ହୋଟେଲ କର୍ମଚାରୀଙ୍କୁ ମୁଥ ପରେ ମୁଥ କଷିଦେଲେ ୪ ମହିଳା, ଭିଡିଓ ଦେଖିଲେ…

ଓ୍ବାଶିଂଟନ,୨୧।୩: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୪ ଜଣ ମହିଳା ଆମେରିକାର ଫ୍ଲୋରିଡା ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ ଖୁବ୍‌ ଜୋରରେ ପିଟିବା ସହ ମୁଥ ପରେ ମୁଥ କଷି ଦେଇଛନ୍ତି।

ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି କେହି ଗ୍ରାହକ ସୋସିଆଲ ମିଡିଆରେ ଶେୟାର କରିଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ରେଷ୍ଟୁରାଣ୍ଟର କର୍ମଚାରୀ ପ୍ରଥମେ ମହିଳାଙ୍କ ସହ ଗଣ୍ଡଗୋଳ କରୁଛନ୍ତି। ଏହା ପରେ ମହିଳାମାନେ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଡ୍ରାଇଭ ଥ୍ରୁର ପପିଏସ୍‌ ରେଷ୍ଟୁରାଣ୍ଟରୁ ମହିଳାମାନେ ଖାଇବା ଅର୍ଡର କରିଥିଲେ। ପ୍ରଥମେ ଜଣେ ମହିଳା ଏବଂ କ୍ୟାଶିୟରଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଅନ୍ୟ ମହିଳାମାନେ ଜଣକ ପରେ ଜଣେ କାର୍‌ରୁ ବାହାରି କର୍ମଚାରୀଙ୍କ ମୁହଁରେ ମୁଥ ପରେ ମୁଥ ମାରି ଚାଲିଲେ। ଏହା ପରେ ମହିଳାମାନେ ଭିତରେ ପଶି କ୍ୟାଶ ଲୁଟିନେଲେ।

ପିବିଏସ୍‌ଓ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ କ୍ୟାପଶନ ଲେଖାଯାଇଛି, କେହି ଏହି ମହିଳାମାନଙ୍କୁ ଚିହ୍ନିଛନ୍ତି କି? ଯେଉଁମାନେ ପପିଏସ୍‌ ରେଷ୍ଟୁରାଣ୍ଟରେ ଆସି ମୁଥ ମାରି ଟଙ୍କା ଲୁଟି ନେଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଏହାକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ମାତ୍ର ମହିଳାଙ୍କ ବିଷୟରେ କୌଣସି ଖବର ଆସିନାହିଁ।

Share