ନୂଆପଡ଼ା,୧୫ା୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ସିଳଭା ଗାଁରେ ୨୦୧୭ ଜାନୁଆରୀ ୧୫ରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। କପିଲ ଶବର (୫୦) ଓ ଅନ୍ୟ ଏକ ପରିବାରର ୫ ଜଣ ସଦସ୍ୟ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ଅପରପକ୍ଷର ଆକ୍ରମଣରେ କପିଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ା ଏ ନେଇ ଲଖନା ଥାନାରେ କେସ ନଂ.୩୧/୨୦୧୭ରେ ଏକ ମାମଲା ରୁଜୁ ହୋଇ କୋର୍ଟରେ ବିଚାରାଧୀନ ରହିଥିଲା।
ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତିକରି ଅତିରିକ୍ତ ଜିଲାଜଜ୍ ୪ ଜଣ ଅଭିଯୁକ୍ତ ଭୁବନ ଶବର (୬୦), ସ୍ତ୍ରୀ ଚିତ୍ରି ଶବର (୫୫) ଓ ତାଙ୍କ ପୁଅ ହୃଷି ଶବର (୩୭) ଓ ବୋହୂ ବିମଳା ଶବର(୩୫)ଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ଦାରାସିଂ ଶବର (୪୫) ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ା ହୃଷି ଓ ବିମଳା ଫେରାର ଥିବାରୁ ତାଙ୍କ ନାମରେ ୱାରେଣ୍ଟ ଜାରି କରାଯାଇଛି ା


