କାମରେ ଲାଗୁନି ୪ ପର୍ଯ୍ୟଟନ ପ୍ରକଳ୍ପ

ଚଣ୍ଡିଖୋଲ,୧୨।୧୨(ଡି.ଏନ.ଏ.): ବୌଦ୍ଧ ହୀରକ ତ୍ରିଭୁଜ ଉଦୟଗିରି-ରତ୍ନଗିରି-ଲଳିତଗିର ଏବଂ ପରିବେଶ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପୀଠକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ୪ ପ୍ରକଳ୍ପ। ଏସବୁ ମଧ୍ୟରେ ୫୩ ନଂ ଜାତୀୟ ରାଜପଥର ପତରାଜପୁର ନିକଟରେ ପାନ୍ଥଶାଳା ଓ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ରହିଥିବାବେଳେ ଓଳାଶୁଣୀ ପାହାଡ଼ ଶୀର୍ଷଦେଶ ଓ ମଧ୍ୟ ଭାଗରେ ମଧ୍ୟ ଦୁଇ ପ୍ରକଳ୍ପ ରହିଛି। ତେବେ ବିପୁଳ ଟଙ୍କାରେ ନିର୍ମାଣ କରାଯାଇଥିବା ଏସବୁ ପ୍ରକଳ୍ପ ଏବେ ଅଦରକାରୀ ହୋଇପଡ଼ିଛି। ସେଗୁଡ଼ିକର ଆସବାବପତ୍ର ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘାନାହିଁ । ଏସବୁ ପ୍ରକଳ୍ପ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନିକ୍ଷେପ କରୁ ନ ଥିବାରୁ ତଳିଆ କର୍ମଚାରୀ ମୂଲ୍ୟବାନ ସାମଗ୍ରୀଗୁଡିକୁ ଖୋଲି ନେଇ ଚୋରି ଆଖ୍ୟା ଦେଉଥିବା ଅଭିଯୋଗ ହୋଇଛି।
ଉଦୟଗିରି-ରତ୍ନଗିରି-ଲଳିତଗିରିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପତରାଜପୁରଠାରେ ବଙ୍ଗଳା ନିର୍ମାଣ କରାଯାଇ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ସମ୍ପୃକ୍ତ ସଂସ୍ଥା ଓ ବିଭାଗ ମଧ୍ୟରେ ବିବାଦ ଉପୁଯିବାରୁ କିଛି ବର୍ଷହେବ ଘରୋଇ ସଂସ୍ଥା ଉକ୍ତବଙ୍ଗଳାକୁ ବିଭାଗକୁ ହସ୍ତାନ୍ତର କରିଦେଇଥିଲା। ବଙ୍ଗଳାକୁ ପର୍ଯ୍ୟଟନ ବିଭାଗ ନିଜ ଅଧୀନକୁ ନେବା ପରେ ପୁନରୁଦ୍ଧାର କରାଯାଇ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ରରେ ପରିଣତ କରାଯାଇଥିଲା। ଅଗଷ୍ଟ ୩, ୨୦୧୨ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ୧୦ ବର୍ଷୀୟା ଲିଜସୂତ୍ରରେ ଘରୋଇ କମ୍ପାନୀ ଟି.କେ. ଇଣ୍ଟରନ୍ୟାଶନାଲକୁ ହସ୍ତାନ୍ତର କରାଯାଇଥିଲା। ଲିଜ ପାଇଁ ୪୭ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବା ନେଇ ଚୁକ୍ତି ପତ୍ର ହୋଇଥିଲା। ତେବେ ୨୦୧୯ ମଧ୍ୟଭାଗରୁ ଲିଜ ଧାରୀ ଘରୋଇ ସଂସ୍ଥା ଆଉ ଏହି ପ୍ରକଳ୍ପ ପ୍ରତି ଦୃଷ୍ଟି ଦେଇ ନାହିଁ । ସଂସ୍ଥା ଏଠାରୁ ତାର ସମସ୍ତ କର୍ମଚାରୀ ଅପସାରଣ କରି ନେଇ ସାରିଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇସାରିଛି। ଏବେ ଏହା ଭାଙ୍ଗିରୁଜି ଗଲାଣି। ୨୬, ଜୁନ ୨୦୧୪ରେ ଓଳାଶୁଣୀ ପାହାଡ଼ର ପୂର୍ବ ପାର୍ଶ୍ୱରେ ଓଟିଡିସି ପକ୍ଷରୁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ସୁବିଧା କେନ୍ଦ୍ର ଉଦ୍‌ଘାଟନ ଦିନ ଠାରୁ ତାଲା ଝୁଲୁଛି। କୌଣସି କାର୍ଯ୍ୟରେ ନ ଲାଗିବାରୁ ଏହା ନିଜର ମୂଳଲକ୍ଷ ଠାରୁ ଦୂରକୁ ଚାଲିଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ପାହାଡ଼ ଶୀର୍ଷ ଭାଗରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ନିକଟରେ ୪୮ ଲକ୍ଷ ଟଙ୍କା ବ୍ୟାୟରେ ଏକ ଡୁପ୍ଲେକ୍ସ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ଉଦ୍ଦେଶ୍ୟଥିଲା ଏକ ବୈଠକ ସ୍ଥଳ ନିର୍ମାଣ କରାଯିବ। ୨୦୧୪ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏବେ କେବଳ ଏକ ତଳ ବିଶିଷ୍ଟ ଗୃହ ନିର୍ମାଣ ସରିଛି। କିଭଳି ଓ କେଉଁ ପରିସ୍ଥିତିରେ ଏହାର ନକ୍ସାକୁ ବଦଳାଯାଇ କାର୍ଯ୍ୟ ସମାପନ କରାଗଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ନିର୍ମାଣ ସମୟରେ ତ୍ରୁଟି ଯୋଗୁ ଏବେ ସାମାନ୍ୟ ବର୍ଷାରେ ଉକ୍ତ ଗୃହରେ ଆଣ୍ଠୁଏ ପାଣି ଜମି ରହୁଛି। ଏହି ସବୁ ପ୍ରକଳ୍ପ ଯେଉଁ ସବୁ ଅଧିକାରୀଙ୍କ ଦାୟିତ୍ୱ ହିନତା ପାଇଁ ନଷ୍ଟ ହୋଇଛି ସମ୍ପୃକ୍ତ ଅଧିକାରୀଙ୍କଠାରୁ କ୍ଷତି ଭରଣା କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ନିରୋଦ କୁମାର ସାହୁ କହିଛନ୍ତି, ଓଳାଶୁଣୀର ଦୁଇ ପ୍ରକଳ୍ପକୁ ଆମେ ଦର୍ପଣ ତହସିଲଦାରଙ୍କୁ ହସ୍ତାନ୍ତର କରିଛୁ। ପତରାଜପୁରଠାରେ ଥିବା ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ଟି.କେ. ଇଣ୍ଟରନ୍ୟାଶନାଲ ଅଧୀନରେ ରହିଛି। ତେବେ ଆମ ବିଭାଗରେ କର୍ମଚାରୀ ଅଭାବ ଯୋଗୁ ସବୁ ପ୍ରକଳ୍ପର ତଦାରଖ ହୋଇପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri