ରାୱଲପିଣ୍ଡି,୯।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ସୋମବାରଠାରୁ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ନିଜ ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିଛି। ଏକାସାଙ୍ଗେ ଚାରି ଜଣ ନୂଆ ଖେଳାଳି ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଛନ୍ତି। ଏହି ମ୍ୟାଚ୍ରେ ତୈୟବ ଆରିଫ, ମହମ୍ମଦ ତାହା, ଆରାଫତ ମିନ୍ହାସ ଓ ସାକିବ ଖାନଙ୍କ ଟେଷ୍ଟ ଡେବ୍ୟୁର ସୁଯୋଗ ମିଳିଛି। ୨୦ ବର୍ଷୀୟ ତୈୟବ ଆରିଫଙ୍କ ଏହି ମ୍ୟାଚ୍ରେ ଓପନିଂ କରିବାର ଦାୟିତ୍ୱ ଦିଆଯାଇଛି।
ଟସ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ପିଚ ସମ୍ପର୍କରେ କହିଥିଲେ, ଉଇକେଟ୍ରେ ସାମାନ୍ୟ ଘାସ ଓ ଆର୍ଦ୍ରତା ରହିଛି। ତଥାପି ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଥିବାରୁ ତାଙ୍କ ଦଳ ପ୍ରତ୍ୟେକ ସେସସ୍ନ ନିଜ ଶକ୍ତି ଅନୁସାରେ ଖେଳିବାକୁ ଚେଷ୍ଟା କରିବ। ଏହା ଏକ ଯୁବ ଦଳ। ନୂଆ ଖେଳାଳିଙ୍କ ପାଇଁ ନିଜ ଦକ୍ଷତା ପ୍ରମାଣ କରିବାର ଏହା ଏକ ଭଲ ସୁଯୋଗ।