Categories: ଜାତୀୟ

ଗୌହାଟୀ ଭୂସ୍ଖଳନ: ଗଲା ୪ ଜୀବନ

ଗୌହାଟୀ,୧୪।୬: ଭୂସ୍ଖଳନ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଘଟିଛି
ଆସାମ ଗୌହାଟୀର ବୋରାଗାଓଁ ନିକଟ ନିଜାରପାର ଅଞ୍ଚଳରେ। ସୋମବାର ରାତିାର ଲଗାଣ ବର୍ଷା ଯୋଗୁଁ ଏଭଳି ହୋଇଥିବା ଜଣାପଡ଼ିଛି। ସେହିପରି ଆହୁରି ୪ଜଣ ଫସିଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଦିନ ହେବ ଆସାମରେ ପ୍ରବଳ ବର୍ଷା ଲାଗି ରହିଛି । ଚାରିଆଡ ଜଳମୟ ହୋଇଛି । ଆସାମର ବାମୁନି ମଇଦାନ ଓ ନାଭଗ୍ରହରେ ମଧ୍ୟ ଭୂସ୍ଖଳନ ହୋଇଛି । ମେ’ରେ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ।

Share