପଠାଇ ଦେଇଥିଲା ।
ନାବାଳିକା ଜଣକ ଘରକୁ ଆସି ମା’, ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକେ ଏହା ଜାଣି ଘନଶ୍ୟାମଙ୍କ ଘରକୁ ଆସି ପଚରାଉଚରା କରିଥିଲେ। ହେଲେ ଘନଶ୍ୟାମ ଏବଂ ତାଙ୍କ ସ୍ତ୍ରୀ କଥାକୁ ଅସ୍ବୀକାର କରିଥିଲେ । ଏନେଇ ନାବାଳିକାଙ୍କ ମା’ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ଘନଶ୍ୟାମଙ୍କ ବିରୋଧରେ ଏକ(ନଂ.୩୮୨/୨୬) ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହିତ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତ ଘନଶ୍ୟାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।